ଭାରତକୁ ସହଯୋଗର ହାତ ବଢାଇଲା ଆମେରିକା, ଆମେ ଭାରତ ସହ ଅଛୁ ;ତୁଳସୀ ଗବାର୍ଡ

ଆତଙ୍କବାଦୀଙ୍କୁ ନିପାତରେ କରିକାରେ ଭାରତକୁ ସବୁ ପ୍ରକାର ସହାୟତା କରିବ ଆମେରିକା। ପହଲଗାଓଁ ଆକ୍ରମଣରେ ଜଡିତ ଆତଙ୍କୀଙ୍କୁ ଚିହ୍ନଟ, ଠାବ ଓ ନିପାତରେ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଆମେରିକା ଗୁଇନ୍ଦା ମୁଖ୍ୟ ତୁଳସୀ ଗବାର୍ଡ। ପହଲଗାଓଁରେ ହୋଇଥିବା ମୁସଲିମ ଆତଙ୍କୀ ଆକ୍ରମଣକୁ ନିନ୍ଦା କରିବା ସହ ପ୍ରାଣ ହରାଇଥିବା ୨୬ ହିନ୍ଦୁଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି ଆମେରିକା ଗୁଇନ୍ଦା ମୁଖ୍ୟ। ଏହି ଆକ୍ରମଣରେ ଜଡିତ ଆତଙ୍କୀଙ୍କୁ ଠାବ କରି ନିପାତ କରିବାରେ ଆମେରିକା ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ଗବାର୍ଡ ପ୍ରତିଶ୍ରୁତି ଦେଇଛନ୍ତି।

Tulsi Gabbard

ଆମେରିକା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଟାମି ବ୍ରୁସ ପହଲଗାଓଁ ଆକ୍ରମଣକୁ ନେଇ ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇ ଯିବା ପରେ ତୁଳସୀଙ୍କ ସମର୍ଥନ ଭାରତର ମନୋବଳ ବଢାଇଛି। ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଓ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପହଲଗାଓଁ ଆକ୍ରମଣ ନେଇ ଭାରତକୁ ସମର୍ଥନ ଜଣାଇଥିଲେ। ଆତଙ୍କବାଦ ମୁକାବିଲା ପାଇଁ ଆମେରିକା ଭାରତ ସହିତ ଛିଡା ହୋଇଥିବାରୁ ଏ ସମ୍ପର୍କରେ ପାକିସ୍ତାନୀ ସାମ୍ବାଦିକଙ୍କୁ ପ୍ରଶ୍ନ କରିବାକୁ ଦିଆଯିବ ନାହିଁ ବୋଲି ବ୍ରୁସ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+