ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା ଭାରତ: ବିଶ୍ୱ ଅଭିବୃଦ୍ଧି ହାର 2.7 ପ୍ରତିଶତ ଠାରୁ ଆଗରେ ଭାରତ

ଆଗାମୀ ଦୁଇଟି ଆର୍ଥିକ ବର୍ଷରେ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥବ୍ୟବସ୍ଥା ଭାବେ ନିଜର ସ୍ଥିତିକୁ ବଜାୟ ରଖି ଭାରତ ବିଶ୍ୱ ଆର୍ଥିକ ପରିଦୃଶ୍ୟରେ ପ୍ରାଧାନ୍ୟ ବିସ୍ତାର କରିବାକୁ ପ୍ରସ୍ତୁତ। ଭାରତର ଅର୍ଥବ୍ୟବସ୍ଥା ଉଭୟ ଆର୍ଥିକ ବର୍ଷ 2025-26 ଏବଂ ଆର୍ଥିକ ବର୍ଷ 2026-27 ରେ 6.7% ସ୍ଥିର ହାରରେ ବୃଦ୍ଧି ପାଇବ, ଯାହା ବିଶ୍ୱ ତଥା ଆଞ୍ଚଳିକ ସାଥୀମାନଙ୍କୁ ଉଲ୍ଲେଖନୀୟ ଭାବରେ ଅତିକ୍ରମ କରିବ ବୋଲି ବିଶ୍ୱ ବ୍ୟାଙ୍କର ବିଶ୍ୱ ଆର୍ଥିକ ସମ୍ଭାବନା (ଜିଇପି) ରିପୋର୍ଟର ଜାନୁଆରୀ 2025 ସଂସ୍କରଣ ଆକଳନ କରାଯାଇଛି । ବିଶ୍ୱ ଅଭିବୃଦ୍ଧି 2025-26 ରେ 2.7 ପ୍ରତିଶତ ରହିବ ବୋଲି ଆଶା କରାଯାଉଥିବା ବେଳେ, ଏହି ଉଲ୍ଲେଖନୀୟ ପ୍ରଦର୍ଶନ ଭାରତର ଦୃଢ଼ତା ଏବଂ ବିଶ୍ୱର ଆର୍ଥିକ ଗତିପଥକୁ ରୂପ ଦେବାରେ ଏହାର ବର୍ଦ୍ଧିତ ଗୁରୁତ୍ୱକୁ ଦର୍ଶାଉଛି।

ଜିଇପି ରିପୋର୍ଟ ଏହି ଅସାଧାରଣ ଗତିକୁ ଏକ ସମୃଦ୍ଧ ସେବା କ୍ଷେତ୍ର ଏବଂ ପରିବର୍ତ୍ତନଶୀଳ ସରକାରୀ ପଦକ୍ଷେପ ଦ୍ୱାରା ପରିଚାଳିତ ଏକ ପୁନର୍ଜୀବିତ ଉତ୍ପାଦନ ଆଧାରକୁ ଶ୍ରେୟ ଦେଇଛି। ଭିତ୍ତିଭୂମିର ଆଧୁନିକୀକରଣ ଠାରୁ ଆରମ୍ଭ କରି ଟିକସକୁ ସରଳ କରିବା ପର୍ଯ୍ୟନ୍ତ, ଏହି ପଦକ୍ଷେପଗୁଡ଼ିକ ଘରୋଇ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରୁଛି ଏବଂ ଭାରତକୁ ବିଶ୍ୱ ଆର୍ଥିକ ସ୍ଥିରତାର ଏକ ଆଧାରସ୍ତମ୍ଭ ଭାବେ ଅବସ୍ଥାପିତ କରୁଛି। ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଚୀନ୍ ଆସନ୍ତା ବର୍ଷ 4 ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ଯାଉଥିବା ବେଳେ ଭାରତର ଅଭିବୃଦ୍ଧି ଏହାଠାରୁ ଢେର ଆଗରେ ରହିବ । ଏହା ମହତ୍ୱାକାଂକ୍ଷା, ନବସୃଜନ ଏବଂ ଅତୁଳନୀୟ ସମ୍ଭାବନାର ଏକ ଶକ୍ତିଶାଳୀ ଗାଥାକୁ ପରିପ୍ରକାଶ କରୁଛି ।

