ଟ୍ବିଟର ବିକି ଦେବେ କି ଏଲନ ମସ୍କ ? କହିଲେ, କିଣିକି ଏବେ ପସ୍ତାଉଛି
Will Elon Musk sell Twitter : ଟ୍ୱିଟର ଚଳାଇବା ଭାରି କଷ୍ଟଦାୟକ ବୋଲି କହିଛନ୍ତି ଲୋକପ୍ରିୟ ମାଇକ୍ରୋବ୍ଲଗିଂ ଆପର ମାଲିକ ତଥା ବିଲିୟନେୟାର ଏଲୋନ୍ ମସ୍କ । ଯଦି ସେ ସଠିକ୍ ବ୍ୟକ୍ତି ପାଇବେ ତେବେ ସେ କମ୍ପାନୀ ବିକ୍ରୟ କରିବେ ବୋଲି କହିଛନ୍ତି ।
ସାକ୍ଷାତକାର ସମୟରେ ଟ୍ୱିଟରକୁ ନିଜ ଅଧୀନକୁ ନେଇ ଅନୁତାପ କରୁଛନ୍ତି କି ପ୍ରଶ୍ନର ଉତ୍ତରରେ ମସ୍କ କହିଛନ୍ତି ଯେ, "ଯନ୍ତ୍ରଣା ସ୍ତର ଖୁବ୍ ଅଧିକ, ଏହା କୌଣସି ପାର୍ଟି ନୁହେଁ ।" ସେହିପରି ସାକ୍ଷାତକାର ସମୟରେ ଯେତେବେଳେ ତାଙ୍କ କାର୍ଯ୍ୟକାଳ ବିଷୟରେ ପ୍ରଶ୍ନ କରାଯାଇଥିଲା, ସେ କହିଛନ୍ତି ଯେ, "ଏହା ବିରକ୍ତିକର ନୁହେଁ । କିନ୍ତୁ ଏକ ରୋଲର୍କୋଷ୍ଟର(ଏକ ସମୟରେ ହଠାତ୍ ପରିବର୍ତ୍ତନ) ଭଳି । ବାସ୍ତବରେ ଗତ କିଛି ମାସ ଚାପପୂର୍ଣ୍ଣ ପରିସ୍ଥିତି ଥିଲା । ବେଳେବେଳେ ମୁଁ କାର୍ଯ୍ୟ ବ୍ୟସ୍ତରେ ଅଫିସରେ ଶୋଇପଡିଛି ।" ତେବେ କମ୍ପାନୀ କିଣିବା ଠିକ୍ ନିଷ୍ପତ୍ତି ବୋଲି ଏଲନ ମସ୍କ କହିଛନ୍ତି ।

ତେବେ ନିକଟରେ ଏଲନ୍, ଟ୍ୱିଟରରୁ ଫ୍ରି ବ୍ଲୁ-ଟିକ୍ ହଟେଇବା ନେଇ ଘୋଷଣା କରିଥିଲେ। ଆଉ ସେବେଠୁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ୁଛି । ସେହିପରି ସାକ୍ଷାତକାରରେ ସେ ଆହୁରି କହିଛନ୍ତି ଯେ, ଟ୍ୱିଟରରେ ଅନେକ ଟେକ୍ନିକାଲ ସମସ୍ୟା ଦେଖା ଦେଇଥିଲା । ଯାହା ଫଳରେ କିଛି ସମୟ ପାଇଁ ଟ୍ୱିଟର ବନ୍ଦ ମଧ୍ୟ ପଡ଼ି ଯାଇଥିଲା । ଏହି ସମସ୍ୟା ଦୀଘ ସମୟ ପାଇଁ ନ ଥିଲା, ଏବେ ସବୁ କିଛି ଠିକ୍ ଚାଲିଛି ।
ଉଲ୍ଲେଖଥାଉ କି, ଗତ ବର୍ଷ ଅକ୍ଟୋବରରେ ମସ୍କ 44 ବିଲିୟନ ଡଲାରରେ ଟ୍ୱିଟର କିଣିଥିଲେ । ଏହାପରେ ସେ କମ୍ପାନୀରେ ବ୍ୟାପକ ପରିବର୍ତ୍ତନ ଆଣିଥିଲେ । ଅଧିକାଂଶ ସମୟରେ ସେ ତାଙ୍କର ନିଷ୍ପତ୍ତିକୁ ନେଇ ୟୁଜର୍ସଙ୍କ ସମାଲୋଚନାର ଶିକାର ହୋଇଛନ୍ତି । ଟ୍ବିଟରରୁ କର୍ମଚାରୀଙ୍କୁ ଛଟେଇ କରିବା ହେଉ କି ଲୋଗୋ ପରିବର୍ତ୍ତନ ଅନେକ ସମୟରେ ସେ ଟ୍ରୋଲର ଶିକାର ହୋଇଛନ୍ତି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ











Click it and Unblock the Notifications