ଗାଜା-ଲେବାନନ୍ରେ ଅସ୍ତ୍ରବିରତି ପାଇଁ ଆହ୍ୱାନ ଦେଲେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ
ଇସ୍ରାଏଲ-ହମାସ ଯୁଦ୍ଧକୁ ଏହାକୁ ବର୍ଷେ ପୂରିଥିଲେ ସୁଦ୍ଧା ଏହି ଯୁଦ୍ଧ ଜାରି ରହିବ। ଏଭଳି କିଛି କହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହେରଜି ହେଲଭି କହିଛନ୍ତି । ଏପଟେ ବର୍ଷପୂର୍ତ୍ତି ପୂର୍ବରୁ ପୁଣି ସ୍ଥିତି ଜାହିର କରିଛି ହମାସ୍। କିଛି ଦିନ ତଳେ ଗାଜା ଷ୍ଟ୍ରିପରୁ ଇସ୍ରାଏଲ ଉପରକୁ କରିଥିଲା ଘନଘନ ରକେଟ୍ ମାଡ଼।
ରବିବାର ଗାଜା ମସ୍ଜିଦ୍ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଛି। ଫଳରେ ଏହି ଆକ୍ରମଣରେ ଅତି କମ୍ରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୩ ଜଣ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଥିଲା । କେନ୍ଦ୍ରୀୟ ଗାଜା ଅଞ୍ଚଳର ଦେର ଅଲ୍-ବଲାହସ୍ଥିତ ଅଲ୍-ଆକସା ହସ୍ପିଟାଲ ନିକଟରେ ଥିବା ଏକ ମସ୍ଜିଦ ଉପରେ ଏହି ଆକ୍ରମଣ ହୋଇଥିଲା ।

ବର୍ତ୍ତମାନ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଉଭୟ ଗାଜା ଏବଂ ଲେବାନନ୍ରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଆହ୍ୱାନ ଦେଇଛନ୍ତି । ସେହି ଅଞ୍ଚଳରେ ଯୁଦ୍ଧର ଆଶଙ୍କା ବୃଦ୍ଧି ପାଉଛି ବୋଲି ଗୁଟେରସ୍ ଚେତାବନୀ ଦେଇଛନ୍ତି । ଇସ୍ରାଏଲ୍ ସଂସଦରେ ପାରିତ ହୋଇଥିବା ଦୁଇଟି ବିଲ୍କୁ ନେଇ ଶ୍ରୀ ଗୁଟେରସ୍ ଉଦ୍ବେଗ ପ୍ରକାଶ କରିବା ସହ ଏହା ପାଲେଷ୍ଟାଇନ୍ ଶରଣାର୍ଥଙ୍କ ପାଇଁ ଜାତିସଂଘ ପକ୍ଷରୁ ନିଆଯାଉଥିବା କାର୍ଯ୍ୟକଳାପକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।
ଏ ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ସେ ବ୍ୟକ୍ତିଗତ ଭାବେ ଚିଠି ଲେଖିଛନ୍ତି । ଲେବାନନରେ ବୃଦ୍ଧି ପାଉଥିବା ମାନବିକ ସଂକଟକୁ ଦୃଷ୍ଟିରେ ରଖ୍ କାତାର ଲେବାନନଙ୍କୁ ଚିକିତ୍ସା ସାମଗ୍ରୀ ଏବଂ ଖାଦ୍ୟ ପରିବହନ ପାଇଁ ପଦକ୍ଷେପ ନେଇଛି ।












Click it and Unblock the Notifications