Get Updates
Get notified of breaking news, exclusive insights, and must-see stories!

ଆଜି ବିଶ୍ବ ଫଟୋଗ୍ରାଫି ଦିବସ : କ୍ୟାମେରା ଲେନ୍ସରେ କଏଦ କିଛି ଅଭୂଲା ସ୍ମୃତି

ଆଜି ବିଶ୍ବ ଫଟୋଗ୍ରାଫି ଦିବସ । ପ୍ରତି ବର୍ଷ ଅଗଷ୍ଟ 19 ତାରିଖରେ ବିଶ୍ବ ଫଟୋଗ୍ରାଫି ଦିବସ ପାଳନ କରାଯାଏ । ଏହି ଦିନଟିକୁ ଅତି ଉତ୍ସାହର ସହିତ ଫଟୋଗ୍ରାଫର ମାନେ ପାଳନ କରିଥାନ୍ତି । ଫଟୋଗ୍ରାଫ ଏହି ଶବ୍ଦଟି ମୁହଁରେ ଆସିଲେ, ଆମେ ଖୁସି ହୋଇଯାଉ।

ଆଜି ବିଶ୍ବ ଫଟୋଗ୍ରାଫି ଦିବସ । ପ୍ରତି ବର୍ଷ ଅଗଷ୍ଟ 19 ତାରିଖରେ ବିଶ୍ବ ଫଟୋଗ୍ରାଫି ଦିବସ ପାଳନ କରାଯାଏ । ଏହି ଦିନଟିକୁ ଅତି ଉତ୍ସାହର ସହିତ ଫଟୋଗ୍ରାଫର ମାନେ ପାଳନ କରିଥାନ୍ତି । ଫଟୋଗ୍ରାଫ ଏହି ଶବ୍ଦଟି ମୁହଁରେ ଆସିଲେ, ଆମେ ଖୁସି ହୋଇଯାଉ। କାରଣ ଗୋଟିଏ ଫଟୋଗ୍ରାଫ ଆମର ଅନେକ ସ୍ମୃତିକୁ କଏଦ କରି ରଖିଥାଏ।

କଥାରେ ଅଛି 'ଏ ଫଟୋଗ୍ରାଫ୍‌ ସ୍ପିକ୍‌ସ ଏ ଥାଉଜାଣ୍ଡ ଓ୍ବାର୍ଡସ୍‌' ବା ଗୋଟିଏ ଫଟୋଚିତ୍ର ହଜାରେ ଶବ୍ଦ କହିପାରେ। ଜୀବନ ସାରା ସାଇତି ରଖିବା ପାଇଁ ଏହା ଆମକୁ ଅନେକ ସ୍ମୃତି ଦେଇଥାଏ। ସେହିଭଳି ଫଟୋଗ୍ରାଫି କାହା ପାଇଁ ଏକ ନିଶା ତ କାହା ପାଇଁ ପେସା ହୋଇଥାଏ।

PHOTOGRAPHY

ଫଟୋ ଉଠାଇବା କାହାକୁ ବା ପସନ୍ଦ ନୁହେଁ । ନିଜର ସେଲଫି ଉଠାଉ ଉଠାଉ ଷ୍ଟ୍ରିଟ୍‌ ଫଟୋଗ୍ରାଫି କରିବା କିଛି ଲୋକଙ୍କ ପ୍ୟାଶନ । ତେବେ କେହି କେହି ପ୍ୟାଶନରୁ ଏହାକୁ ନିଜର ପ୍ରଫେଶନରେ ପରିଣତ କରାଇ ସାରିଥାନ୍ତି ତାହା ଅନେକଙ୍କୁ ଜଣା ପଡି ନଥାଏ। ଡିଜିଟାଲ ଫଟୋଗ୍ରାଫି ମାର୍କେଟ୍‌ ଦିନକୁ ଦିନ ବ୍ୟାପକ ହେଉଥିବା ବେଳେ ବିଭିନ୍ନ ପ୍ରକାର ଫଟୋଗ୍ରାଫିରେ କ୍ୟାରିୟର୍‌ କରିହେଉଛି। ଓ୍ବେଡିଂ, ଇଭେଣ୍ଟ , ଓ୍ବାଇଲ୍ଡଲାଇଫ୍‌, ପୋର୍ଟ୍ରେଟ୍‌ , ପ୍ରଡକ୍ଟ , ଫାଇନ୍‌ଆର୍ଟ , ଫ୍ୟାଶନ , ଟ୍ରାଭେଲ , ଲାଇଫ୍‌ଷ୍ଟାଇଲ୍‌ , ଫଟୋ , ସ୍ପୋର୍ଟସ , ଏରିୟଲ୍‌ , ଆର୍କିଟେକ୍‌ଚରାଲ, ଫୁଡ୍, ନେଚର, ଇନଡୋର ଓ ଆଉଟଡୋର ଭଳି ଅନେକ ଫଟୋଗ୍ରାଫିର ଅପସନ୍‌ ଯୁବପିଢିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟିକରିଛି। ଗତବର୍ଷ ସୁଦ୍ଧା ବିଶ୍ୱରେ ଡିଜିଟାଲ ଫଟୋଗ୍ରାଫିର ମାର୍କେଟ ଡିମାଣ୍ଡ ପ୍ରାୟ 110 ବିଲିୟନ୍‌ ୟୁଏସ୍‌ ଡଲାରରେ ପହଞ୍ଚଥିବା ନେଇ ଆକଳନ କରାଯାଉଥିବାବେଳେ ଏଥିରେ ଆଗାମୀ ଭବିଷ୍ୟତରେ ଯୁବପିଢିଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟିହେବ।

