World Elephant Day: ଆଜି ବିଶ୍ୱ ହାତୀ ଦିବସ, ଓଡ଼ିଶାରେ କେତେ ଅଛନ୍ତି ହାତୀ ?
ହାତୀ ପାଇଁ ଦିନଟିଏ । ଆଜି ବିଶ୍ଵ ହାତୀ ଦିବସ ।ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ ରୂପେ ପାଳନ କରାଯାଇଥାଏ । ଉକ୍ତ ଦିନଟିକୁ ହସ୍ତୀ ସଂରକ୍ଷଣ ଓ ସୁରକ୍ଷା ଉଦ୍ଦେଶ୍ୟରେ ସମର୍ପିତ । ଏହି ନୀରିହ ପଶୁଟି ପାଇଁ ଜନସଚେତନତା ସୃଷ୍ଟି କରିବା ଦିଗରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି ହାତୀ ହେଉଛି ମଣିଷର ବନ୍ଧୁ । କିନ୍ତୁ ପରିବର୍ତ୍ତିତ ସମୟରେ ଏବେ ମଣିଷର ବଡ ଶତ୍ରୁ ଭାବେ ହାତୀକୁ ଗଣନା କରାଯାଉଛି । ପରିବେଶ ସନ୍ତୁଳନରେ ସବୁଠାରୁ ବଡ ପ୍ରାଣୀ ଏହି ହାତୀର ପ୍ରମୁଖ ଭୂମିକା ରହିଛି । କିନ୍ତୁ ଆଜିର ଦିନରେ ଏହି ପ୍ରାଣୀର ଅସ୍ତିତ୍ୱ ବିପଦରେ ।
୨୦୧୨ ମସିହା ଅଗଷ୍ଟ ୧୨ରେ ପ୍ରଥମ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଇଥିଲା । ପ୍ରକୃତିର ଅବକ୍ଷୟ ଯୋଗୁଁ ନାନାଦି ଆସୁବିଧାର ସମ୍ମୁଖିନ ହେଉଥିବା ଏହି ନିରୀହ ଜୀବନକୁ ସୁରକ୍ଷା ଦେବା ନିମନ୍ତେ ଏହି ଦିନର ସୃଷ୍ଟି ।
ହାତୀର ବାଟ କାଟିଛି ମଣିଷ । ଜନସଂଖ୍ୟା ବଢୁଛି, କମୁଛି ହାତୀଙ୍କ ବାସସ୍ଥଳୀ। ସେମାନେ ଖାଉଥିବା ଖାଦ୍ୟ ଓ ପାଣି ଜଙ୍ଗଲରେ ମିଳୁନାହିଁ। ମଣିଷ କାଟି ଚାଲିଛି ଜଙ୍ଗଲ। ଫଳରେ ଖାଦ୍ୟ ଓ ପାଣି ପାଇଁ ସେମାନେ ଜନବସତି ମୁଁହା ହେଉଛନ୍ତି।
ହାତୀ ଜାଣିଶୁଣି ମଣିଷ ସହ ସଂଘର୍ଷ କରନ୍ତି ନାହିଁ । ପରିସ୍ଥିତି ଏଭଳି ହୋଇଛି ଯେଉଥିପାଇଁ ସେମାନେ ନିଜକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି । ହାତୀ କରିଡର ପାଇଁ ସରକାର ବିଭିନ୍ନ ପ୍ରୋଜେକ୍ଟ କରୁଛନ୍ତି। ତାହା ଏବେ ବି ଠିକ୍ ଭାବେ ହୋଇପାରିନାହିଁ ।
ଦିନକୁ ଦିନ ଜଙ୍ଗଲ ନଷ୍ଟ ସାଙ୍ଗକୁ ଖଣି ଖାଦାନର ବୃଦ୍ଧି ଘଟିବା ଫଳରେ ହାତୀମାନଙ୍କର ବାସସ୍ଥାନ ଧୀରେ ଧୀରେ ସଙ୍କୁଚିତ ହେଉଛି । ଏହାସହ ଅସାମାଜିକ ଲୋକ ମାନେ ମଧ୍ୟ ମଧ୍ୟ ହାତୀ ଶିକାର କରୁଥିବା ଖବର ଅନେକ ସମୟରେ ଖବର କାଗଜ ପୃଷ୍ଠା ମଣ୍ଡନ କରୁଛି । ଏହା ଫଳରେ ଦିନକୁ ଦିନ ଏହି ପ୍ରାଣୀର ସଂଖ୍ୟା ଲୋପ ପାଇବାକୁ ବସିଛି ।
ଓଡ଼ିଶାରେ କେତେ ଅଛନ୍ତି ହାତୀ ?