World Bank GEP report

ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁରୂପ, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ବିଶ୍ୱ ଅର୍ଥନୈତିକ ଦୃଷ୍ଟିକୋଣ (ଡବ୍ଲୁଇଓ) ର ସଦ୍ୟତମ ଆକଳନରେ ମଧ୍ୟ ଭାରତର ଦୃଢ଼ ଆର୍ଥିକ ଗତିପଥକୁ ସୁନିଶ୍ଚିତ କରାଯାଇଛି । ଅକ୍ଟୋବରରୁ ପୂର୍ବ ଆକଳନ ଭଳି 2025 ଏବଂ 2026 ରେ ଭାରତର ଅଭିବୃଦ୍ଧି 6.5% ରେ ଦୃଢ ରହିବ ବୋଲି ଆଇଏମଏଫ ପୂର୍ବାନୁମାନ କରିଛି । ଏହି ନିରନ୍ତର ଅଭିବୃଦ୍ଧି ପରିଣାମ ଭାରତର ସ୍ଥିର ଆର୍ଥିକ ମୂଳଦୁଆ ଏବଂ ବୈଶ୍ୱିକ ଅନିଶ୍ଚିତତା ସତ୍ତ୍ୱେ ବିକାଶ ଗତି ବଜାୟ ରଖିବାରେ ଏହାର କ୍ଷମତାକୁ ପ୍ରତିଫଳିତ କରୁଛି। ଉଭୟ ବିଶ୍ୱ ବ୍ୟାଙ୍କ ଏବଂ ଆଇଏମଏଫ ଦ୍ୱାରା ଆକଳନ କରାଯାଇଥିବା ଭାରତର ଆର୍ଥିକ ପ୍ରଦର୍ଶନର ନିରନ୍ତର ଶକ୍ତି ଦେଶର ଦୃଢ଼ସ୍ଥିତିକୁ ଦର୍ଶାଉଛି ଏବଂ ଆର୍ଥିକ ମୌଳିକତାର ନିରନ୍ତର ଶକ୍ତି ଉପରେ ଆଲୋକପାତ କରୁଛି । ଏହା ଭାରତକୁ ବିଶ୍ୱ ଆର୍ଥିକ ପରିଦୃଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ଭାବେ ଅବସ୍ଥାପିତ କରିଥାଏ।

ବିଶ୍ୱ ଆର୍ଥିକ ସମ୍ଭାବନା (ଜିଇପି) ରିପୋର୍ଟ ହେଉଛି ବିଶ୍ୱ ବ୍ୟାଙ୍କ ଗୋଷ୍ଠୀର ଏକ ଫ୍ଲାଗସିପ୍ ପ୍ରକାଶନ ଯାହା ବିଶ୍ୱ ଅର୍ଥବ୍ୟବସ୍ଥାର ଧାରା ଏବଂ ଆକଳନକୁ ଯାଞ୍ଚ କରେ। ଏହା ଉଦୀୟମାନ ବଜାର ଏବଂ ବିକାଶଶୀଳ ଅର୍ଥବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦେଇଥାଏ, ଯାହା ସେମାନଙ୍କ ଅଭିବୃଦ୍ଧି ଗତିପଥ ଏବଂ ଆହ୍ୱାନଗୁଡ଼ିକ ବିଷୟରେ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥାଏ। ଜାନୁଆରୀ ଏବଂ ଜୁନ୍ ମାସରେ ବର୍ଷକୁ ଦୁଇଥର ପ୍ରକାଶିତ ହେଉଥିବା ଏହି ରିପୋର୍ଟ ନୀତି ନିର୍ଦ୍ଧାରକ, ଅର୍ଥନୀତିଜ୍ଞ ଏବଂ ଗବେଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବଳ ଭାବେ କାର୍ଯ୍ୟ କରିଥାଏ। ଜାନୁଆରୀ ସଂସ୍କରଣ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରସଙ୍ଗର ବିସ୍ତୃତ ବିଶ୍ଳେଷଣ ଉପରେ ଧ୍ୟାନ ଦେଇଥାଏ, ଅନ୍ୟପକ୍ଷରେ ଜୁନ୍ ସଂସ୍କରଣ ସଂକ୍ଷିପ୍ତ, କେନ୍ଦ୍ରିତ ବିଶ୍ଳେଷଣାତ୍ମକ ଦିଗ ଉପରେ ଆଲୋକପାତ କରିଥାଏ।

ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ବିକାଶଶୀଳ ଅର୍ଥବ୍ୟବସ୍ଥାର ପ୍ରଦର୍ଶନର ପ୍ରଥମ ବିସ୍ତୃତ ସମୀକ୍ଷା ପ୍ରଦାନ କରି ସଦ୍ୟତମ ଜିଇପି ରିପୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଚିହ୍ନିତ କରିଛି। 2025 ଏହାର ପ୍ରଥମ ତ୍ରୈମାସର ସମାପ୍ତିର ସଙ୍କେତ ଦେବା ସହିତ ଏହି ରିପୋର୍ଟରେ 2000 ମସିହାରୁ ଏହି ଅର୍ଥବ୍ୟବସ୍ଥା ଦ୍ୱାରା କରାଯାଇଥିବା ଅଗ୍ରଗତିର ମୂଲ୍ୟାଙ୍କନ କରାଯାଇଛି ଏବଂ ଆଗାମୀ 25 ବର୍ଷ ମଧ୍ୟରେ ସେମାନଙ୍କର ଭବିଷ୍ୟତ ସମ୍ଭାବନାର ମୂଲ୍ୟାଙ୍କନ କରାଯାଇଛି।

ଏହି ରିପୋର୍ଟରେ, ଭାରତର ସେବା କ୍ଷେତ୍ରରେ ଅଭିବୃଦ୍ଧି ସୁଦୃଢ଼ ରହିବ ବୋଲି ଅନୁମାନ କରାଯାଇଛି। ଲଜିଷ୍ଟିକ୍ସ ଭିତ୍ତିଭୂମିରେ ଉନ୍ନତି ଏବଂ ଟିକସ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲାଗି ସରକାରଙ୍କ ପ୍ରୟାସ ଦ୍ୱାରା ସହାୟକ ହୋଇ ଉତ୍ପାଦନ କାର୍ଯ୍ୟକଳାପ ସୁଦୃଢ଼ ହେବ। ଏକ ସୁଦୃଢ଼ ଶ୍ରମ ବଜାର, ଋଣ ପ୍ରାପ୍ତି ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ହ୍ରାସ ଯୋଗୁଁ ଭାରତରେ ଘରୋଇ ଉପଭୋଗ ଗତିଶୀଳ ହେବାର ସମ୍ଭାବନା ରହିଛି। ବର୍ଦ୍ଧିତ ଘରୋଇ ନିବେଶ, ଉନ୍ନତ କର୍ପୋରେଟ ବାଲାନ୍ସ ସିଟ ଏବଂ ଅନୁକୂଳ ଆର୍ଥିକ ସ୍ଥିତି ଦ୍ୱାରା ସମର୍ଥିତ ଭାରତର ନିବେଶ ଅଭିବୃଦ୍ଧି ସ୍ଥିର ରହିବ ବୋଲି ଆଶା କରାଯାଉଛି। ଉଦୀୟମାନ ବଜାର ଏବଂ ବିକାଶଶୀଳ ଅର୍ଥବ୍ୟବସ୍ଥା (ଇଏମଡିଇ) ରେ 2000 ମସିହାରୁ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି, ଯାହା ବର୍ତ୍ତମାନ ବିଶ୍ୱ ଜିଡିପିରେ ପ୍ରାୟ 45 ପ୍ରତିଶତ ଯୋଗଦାନ କରୁଛି । ଏହା ଚଳିତ ଶତାବ୍ଦୀର ପ୍ରାରମ୍ଭରେ 25 ପ୍ରତିଶତ ଥିଲା। ଭାରତ, ଚୀନ୍ ଏବଂ ବ୍ରାଜିଲ, ତିନୋଟି ସର୍ବବୃହତ ଇଏମଡିଇ ମିଳିତ ଭାବେ ଚଳିତ ଶତାବ୍ଦୀର ଆରମ୍ଭରୁ ବାର୍ଷିକ ବିଶ୍ୱ ଅଭିବୃଦ୍ଧିର ପ୍ରାୟ 60 ପ୍ରତିଶତ ଭାଗକୁ ଆଗେଇ ନେଉଛନ୍ତି ।

