ବିଶ୍ୱ ପରିବେଶ ଦିବସ 2022: ଚଳିତ ବର୍ଷର ବିଷୟବସ୍ତୁ 'ଓନଲି ୱାନ ଆର୍ଥ'
ଆଜି ବିଶ୍ବ ପରିବେଶ ଦିବସ । ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ନେତୃତ୍ୱରେ ବିଶ୍ୱ ପରିବେଶ ଦିବସ ପ୍ରତିବର୍ଷ ଜୁନ୍ 5 ରେ ପାଳନ କରାଯାଏ । ଯାହାର ଉଦ୍ଦେଶ୍ୟ ବିଶ୍ୱସ୍ତରରେ ଲୋକଙ୍କୁ ପରିବେଶ ଉପରେ ଏକ ସକରାତ୍ମକ ଭାବନା ସୃଷ୍ଟି କରାଇବ ।

ଜଳବାୟୁ ପରିବର୍ତ୍ତନ ଏବଂ ସାମୁଦ୍ରିକ ପ୍ରଦୂଷଣଠାରୁ ଆରମ୍ଭ କରି ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଅବକ୍ଷୟ ଆଦିର ସାମନା କରିବା ପାଇଁ ପଡୁଥିଲା । ସମୟ ସହ ପ୍ରାକୃତିକ ସମ୍ପଦର ମଧ୍ୟ ବ୍ୟାପକ କ୍ଷତି ହେଉଛି । ମଣିଷକୁ ସୁସ୍ଥ ରହିବା ପାଇଁ ନିଜ ଚାରିପାଖର ପରିବେଶ ଭଲ ହୋଇଥିବା ନିହାତି ଆବଶ୍ୟକ । ତେଣୁ ନିଜ ସହ ପରିବେଶର ମଧ୍ୟ ଯତ୍ନ ନେବା ଉଚିତ ।
1972 ରେ ଆୟୋଜିତ ଷ୍ଟକହୋମ ସମ୍ମିଳନୀ ଉପରେ ମିଳିତ ଜାତିସଂଘ ଦ୍ବାରା ଏହି ଦିନଟିକୁ ପରିବେଶ ପାଇଁ ଉତ୍ସର୍ଗୀକୃତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସୁସ୍ଥ ପରିବେଶରେ ରହିବାର ଅଧିକାରକୁ ଏକ ମୌଳିକ ମାନବ ଅଧିକାର ଭାବରେ ଘୋଷଣା କରାଯାଇଥିଲା।
ପରିବେଶ ସୁରକ୍ଷା ବିଷୟରେ ସଚେତନତା କରିବା ପାଇଁ ବିଭିନ୍ନ ଅଭିଯାନର ଆୟୋଜନ କରାଯାଏ । ଏଛିରେ ଅଂଶଗ୍ରହଣ କରିବା ପାଇଁ ଜୀବନର ସମସ୍ତ ବର୍ଗର ଲୋକଙ୍କୁ ବାର୍ତ୍ତା ଦିଆଯାଏ । ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ପାଳନ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଏବଂ ସ୍ଲୋଗାନ ନେଇ ପାଳନ କରାଯାଏ । ଚଳିତ ବର୍ଷର ବିଷୟବସ୍ତୁ, ଓନଲି ୱାନ ଆର୍ଥ ରହିଛି । ଏହି ଦିନଟିକୁ ବିଶ୍ବର ଅନେକ ଦେଶରେ ସଚେତନତାର ସହ ପାଳନ କରାଯାଏ ।

Click it and Unblock the Notifications