ଏହା ଧ୍ୟାନ ଦେବା ପ୍ରାସଙ୍ଗିକ ଯେ ସାମ୍ପ୍ରତିକ ଦୁନିଆରେ ଟେକ୍ନୋଲୋଜିର ଆଗମନ ସହିତ, ଫଟୋଗ୍ରାଫିର ନାଟକୀୟ ପରିବର୍ତ୍ତନ ହୋଇଛି । କିନ୍ତୁ ଫଟୋଗ୍ରାଫରମାନେ କ୍ୟାମେରାରେ ଅବିସ୍ମରଣୀୟ ସ୍ମୃତି କ୍ୟାପଚର୍ କରିବାର ପରିଭାଷା ଏବି ବି ସମାନ ରହିଛି। ଚଳିତ ବର୍ଷ ବିଶ୍ୱ ଫଟୋଗ୍ରାଫି ଦିବସରେ ଉତ୍ସାହୀ ଫଟୋଗ୍ରାଫରମାନଙ୍କ ଦ୍ୱାରା କରାଯାଇଥିବା କଠିନ ପରିଶ୍ରମକୁ ବାହାବାଃ ଦେବାର ଦିନ । ଆଜି ସୋସିଆଲ ମିଡିଆରେ ସେମାନଙ୍କର ବେଷ୍ଟ ଫଟୋ ସେୟାର କରି ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ କରିବା ସହିତ ବିଭିନ୍ନ ଫଟୋଗ୍ରାଫି ପ୍ରତିଯୋଗୀତାରେ ଭାଗ ନେଉଛନ୍ତି ।

ଇତିହାସ

ବିଶ୍ୱ ଫଟୋଗ୍ରାଫି ଦିବସର ଇତିହାସ ବିଷୟରେ କହିବାକୁ ଗଲେ, ଫଟୋଗ୍ରାଫିର ଉତ୍ପତ୍ତି ଉନବିଂଶ ଶତାବ୍ଦୀରେ ଅନୁସନ୍ଧାନ କରାଯାଇଥିଲା । ଦୁଇ ଜଣ ଫ୍ରେଞ୍ଚମ୍ୟାନ୍ ଲୁଇ ଡାଗୁଏରେ ଏବଂ ଜୋସେଫ୍ ନିସଫୋର ନିପେକେ 1837 ରେ ଏକ ଫଟୋଗ୍ରାଫି ପ୍ରକ୍ରିୟା 'ଡାଗୁଏରେଓଟାଇପ୍' ବିକଶିତ କରିଥିଲେ । ପରେ, ଜାନୁଆରୀ 1839 ରେ ଫ୍ରାନ୍ସ ବିଜ୍ଞାନ ଏକାଡେମୀ ଦ୍ୱାରା ମଧ୍ୟ ଏହାକୁ ସମର୍ଥନ କରାଯାଇଥିଲା । ଅଗଷ୍ଟ 19, 1839ରେ ଯେତେବେଳେ ଫ୍ରାନ୍ସ ସରକାର ମଧ୍ୟ ଏହି ଉଦ୍ଭାବନକୁ ସ୍ୱୀକାର କରିଥିଲେ । ଏହାପର ଠାରୁ ଅନେକ ଫଟୋଗ୍ରାଫର ତାଙ୍କର ଭିନ୍ନ ଫଟୋଗ୍ରାଫି ପାଇଁ ପୁରସ୍କୃତ ହେବା ସହ ସାରା ବିଶ୍ବରେ ପରିଚିତ ହୋଇପାରିଛନ୍ତି । ଏଥିସହ ଅନ୍ୟ ଆଶାୟୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିପାରିଛନ୍ତି ।

ଚଳିତ ବର୍ଷର ଥିମ

ବିଶ୍ୱ ଫଟୋଗ୍ରାଫି ଦିବସ 2022 ର ବିଷୟବସ୍ତୁ ହେଉଛି "ଲେନ୍ସ ମାଧ୍ୟମରେ ପାଣ୍ଡେମିକ୍ ଲକଡାଉନ୍" । ଥିମ୍ ହାଇଲାଇଟ୍ କରେ ଯେ ଲେନ୍ସ ମାଧ୍ୟମରେ ଆମେ କିପରି ମହାମାରୀ ଲକଡାଉନ୍ ଦେଖୁ ତାହା ହେଉଛି କ୍ୟାମେରା । କରୋନା ଜୀବାଣୁ ମହାମାରୀ ହେତୁ ଲକଡାଉନ୍ ଲାଗୁ କରାଯାଇଥିଲା ଏବଂ ସେହି ସମୟ ମଧ୍ୟରେ ଅନେକ ବ୍ୟକ୍ତି ଫଟୋଗ୍ରାଫିର କୌଶଳ ଶିଖିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+