ଦେଶକୁ ନିରନ୍ତର ଆର୍ଥିକ ଅଭିବୃଦ୍ଧି ଏବଂ ବୈଶ୍ୱିକ ନେତୃତ୍ୱ ଦିଗରେ ଆଗେଇ ନେବା ଉଦ୍ଦେଶ୍ୟରେ ଭାରତ ସରକାର ଅନେକ ଦୂରଦୃଷ୍ଟିସମ୍ପନ୍ନ ଯୋଜନା ଏବଂ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି। ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅଧୀନରେ ଭିତ୍ତିଭୂମି ବିକାଶ ଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ ନବସୃଜନକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ, ଏହି ସଂସ୍କାରଗୁଡ଼ିକ ଉତ୍ପାଦନ, ଡିଜିଟାଲ ଅର୍ଥବ୍ୟବସ୍ଥା ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଭଳି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି। ସାମୂହିକ ଭାବେ, ଏହା ଏକ ନମନୀୟ, ଆତ୍ମନିର୍ଭରଶୀଳ ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାମୂଳକ ଅର୍ଥବ୍ୟବସ୍ଥା ନିର୍ମାଣ ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଭାରତର ଉଲ୍ଲେଖନୀୟ ଆର୍ଥିକ ଗତିପଥ ଏହାର ସମାବେଶୀ ଅଭିବୃଦ୍ଧି ଏବଂ ନବସୃଜନ ପରିଚାଳିତ ବିକାଶର ଦୃଷ୍ଟିକୋଣର ଏକ ପ୍ରମାଣ। ପ୍ରଗତିଶୀଳ ଦୃଷ୍ଟିକୋଣ ଆଧାରିତ ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା ସହ ଏକ ସୁଦୃଢ଼ ଭିତ୍ତିଭୂମିକୁ ପ୍ରୋତ୍ସାହନ ଏବଂ ଡିଜିଟାଲ ରୂପାନ୍ତରଣକୁ ଗ୍ରହଣ କରି ଦେଶ ନିଜର ବୈଶ୍ୱିକ ସ୍ଥିତିକୁ ପୁନର୍ବାର ପରିଭାଷିତ କରୁଛି। ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥବ୍ୟବସ୍ଥା ଭାବେ, ଆଗାମୀ ଦୁଇଟି ଆର୍ଥିକ ବର୍ଷରେ 6.7 ପ୍ରତିଶତ ସ୍ଥିର ଅଭିବୃଦ୍ଧି ସହିତ ଭାରତ ବିଶ୍ୱସ୍ତରୀୟ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ପଛରେ ପକାଇ ଆର୍ଥିକ ଦୃଢ଼ତା ଏବଂ ପ୍ରଗତିରେ ଅଗ୍ରଣୀ ରାଷ୍ଟ୍ର ଭାବେ ନିଜର ସ୍ଥିତିକୁ ମଜବୁତ କରିଚାଲିଛି। ବସ୍ତୁ ଓ ସେବା କର ଦ୍ୱାରା ବଜାରକୁ ଏକୀକୃତ କରିବା ଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଉତ୍ପାଦନ-ସଂଯୁକ୍ତ ପ୍ରୋତ୍ସାହନ ଯୋଜନା ଭଳି ପଦକ୍ଷେପ ଦ୍ୱାରା ଉଦ୍ୟୋଗୀତା ଏବଂ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପର୍ଯ୍ୟନ୍ତ, ଦେଶ ଏକ ଗତିଶୀଳ ଏବଂ ସୁଦୃଢ଼ ଅର୍ଥବ୍ୟବସ୍ଥା ନିର୍ମାଣ କରୁଛି। ଏହି ଧାରା ସହିତ, ଭାରତ ବିଶ୍ୱ ଅର୍ଥବ୍ୟବସ୍ଥାର ଭବିଷ୍ୟତକୁ ରୂପ ଦେବାକୁ ପ୍ରସ୍ତୁତ, ଯାହା ଅତୁଳନୀୟ ପ୍ରଗତି ହାସଲ କରିବାରେ ମହତ୍ୱାକାଂକ୍ଷା, ନମନୀୟତା ଏବଂ ରଣନୈତିକ ପ୍ରଶାସନିକ ଶକ୍ତିର ଉଦାହରଣ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+