ଆଜି ବିଶ୍ବ ଅଣ୍ଡା ଦିବସ: ଉତ୍ପାଦକାରୀକୁ ପ୍ରୋତ୍ସାହିତ କରେ ଅଣ୍ଡା

ଅଣ୍ଡା ମଣିଷ ଜୀବନରେ କେତେ ଦରକାରୀ, ତାକୁ ବୁଝାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଏ ।

ଅଣ୍ଡା ମଣିଷ ଜୀବନରେ କେତେ ଦରକାରୀ, ତାକୁ ବୁଝାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଏ । 1996 ମସିହାରେ ରେ ଆନ୍ତର୍ଜାତୀୟ ଅଣ୍ଡା ଆୟୋଗର ଭିଏନା ସମ୍ମିଳନୀରେ ଏହି ଦିନକୁ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା । ସେହି ଦିନ ଠାରୁ ବିଶ୍ୱବାସୀ ଏହି ଦିନକୁ ଅଣ୍ଡା ଦିବସ ଭାବେ ପାଳନ କରି ଆସୁଛନ୍ତି ।

egg
ଅଣ୍ଡାକୁ ଉଚ୍ଚସ୍ତରୀୟ ପ୍ରୋଟିନ୍‌ ସହିତ ଉତ୍ତମ ଗୁଣ ସମ୍ପନ୍ନଯୁକ୍ତ ହୋଇଥିବାରୁ ଖାଦ୍ୟ ସାରଣୀରେ ସାମିଲ କରିବା ପାଇଁ ଆଜିର ଦିନରେ ଲୋକଙ୍କୁ ପ୍ରୋତ୍ସାହିତ କରାଯାଇଥାଏ । ଅଣ୍ଡାର ବିଶେଷ ଗୁଣ ଏବଂ ମଣିଷ ପାଇଁ ଏହା କେତେ ଉପକାରୀ, ଏହାର ଉପାଦେୟତାକୁ ପ୍ରଚାର ମାଧ୍ୟମରେ ବୁଝାଇବା ପାଇଁ ଏହି ଦିନ ଚେଷ୍ଟା କରାଯାଇଥାଏ । ଅକ୍ଟୋବର ଦ୍ବିତୀୟ ଶୁକ୍ରବାର ବିଶ୍ବ ଅଣ୍ଡା ଦିବସ ଭାବରେ ପାଳନ କରାଯାଏ । ଏହାର ଉତ୍ପାଦକାରୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ସନ୍ତୁଳିତ ଖାଦ୍ୟର ଏକ ଅଂଶ ଭାବରେ ଅଣ୍ଡା ବ୍ୟବହାରକୁ ପ୍ରୋତ୍ସାହନ ଏବଂ ଲୋକପ୍ରିୟ କରିବା ପାଇଁ ଆଇଇସି ଗଠନ କରାଯାଇଥିଲା।

ଅଣ୍ଡା କମ୍ କ୍ୟାଲୋରୀ, ଉଚ୍ଚମାନର ପ୍ରୋଟିନର ଉତ୍ସ। ପ୍ରୋଟିନ ସହ ଅଣ୍ଡାରେ ଭିଟାମିନ ବି ଏବଂ ଡି ମଧ୍ୟ ରହିଥାଏ । ଖଣିଜ ପଦାର୍ଥର ଏକ ଭଲ ଅଂଶ , ଯାହା ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। ଲୋକ କଥା ଅନୁସାରେ, ''ସନଡେ ହୋ ୟା ମନଡେ, ରୋଜ ଖାଓ ଅଣ୍ଡେ''। ଏହାର ଅର୍ଥ, ଅଣ୍ଡା ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି । ସବୁଠାରୁ ସୁଲଭ ଏବଂ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ମଧ୍ୟରୁ ଗୋଟିଏ ହୋଇଥିବାରୁ, ଅଣ୍ଡା ସମଗ୍ର ବିଶ୍ୱରେ ବ୍ୟାପକ ଭାବରେ ଖିଆଯାଏ । ଅଣ୍ଡାର ଏପରି ବହୁମୁଖୀତା ଏବଂ ପୁଷ୍ଟିକର ମୂଲ୍ୟବୋଧକୁ ଲୋକଙ୍କ ନିକଟରେ ଆଜିର ଦିନରେ ପହଞ୍ଚାଯାଏ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+