World Hepatitis Day 2023 : କେମିତି ସାବଧାନତା ରହିଲେ ଆମେ ହେପାଟାଇଟିସରୁ ସୁରକ୍ଷିତ ରହିପାରିବା ?
World Hepatitis Day 2023 : ବିଶ୍ଵ ହେପାଟାଇଟିସ୍ ଦିବସ ଅବସରରେ ସଚେତନ କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସାବଧାନ ରହିଲେ ଏଥିରୁ ମୁକ୍ତ ରହିପାରିବା ବୋଲି ବିଭାଗ କହିଛି। ଯକୃତ ଯନ୍ତ୍ରଣା ଠାରୁ ଆରମ୍ଭ କରି ଯକୃତ କର୍କଟ ଏଥିରେ ସାମିଲ।
ହେପାଟାଇଟିସ୍ ରୁ ସୁରକ୍ଷିତ ରହିବା ପାଇଁ ସଚେତନ ହୁଅନ୍ତୁ ଓ ଅନ୍ୟମାନଙ୍କୁ ସଚେତନ କରନ୍ତୁ। ଜନ୍ମର ୨୪ ଘଣ୍ଟା ମଧ୍ୟରେ ନବଜାତ ଶିଶୁକୁ ହେପାଟାଇଟିସ୍ ପ୍ରତିଷେଧକ ଟିକା ଦିଅନ୍ତୁ ଯାହା ସମସ୍ତ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ଉପଲବ୍ଧ।
ସମସ୍ତଙ୍କ ମିଳିତ ଉଦ୍ୟମ ଓ ସାବଧାନତା ଦ୍ଵାରା ହେପାଟାଇଟିସ୍ ର ପ୍ରତିରୋଧ ସମ୍ଭବ। ହେପାଟାଇଟିସ୍ ରୁ ସୁରକ୍ଷିତ ରହିବା ପାଇଁ କେବଳ ସ୍ଵୀକୃତିପ୍ରାପ୍ତ ବ୍ଲଡ୍ ବ୍ୟାଙ୍କ୍ ରୁ ରକ୍ତ ଗ୍ରହଣ କରନ୍ତୁ, ଅସୁରକ୍ଷିତ ଯୌନ ସମ୍ପର୍କ ଠାରୁ ଦୁରେଇ ରୁହନ୍ତୁ ଏବଂ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ ।

ଚଳିତ ବର୍ଷ ବିଶ୍ୱ ହେପାଟାଇଟିସ୍ ଦିବସର ଥିମ୍ ହେଉଛି 'ୱାନ୍ ଲାଇଫ୍ ୱାନ୍ ଲିଭର'(ଗୋଟିଏ ଜୀବନ ଗୋଟିଏ ଯକୃତ)। ବିଭିନ୍ନ ସଚେତନତା ମାଧ୍ୟମରେ ୨୦୩୦ ସୁଦ୍ଧା ଯକୃତର ସ୍ୱାସ୍ଥ୍ୟକୁ ବିକଶିତ କରି ବିଶ୍ୱକୁ ହେପାଟାଇଟିସ୍ ମୁକ୍ତ କରିବାର ଲକ୍ଷ୍ୟ ରହିଛି ।
ବୈଜ୍ଞାନିକ ଡକ୍ଟର ବାରୁକ୍ ବ୍ଲୁମବର୍ଗ ହେପାଟାଇଟିସ୍ ବି ଭାଇରସ୍ (HBV) ଆବିଷ୍କାର କରିଥିଲେ। ଏହା ପରେ ଏକ ଡାଇଗ୍ନୋଷ୍ଟିକ୍ ପରୀକ୍ଷା ଏବଂ ଜୀବାଣୁ ଚିକିତ୍ସା ପାଇଁ ଏକ ଟିକାର ମଧ୍ୟ ବିକାଶ କରିଥିଲେ। ତେଣୁ ଡକ୍ଟର ବ୍ଲୁମବର୍ଗଙ୍କ ଆବିଷ୍କାରର ସମ୍ମାନରେ ତାଙ୍କ ଜନ୍ମଦିନ ଜୁଲାଇ ୨୮ରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି।
ହେପାଟାଇଟିସ୍ ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୮ ଜୁଲାଇରେ 'ବିଶ୍ୱ ହେପାଟାଇଟିସ୍ ଦିବସ' ପାଳନ କରାଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ୨୦୦୮ମସିହାରେ ପ୍ରଥମ ଥର ପାଇଁ 'ବିଶ୍ୱ ହେପାଟାଇଟିସ୍ ଦିବସ' ପାଳନ କରାଯାଇଥିଲା।












Click it and Unblock the Notifications