ବିନା ଦୋଷରେ 40 ବର୍ଷ ଜେଲରେ : ମୁକୁଳିବା ପରେ ମିଳିଲା 149 କୋଟି ଟଙ୍କାର କ୍ଷତିପୂରଣ
ଆମେରିକାରେ ଜଣେ କଏଦୀଙ୍କୁ ବିନା ଅପରାଧରେ 40 ବର୍ଷ ଜେଲରେ ରହିବାକୁ ପଡିଲା ।
କାଲିଫୋର୍ନିୟା : ଦୁନିଆରେ ଏଭଳି ଅନେକ କଏଦୀ ଅଛନ୍ତି ଯେଉଁମାନେ ବିନା ଦୋଷରେ ଜେଲରେ ବନ୍ଦି ହୋଇ ରହିଛନ୍ତି । ଏପରି ଏକ ମାମଲା ଆମେରିକାରେ ସାମ୍ନାକୁ ଆସିଛି । ଏଠାରେ ଜଣେ କଏଦୀଙ୍କୁ ବିନା ଅପରାଧରେ 40 ବର୍ଷ ଜେଲରେ ରହିବାକୁ ପଡିଲା । ଏହାପରେ ଯେବେ ସେ ମୁକୁଳିଲେ ତାଙ୍କୁ 149 କୋଟି ଟଙ୍କାର କ୍ଷତିପୂରଣ ଦିଆଗଲା । ଏହି ଘଟଣା ପ୍ରଘଟ ହେବା ପରେ ସମସ୍ତହ୍କୁ ଏହା ଆଶ୍ଚର୍ଯ୍ୟଚକିତ କରିଛି ।
କେଲିଫୋର୍ନିୟାର ଜଣେ ବ୍ୟକ୍ତିଙ୍କୁ ଗୋଟିଏ କି ଦୁଇ ଦିନ ନୁହେଁ ବରଂ 40 ବର୍ଷ ବିନା ଅପରାଧରେ ଜେଲରେ ରହିବାକୁ ପଡିଲା । ଏହି ବ୍ୟକ୍ତି ଜଣଙ୍କ ସିମି ଓ୍ୱେଲିର ଅଧିବାସୀ ଅଟନ୍ତି । ଏକ ଭୁଲ ମାମଲାରେ ତାଙ୍କୁ 40 ବର୍ଷର କାରାଦଣ୍ଡ କାଟିବାକୁ ପଡିଲା ।

ଏହି ବ୍ୟକ୍ତି ଜଣଙ୍କୁ ତାଙ୍କ ପ୍ରେମିକା ଓ ତାର ଚାରି ବର୍ଷର ପୁଅକୁ ହତ୍ୟା କରିବାର ମିଥ୍ୟା ଆରୋପ ଲାଗିଥିଲା । ଏହି ଆରୋପ କାରଣରୁ ତାଙ୍କୁ ଜେଲରେ 40 ବର୍ଷ ବନ୍ଦୀ ଜୀବନ କାଟିବାକୁ ପଡିଲା । କ୍ରିଗ୍ କୋଲେ ନାମକ ଏହି ବ୍ୟକ୍ତିଙ୍କୁ ଏହି ମାମଲାରେ ନିର୍ଦ୍ଦୋଶ ସାବ୍ୟସ୍ତ କରି 2017ରେ ଜେଲରୁ ମୁକ୍ତ କରାଗଲା ।
ଏହାବାଦ୍ କ୍ଷତିପୂରଣ ବାବଦରେ 21 ମିଲିୟନ ଡଲାର୍ ଭାରତୀୟ ମୁଦ୍ରାରେ ଯାହା 149 କୋଟି ଟଙ୍କା ହେବ ଦିଆଯାଇଥିଲା । ଦୀର୍ଘ ବର୍ଷ ଧରି ମାମଲା ଲଢିବା କାରଣରୁ କ୍ରିଙ୍ଗଙ୍କୁ ଏହି କ୍ଷତିପୂରଣ ଦିଆଯାଇଥିଲା ।
ସିଟି ମ୍ୟାନେଜର ଏହାକୁ ନେଇ ଜାରି କରିଥିବା ବୟାନରେ କହିଛନ୍ତି ଯେ କ୍ରିଗ୍ 40 ବର୍ଷ ଧରି ଯେଉଁ ପରିସ୍ଥିତି ଦେଇ ଗତି କରିଛନ୍ତି ତାହାର କ୍ଷତି କେବେ ବି ଭରଣା କରାଯାଇ ପାରିବ ନାହିଁ । ହେଲେ ଏହି କ୍ଷତିପୂରଣ ଏକ ଛୋଟିଆ ପ୍ରୟାସ ଯେ ଆସନ୍ତା ଦିନ ମାନଙ୍କରେ ସେ ଭଲରେ ଚଳିପାରିବେ । ଏଠାରେ କହି ରଖୁଛୁ କି ଯେଉଁ କ୍ଷତିପୂରଣ କ୍ରିଗଙ୍କୁ ଦିଆଗଲା ସେଥିରୁ 4.9 ମିଲିୟନ ଡଲାର ନିଗମ ତରଫରୁ ଦିଆଗଲା । ଏହାବାଦ୍ ଇନସୁରାନ୍ସ ଓ ଅନ୍ୟ ସୂତ୍ରରୁ ବକେୟା ଟଙ୍କା ଦିଆଯାଇଥିଲା ।
1978ରେ କ୍ରିଗକୁ ତାଙ୍କର 24 ବର୍ଷିୟା ପ୍ରେମିକା ଓ ତାଙ୍କ ପୁଅକୁ ହତ୍ୟା କରିବାର ଦୋଷୀ ସାବ୍ୟସ୍ତ କରାଯାଇଥିଲା । ମାମଲାକୁ ପୁଣି ଥରେ ତଦନ୍ତ କରିବା ପରେ ଡିଏମନଏନ ପରୀକ୍ଷାରୁ କ୍ରିଙ୍ଗକୁ ଏଥିରେ ସଂପୃକ୍ତ ମିଳିନଥିଲା ।
ଫଳରେ ସେ ନିର୍ଦ୍ଦୋଶ ସାବ୍ୟସ୍ତ ହୋଇଥିଲେ । ଏହି 40 ବର୍ଷର ଲମ୍ବା ଲଢେଇରେ କ୍ରିଗଙ୍କୁ ଜୀବନର ମୁଲ୍ୟବାନ ମଣିଷ ବାପା-ମାଙ୍କୁ ହରାଇଛନ୍ତି । ମାମଲା ଲଢିବା ପାଇଁ ସେମାନେ ଘରକୁ ବନ୍ଧା ରଖିଥିବା ବେଳେ ବିଭିନ୍ନ ଲୋକଙ୍କ ଠାରୁ ଟାହି ଟାପରା ଶୁଣି ଶେଷରେ ମୃତ୍ୟୁ ହୋଇଥିଲା ।












Click it and Unblock the Notifications