ରାଜ୍ୟରେ ଥିବା ୩୮ଟି ବନଖଣ୍ଡରେ ଅଛନ୍ତି ୨୦୯୮ ହାତୀ ରହିଛନ୍ତି । ୭ ବର୍ଷରେ ୧୨୨ ହାତୀଙ୍କ ସଂଖ୍ୟା ବଢ଼ିଛି । ରାଜ୍ୟରେ ପୁରୁଷ ହାତୀଙ୍କ ସଂଖ୍ୟା ୪୭୪ ଓ ମାଇ ହାତୀଙ୍କ ସଂଖ୍ୟା ୧ ହଜାର ୩୯ଟି ହାତୀ ରହିଛନ୍ତି । ଅନ୍ୟପଟେ ଛୁଆ ହାତୀ ଅଛନ୍ତି ମାତ୍ର ୫୯୪ । ଏପଟେ ୨୦୧୭ ମସିହାରେ ରାଜ୍ୟରେ ହାତୀ ସଂଖ୍ୟା ୧୯୭୬ ଟି ହାତୀ ଥିଲେ ବୋଲି କହିଛି ବନ ବିଭାଗ ।

କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟର ୫ ବର୍ଷର ତଥ୍ୟ ଉପରେ ନଜର ଦେଲେ ୨୦୧୯-୨୦ ମସିହାରେ ହାତୀ ଆକ୍ରମଣରେ ରାଜ୍ୟରେ ୧୧୭ ଜଣ ମଣିଷ ମୃତ୍ୟୁ ବାରଣ କରିଥିବା ବେଳେ ଦେଶରେ ୫୭୪। ସେହିପରି ୨୦୨୦-୨୧ ମସିହାରେ ରାଜ୍ୟରେ ୯୩ ଜଣ ରହିଥିବା ବେଳେ ଦେଶରେ ୪୪୪, ୨୦୨୧-୨୨ ମସିହାରେ ରାଜ୍ୟରେ ୧୧୨ ଜଣ ରହିଥିବା ବେଳେ ଦେଶରେ ୫୨୦, ୨୦୨୨-୨୩ ମସିହାରେ ରାଜ୍ୟରେ ୧୪୮ ରହିଥିବା ବେଳେ ଦେଶରେ ୫୮୩ ଏବଂ ୨୦୨୩-୨୪ ମସିହାରେ ରାଜ୍ୟରେ ୧୫୪ ଜଣ ମଣିଷ କେବଳ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବେଳେ ଦେଶରେ ୬୦୬ ଜଣ ରହିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।
ତେବେ ଜଙ୍ଗଲ କ୍ଷୟ ଯୋଗୁଁ ଜନବସତି ମୁହାଁ ହୋଇଛନ୍ତି ହାତୀପଲ । ଅନେକ ସମୟରେ ହାତୀପଲ ଫସଲ ଜମି ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି । ଏଣୁ ଜନ ସଚେତନା ପାଇଁ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଉଛି ।
ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। କେତେବେଳେ ଟ୍ରେନ୍ ଦୁର୍ଘଟଣାରେ ତ କେତେବେଳେ ବିଦ୍ୟୁତ୍ ତାର ସ୍ପର୍ଶରେ ତ ଆଉ କେତେବେଳେ ଦାନ୍ତ ପାଇଁ ଏମାନଙ୍କ ଜୀବନ ଅକାଳରେ ଚାଲିଯାଉଛି। ତେବେ ଆଗକୁ ହାତୀ ବଂଶ କିପରି ବୃଦ୍ଧି ପାଇବ, ସେଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଅନେକ ପ୍ରାଣୀ ଗବେଷକ ମତ ଦିଅନ୍ତି।












Click it and Unblock the Notifications