ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2022: କୋଭିଡ ପରେ ବୃଦ୍ଧି ପାଉଛି ମାନସିକ ସମସ୍ୟା

ମାନସିକ ରୋଗୀଙ୍କ ଉଦ୍ଦେଶ୍ୟରେ ଆଜିର ଦିନକୁ ଅର୍ଥାତ ଅକ୍ଟୋବର 10 ତାରିଖକୁ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ ।

ପ୍ରତ୍ୟେକ ମଣିଷ ସୁସ୍ଥ ରହିବା ନିହାତି ଆବଶ୍ୟକ । ତେବେ ସୁସ୍ଥ ମଣିଷ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ହେବା ଆବଶ୍ୟକ । ତେବେ ମାନସିକ ରୋଗୀଙ୍କ ଉଦ୍ଦେଶ୍ୟରେ ଆଜିର ଦିନକୁ ଅର୍ଥାତ ଅକ୍ଟୋବର 10 ତାରିଖକୁ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ । ବର୍ତ୍ତମାନ ସମୟରେ, ବିଶେଷକରି ମହାମାରୀ କୋରୋନା ଆରମ୍ଭ ହେବା ପରେ ମାନସିକ ସ୍ବାସ୍ଥ୍ୟ ବଜାୟ ରଖିବା ଆବଶ୍ୟକତା ବିଷୟରେ ବିଶ୍ୱବ୍ୟାପୀ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଉଥିବା ଦେଖାଯାଇଛି। ଏଥିସହ ଗତ କିଛି ବର୍ଷ ମଧ୍ୟରେ, ମାନସିକ ବିକୃତି କିମ୍ବା ସବୁ ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ଘଟିଥିବା ବିଶ୍ବ ମାନସିକ ରୋଗ ବିଶେଷଜ୍ଞଙ୍କ ପରିସଂଖ୍ୟାନ, ଫଳାଫଳ ଏବଂ ବିଭିନ୍ନ ଅନୁସନ୍ଧାନ ଏକ ରିପୋର୍ଟ ଜାରି କରିଛନ୍ତି ।

World Mental Health Day

କୋଭିଡ ପରେ ମାନସିକ ରୋଗ:

କୋଭିଡରୁ ସୁସ୍ଥ ହେବା ପରେ ମାନସିକ ରୋଗ ନେଇ ଦେଖା ଦେଇଛି ଭୟ। ପୋଷ୍ଟ କୋଭିଡ ରୋଗରେ ଏହା ଏକ ଚିନ୍ତାର ବିଷୟ ପାଲଟିଛି । କୋଭିଡ ପରେ 20 ପ୍ରତିଶତ ବୃଦ୍ଧି ପାଇଥିବା ନେଇ ସୂଚନା ରହିଛି । ସାରା ବିଶ୍ବରେ ବର୍ତ୍ତମାନ 45 କୋଟି ଲୋକ ମାନସିକ ରୋଗରେ ଆକ୍ରାନ୍ତ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସର୍ବେକ୍ଷଣରୁ ଏହା ଜଣା ପଡିଛି ।

ବିଭିନ୍ନ ପ୍ରକାର ମାନସିକ ରୋଗ:

ବର୍ତ୍ତମାନ ବିଶ୍ବରେ ଲୋକମାନେ ବିଭିନ୍ନ ପ୍ରକାରର ମାନସିକ ରୋଗର ଶିକାର ହୋଇଥାନ୍ତି । ଏଥିମଧ୍ୟରୁ କିଛିଟା ବଂଶଗତ ହୋଇଥିବା ବେଳେ କିଛି ସ୍ନାୟୁଗତ ସମସ୍ୟା, ଶାରୀରିକ ରୋଗ, ବାର୍ଦ୍ଧକ୍ୟ ଯୋଗୁଁ ହୋଇପାରେ । କେତେକ କିଛି ବଡ ଆଘାତ, ନିର୍ଯାତନା, ବିଚ୍ଛେଦ କିମ୍ବା ପାରିବାରିକ ସମସ୍ୟା, ଏକଲାପଣ ଏବଂ ଅନ୍ୟ ଗୁଡିଏ ପରିସ୍ଥିତି ଯୋଗୁଁ ମଧ୍ୟ ହୋଇପାରେ । ବେଳେବେଳେ କେତେକ ମାନସିକ ସମସ୍ୟା ଏତେ ଭୟଙ୍କର ହୋଇପାରେ ଯେ, ଆତ୍ମହତ୍ୟା କରିବା ଏବଂ ନିଜକୁ କିମ୍ବା ଅନ୍ୟମାନଙ୍କୁ କ୍ଷତି ପହହଞ୍ଚାଇବା ଭଳି ପ୍ରବଳ ଇଚ୍ଛା ସୃଷ୍ଟି ହୋଇପାରେ ଜଣେ ରୋଗୀ।

