ଯେଉଁଠାରୁ 'ସର୍ବୋତ୍ତମ ଚୁକ୍ତି' ପାଇବେ ସେଠାରୁ ତେଲ କିଣା ଜାରି ରଖିବେ; ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର
ରୁଷିଆରେ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ସ୍ପଷ୍ଟ କରିଛନ୍ତି ଯେ, ଭାରତ ତୈଳ କ୍ରୟ ପ୍ରକିୟାରେ କୌଣସି ଚାପ କାମ କରିବ ନାହିଁ। ଭାରତୀୟ କମ୍ପାନିଗୁଡ଼ିକ ଯେଉଁଠାରୁ ସର୍ବୋତ୍ତମ ଡିଲ୍ ପାଇବେ ସେଠାରୁ ତେଲ କିଣିବା ଜାରି ରଖିବେ। ଆମେରିକାକୁ ସମାଲୋଚନା କରି ସେ କହିଛନ୍ତି, ନୂଆଦିଲ୍ଲୀ ନିଜର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବ। ଆମେରିକା ଦ୍ୱାରା ଭାରତ ଉପରେ ଅତିରିକ୍ତ ଶୁଳ୍କ ଘୋଷଣା ନେଇ ବିନୟଙ୍କର ଏହି ମନ୍ତବ୍ୟ ଆସିଛି। ଆମେରିକା କହି୍ଥିଲା, ଭାରତ ଉପରେ ଶୁଳ୍କ ଲଗାଇବାର ଉଦ୍ଦେଶ୍ୟ ହେଉଛି ଏହାକୁ ରୁଷିଆରୁ ତେଲ କିଣିବାରୁ ରୋକିବା।

ରୁଷିଆର ସରକାରୀ ସମାଚାର ଏଜେନ୍ସି ଟିଏଏସଏସ ସହିତ ଏକ ସାକ୍ଷାତକାରରେ ବିନୟ କୁମାର ଭାରତର ତୈଳ କ୍ରୟ ଏବଂ ଆମେରିକା ସହିତ ଉତ୍ତେଜନା ବିଷୟରେ କହିଛନ୍ତି। ସେ କହିଛନ୍ତି, ନୂଆଦିଲ୍ଲୀର ପ୍ରାଥମିକତା ହେଉଛି ଦେଶର ୧.୪ ବିଲିୟନ ଲୋକଙ୍କ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା। ଭାରତ ଏବଂ ରୁଷିଆ ମଧ୍ୟରେ ବାଣିଜ୍ୟ ପାରସ୍ପରିକ ସ୍ୱାର୍ଥ ଏବଂ ବଜାର କାରକ ଉପରେ ଆଧାରିତ। ଭାରତରଲୋକଙ୍କ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବାର ସାମଗ୍ରିକ ଉଦ୍ଦେଶ୍ୟ ହାସଲ ପାଇଁ ଏହା କରାଯାଉଛି।
ବିନୟ କୁମାର ରୁଷିଆ ସହିତ ନୂଆଦିଲ୍ଲୀର ନିରନ୍ତର ଶକ୍ତି ବାଣିଜ୍ୟର ଜବାବରେ ଭାରତୀୟ ଆମଦାନୀ ଉପରେ ଶୁଳ୍କ ଦ୍ୱିଗୁଣିତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ଏପରି ଶୁଳ୍କ ବୃଦ୍ଧି ନ୍ୟାୟପୂର୍ଣ୍ଣ ବାଣିଜ୍ୟର ନୀତିକୁ କ୍ଷୁର୍ଣ୍ଣ କରେ। ସେ ସ୍ପଷ୍ଟ ଭାବରେ କହିଛନ୍ତି, ଭାରତ ଉପରେ ଶୁଳ୍କ ଲାଗୁ କରିବା ପାଇଁ ଆମେରିକାର ନିଷ୍ପତ୍ତି ଅଯୌକ୍ତିକ ଏବଂ ଅନୁଚିତ।












Click it and Unblock the Notifications