ବିଶ୍ୱ ପୃଥିବୀ ଦିବସ; ଜାଣନ୍ତୁ କଣ ରହିଛି ଇତିହାସ ?

ଭୁବନେଶ୍ବର: ଧରିତ୍ରୀ ପାଇଁ ଦିନଟିଏ। ଆଜି ବିଶ୍ୱ ପୃଥିବୀ ଦିବସ। ପୃଥିବୀକୁ ସୁରକ୍ଷା ଦେବା ପାଇଁ ଏହି ଦିବସ ପାଳନ ହୁଏ। ତେବେ କେମିତି ପାଳନ ହେଲା ଏହି ଦିବସ ? କିଏ ଏହି ଦିବସ ପାଳନ କରିଥିଲେ।

୧୯୬୯ ମସିହାର ଘଟଣା । ଆମେରିକା କାଲିଫର୍ଣ୍ଣିଆର ସାନ୍ତାବାରବରାରେ ୧୯୬୯ମସିହା ଜାନୁୟାରୀ ୨୮ ତାରିଖ ଦିନ ଏକ ଦୁର୍ଘଟଣା ଘଟି ୩୦ ଲକ୍ଷ ଅଶୋଧିତ ତୈଳ ସମୁଦ୍ରରେ ମିଶିଥିଲା। ଯାହାଦ୍ବାରା ୧୦ ହଜାରରୁ ଊର୍ଦ୍ଧ୍ବ ସାମୁଦ୍ରିକ ପକ୍ଷୀଙ୍କ ସମେତ ଡଲଫିନ୍‌, ସିଲ୍ ଆଦି ଅନ୍ୟ ସାମୁଦ୍ରିକ ପ୍ରାଣୀଙ୍କର ମୃତ୍ୟୁ ହୋଇଥିଲା। ପରିବେଶବିତ୍ ତଥା ତତ୍‌କାଳୀନ ଆମେରିକା ସିନେଟର ଗେଲର୍ଡ ନେଲସନଙ୍କୁ ଏହି ଘଟଣା ବ୍ୟଥିତ କରିଥିଲା।

EARTH DAY

ଏହା ପରେ ୧୯୭୦ ମସିହା ଅପ୍ରେଲ ୨୨ରେ ପ୍ରଥମେ ଆର୍ଥ-ଡ଼େ ପାଳନ କରାଯାଇଥିଲା । ପରିବେଶବିତ୍ ତଥା ଆମେରିକାର ସିନେଟର ଗେଲର୍ଡ ନେଲସନ ପ୍ରଥମେ ଏହି ଦିବସ ପାଳନ କରିଥିଲେ । ଏଥିରେ ୨ କୋଟିରୁ ଅଧିକ ଆମେରିକୀୟ ଯୋଗ ଦେଇଥିଲେ। ସେବେଠୁ ପ୍ରତିବର୍ଷ ଅପ୍ରେଲ ମାସ ୨୨ ତାରିଖକୁ ପୃଥିବୀ ଦିବସ ବା ଆର୍ଥ-ଡ଼େ ଭାବେ ପାଳନ କରାଯାଇଥାଏ ।

ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା । ବର୍ତ୍ତମାନ ବିଶ୍ୱର ୧୯୨ଟି ଦେଶରେ ପୃଥିବୀ ଦିବସ ପାଳିତ ହେଉଛି । ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ସହାୟତାର ହାତ ବଢ଼ାଇବାକୁ ହେବ। ତେବେ ଯାଏଁ ଆମ ପରିବେଶ ସୁରକ୍ଷା ହୋଇପାରିବ। ଆଉ ଆମ ପୃଥିବୀ ସୁନ୍ଦର ହୋଇପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+