ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ଟ୍ରମ୍ପଙ୍କ ସ୍ଵତନ୍ତ୍ର ....

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଵତନ୍ତ୍ର ଦୂତ ଷ୍ଟିଭ ଭିଟକଫ ସେଣ୍ଟ ପିଟର୍ସବର୍ଗଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ୪ ଘଣ୍ଟା ଆଲୋଚନା କରିଛନ୍ତି। ୟୁକ୍ରେନ ସହିତ ଯୁଦ୍ଧବିରତି ଏହି ଆଲୋଚନାର ମୂଳ ଉଦ୍ଦେଶ୍ୟ ଥିଲା। ପୁଟିନ ଭିଟକଫଙ୍କୁ ସ୍ଵାଗତ କରିଥିଲେ। ପ୍ରାୟ ୪ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିଲା। ଯୁଦ୍ଧ ସମାପ୍ତ କରିବା ଲାଗି ୟୁକ୍ରେନ ଏବଂ ରୁଷ ମଧ୍ୟରେ ମତଭେଦ ରହିଥିବାରୁ ତାହାର ପୂର୍ଣ୍ଣଚ୍ଛେଦ ପକାଇବାକୁ ଭିଟକଫ ଉଦ୍ୟମ କରିଥିଲେ।

ବିଗତ ଦିନ ତୁଳନାରେ ବର୍ତ୍ତମାନ ସମୟରେ ଆମେରିକା ଏବଂ ରୁଷ ମଧ୍ୟରେ ସମ୍ପର୍କରେ ସୁଧାର ଆସିବାର ବଡ଼ ସୁଯୋଗ ରହିଛି। ଦୁଇ ଦେଶ ମଧ୍ୟରେ ଆର୍କଟିକ୍‌ ଅଞ୍ଚଳ ଏବଂ ଦୁର୍ଲଭ ଖଣିଜ ପଦାର୍ଥରେ ମିଳିତ ନିବେଶ ଲାଗି ରହିଥିବା ସମ୍ଭାବନା ଦିଗରେ ମଧ୍ୟ ଆଲୋଚନା ଜାରି ରହିଛି। କାରଣ ଟ୍ରମ୍ପଙ୍କ ଦୂତଙ୍କ ସହିତ ହୋଟେଲରେ ପୁଟିନଙ୍କ ନିବେଶ ଅଧିକାରୀ କିରିଲ ଦିମିତ୍ରିୟେଭ ମଧ୍ୟ ନଜର ଆସିଥିଲେ। ସେ ହିଁ ଭିଟକଫଙ୍କୁ ପୁଟିନଙ୍କ ନିକଟକୁ ନେଇ ଯାଇଥିଲେ।

trump

ଅନ୍ୟପଟେ ଯୁଦ୍ଧରେ ପୂର୍ଣ୍ଣ ବିରାମ ଲାଗି ପୁଟିନ ସହମତି ଜଣାଇଛନ୍ତି। କିନ୍ତୁ ସେ କିଛି ସର୍ତ୍ତ ରଖିଛନ୍ତି। ସେହି ସର୍ତ୍ତଗୁଡ଼ିକ ହେଉଛି, ୟୁକ୍ରେନ ନାଟୋରେ ସାମିଲ ହେବ ନାହିଁ। ୟୁକ୍ରେନକୁ ନିଜ ସେନାର ଆକାର ସୀମିତ ରଖିବାକୁ ହେବ। ରୁଷ କବଜା କରିଥିବା ୟୁକ୍ରେନର ୪ଟି ଅଞ୍ଚଳକୁ ମାନ୍ୟତା ଦିଆଯିବ। ଏସବୁ ସର୍ତ୍ତ ମାନିବାକୁ ୟୁକ୍ରେନ କିନ୍ତୁ ସହମତ ହୋଇପାରୁ ନାହିଁ।

ସୂଚନାଯୋଗ୍ୟ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ ପୂର୍ବରୁ କିଛି ସମ୍ଭାବ୍ୟ ବୁଝାମଣା କରିବା ଲାଗି ଆମେରିକା ଉଦ୍ୟମ ଚଳାଇଛି। କିନ୍ତୁ ଯୁଦ୍ଧର ପରିସମାପ୍ତି ଉପରେ ଦୁଇ ଦେଶ ମଧ୍ୟରେ କିଛି ମତଦେଭ ରହିଛି। ଯଦି ରୁଷ ପକ୍ଷରୁ ଯୁଦ୍ଧ ସମାଧାନ ଦିଗରେ ପଦକ୍ଷେପ ନିଆ ନ ଯାଏ, ତେବେ ରୁଷଠାରୁ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇବାକୁ ଟ୍ରମ୍ପ ଚେତାବନୀ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+