ଭୟଙ୍କର ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ଇସ୍ରାଏଲ-ହମାସ ଯୁଦ୍ଧ: ଇସ୍ରାଏଲ-ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଅକ୍ଟୋବର 7ରେ ଇସ୍ରାଏଲରେ ପ୍ରଥମ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ତେବେ ଏହାରି ଯୁଦ୍ଧ ମଧ୍ୟରେ ଯୁଦ୍ଧଭୂମି ଗସ୍ତ କାରିପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆମେରିକା ରାଷ୍ଟ୍ରପତିଙ୍କୁ ଇସ୍ରାଏଲ ଆଲିବା ପାଇଁ ନିମନ୍ତ୍ରଣ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ।

Israel

ତେବେ ଏହା ପୂ୍ର୍ବରୁ ଆମେରିକା ସମେତ ୫ ଶକ୍ତିଶାଳୀ ରାଷ୍ଟ୍ରୀ ଇସ୍ରାଏଲ ସମର୍ଥନରେ ବାହାରିଥିଲା । ଫୋନ୍ ଯୋଗେ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ସେଠିକାର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ତେବେ ଏପରି ସ୍ଥିତିରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଇସ୍ରାଏଲ ଯୁଦ୍ଧଭୂମି ଗସ୍ତ କରିବା ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ହେଲେ ଗାଜା ଉପରେ ଆକ୍ରମଣ କରିବା ଭୁଲ ହେବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି ବାଇଡେନ୍ ।

ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ, ଗାଜାରେ ଲୁଚି ରହିଥିହା ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିବା ଉଚିତ୍ ହେଲେ ପାଲେଷ୍ଟାଇନ ରାଷ୍ଟ୍ର ପାଇଁ ଏକ ରାସ୍ତା ମଧ୍ୟ ରହିବା ଆବଶ୍ୟକ। ଗାଜା ଉପକେ ଇସ୍ରାଏଲର ପୁନଃ କବଜା କରିବା ଏକ ବଡ଼ ଭୁଲ ହେବ ।

ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଖୁବ୍ ଶୀଘ୍ର ଗାଜା ଷ୍ଟ୍ରିପରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କରିବାକୁ ଯାଉଛି ଏବଂ ଆତଙ୍କବାଦୀ ଗୋଷ୍ଠୀ ହମାସକୁ ହଟାଇବା ପାଇଁ ଏହା ଏକ ବ୍ୟାପକ କାର୍ଯ୍ୟ ହେବ ବୋଲି ଇସ୍ରାଏଲ୍ କହିଛି। ଇସ୍ରାଏଲ୍ ବାୟୁସେନା ପକ୍ଷରୁ ମଧ୍ୟ ଗାଜା ଉପରେ ଆକ୍ରମଣ ଜାରି ରହିଛି, ଅନ୍ୟ ପଟେ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ରକେଟ୍ ଆକ୍ରମଣ ଜାରି ରଖିଛି। ଗାଜା ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାଲେଷ୍ଟାଇନ ରେଡକ୍ରସ କହିଛି ଯେ ଅଲ-କୁଡ୍ସ ହସ୍ପିଟାଲ ନିକଟରେ ପାଞ୍ଚଟି ଏୟାର ଷ୍ଟ୍ରାଇକ କରାଯାଇଛି। ଶନିବାର ଦିନ ଡାକ୍ତରଖାନାଙ୍କୁ ଖାଲି କରିବା ପାଇଁ ଇସ୍ରାଏଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏହା ସମ୍ଭବ ନଥିବା ବୋଲି କହିଥିଲା ରେଡକ୍ରସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+