ବର୍ତ୍ତମାନ ସମୟରେ, ସାଧାରଣତଃ ଦେଖାଯାଉଥିବା ମାନସିକ ସମସ୍ୟା ହେଉଛି ଉଦାସୀନତା କିମ୍ବା ଚାପ, ଚିନ୍ତା ଜନିତ ବ୍ୟାଘାତ କିମ୍ବା ଚିନ୍ତା ଜନିତ ରୋଗ ଯେପରିକି ସାଧାରଣ ଚିନ୍ତା ବ୍ୟାଘାତ, ଓସିଡି,ଡିମେନ୍ସିଆ ଆଦି ।

ମାନସିକ ରୋଗର ନିରାକରଣ:

ମାନସିକ ରୋଗରୁ କିପରି ରକ୍ଷା ପାଇବେ ସେ ନେଇ ଡାକ୍ତରଙ୍କ କହିବା କଥା ହେଉଛି, ଆମ ଭିତରୁ ଅନେକ ଲୋକ ମାନସିକ ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ଏବଂ ପ୍ରକାର ବିଷୟରେ ଜାଣିନଥିବା ଯୋଗୁଁ ଏହି ରୋଗରେ ଆହୁରି ଅଧିକ ସମସ୍ୟାର ସାମାନ କରିଥାନ୍ତି । ତେବେ ଜଣେ ମାନସିକ ରୋଗୀଙ୍କ ସହିତ ଆପଣ ଭଲ ଆଚରଣ ରଖିବା ନିହାତି ଆବଶ୍ୟକ ବୋଲି ଡାକ୍ତରଙ୍କ ମତ ଥାଏ ।

ଯଦି କାହାର ଠାରେ ଆପଣ ମାନସିକ ରୋଗର ଲକ୍ଷଣ ଦେଖୁଛନ୍ତି ସର୍ବପ୍ରଥମେ ତାଙ୍କ ସହ କଥାବାର୍ତ୍ତା କରିବା ସେମାନଙ୍କ ସମସ୍ୟା ବୁଝିବାକୁ ଏବଂ ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ତାଙ୍କୁ କହିବା ଉଚିତ। ଯଦି ଏହାକୁ ଆମେ ସଠିକ ଢଙ୍ଗରେ କରିପାରିବେ ତେବେ ଯାଇ ଏହି ରୋଗୀଙ୍କ ସଂଖ୍ୟାରେ ପରିବର୍ତ୍ତନ ହେବ ।

ମାନସିକ ରୋଗୀ ସୁସ୍ଥ ମନ ପାଇଁ ଯୋଗ, ପ୍ରାଣାୟମ ଆଦିର ସାହାଯ୍ୟ ନେଇ ପାରିବେ । ଡାକ୍ତରଙ୍କ ସହ ସଂପର୍କ କରି ଔଷଧ ମଧ୍ୟ ଖାଇ ପାରିବେ । ମାନସିକ ରୋଗ ମଣିଷକୁ ସଂପୂର୍ଣ୍ଣ ପରିବର୍ତ୍ତନ କରିଦେଇପାରେ । ତାର ନିଜସ୍ବ ପ୍ରକୃତି ସହିତ କର୍ମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଡାକ୍ତର ମଧ୍ୟ ମାନସିକ ରୋଗୀଙ୍କୁ ପ୍ରାଣାୟମ ଆଦି କରିବା ପାଇଁ ଉପଦେଶ ଦେଇଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+