ତୀବ୍ର ହେଉଛି ଋଷ-ଆମେରିକା ବିବାଦ! ଧମକ ଦେଲେ ଟ୍ରମ୍ପ.....

ଋଷ୍‌ ଓ ଆମେରିକା ମଧ୍ୟରେ ଦିନକୁ ଦିନ ତିକ୍ତତା ବଢ଼ିବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଋଷ୍‌ର ପୂର୍ବତନ ରାଷ୍ଟ୍ରପତି ତଥା ପୁଟିନଙ୍କ ଅତ୍ୟନ୍ତ ନିକଟତର ଦିମିତ୍ରୀ ମେଦଭେଦେଭ କଡ଼ା ଜବାବ ଦେବା ପରେ ଟ୍ରମ୍ପ ଅତ୍ୟନ୍ତ ଚିଡ଼ିଯାଇଛନ୍ତି । ଋଷର ଏଭଳି ବିପଦପୂର୍ଣ୍ଣ ଧମକ ଦେଖି ଟ୍ରମ୍ପ ନେଇଛନ୍ତି ବଡ଼ ନିଷ୍ପତ୍ତି । ଏହା ପରେ ଟ୍ରମ୍ପ ଦୁଇଟି ନ୍ୟୁକ୍ଲିଅର୍ ସବମରିନ୍, ଋଷ୍‌ ନିକଟ ସମୁଦ୍ରରେ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ନିକଟତର ଦିମିତ୍ରୀ ମେଦଭେଦେଭଙ୍କ ଧମକର ଜବାବରେ ନିଆଯାଇଛି । ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, 'ଋଷ୍‌ ଫେଡେରେସନ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରୀ ମେଦଭେଦେଭଙ୍କ ଅତ୍ୟନ୍ତ ଉତ୍ତେଜକ ବୟାନକୁ ଆଧାର କରି, ମୁଁ ଦୁଇଟି ନ୍ୟୁକ୍ଲିଅର୍ ସବମରିନକୁ ଉପଯୁକ୍ତ ଅଞ୍ଚଳରେ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛି। ଯାହା ଫଳରେ ଏହି ମୂର୍ଖତାପୂର୍ଣ୍ଣ ଓ ଉତ୍ତେଜକ ବୟାନ ଅଧିକ ନହେଉ। ଶବ୍ଦ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାୟତଃ ଅନିଚ୍ଛାକୃତ ପରିଣାମ ଦେଇପାରେ। ମୁଁ ଆଶା କରୁଛି ଏହି ମାମଲା ଏପରି ହେବ ନାହିଁ।'

ପୂର୍ବରୁ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଥିଲେ ଯେ,ଦିମିତ୍ରୀ ମେଦଭେଦେବଙ୍କ 'ଅତ୍ୟନ୍ତ ଉତ୍ତେଜକ ବିବୃତ୍ତି' ଆଧାରରେ, ସେ ଉପଯୁକ୍ତ କ୍ଷେତ୍ରରେ ଦୁଇଟି ପରମାଣୁ ବୁଡ଼ାଜାହାଜ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି, 'ବିବୃତ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ କେତେକ ସମୟରେ ଏହା ଅନାବଶ୍ୟକ ପ୍ରତିକୂଳ ପରିଣାମ ଆଣିଥାଏ । ମୁଁ ଆଶା କରୁଛି ଯେ, ମେଦଭେଦେବଙ୍କ ମନ୍ତବ୍ୟ ପରେ ଏଭଳି କିଛି ଅସୁବିଧା ନହେଉ ।' ଦିମିତ୍ରୀ ମେଦଭେଦେବ ରୁଷ ସୁରକ୍ଷା ପରିଷଦର ଉପସଭାପତି ।

PUTIN

ସୂଚନାଯୋଗ୍ୟ ଯେ, ଟ୍ରମ୍ପ ଗୁରୁବାର ତାଙ୍କ ଏକ ପୋଷ୍ଟରେ ମେଦଭେଦେବଙ୍କୁ 'ରୁଷର ବିଫଳ ପୂର୍ବତନ ରାଷ୍ଟ୍ରପତି' ବୋଲି କହିଥିଲେ । କିଛି ଘଣ୍ଟା ପରେ, ମେଦଭେଦେବ ଟ୍ରମ୍ପଙ୍କୁ ଜବାବ ଦେଇଥିଲେ । ସେ କହିଥିଲେ, ରୁଷ ପ୍ରତ୍ୟେକ ପ୍ରସଙ୍ଗରେ ଠିକ୍ ଏବଂ ସେହି ରାସ୍ତାରେ ଯିବ । ଟ୍ରମ୍ପ ଏବଂ ମେଦଭେଦେବଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚଳିତ ସପ୍ତାହରେ ଜୋରଦାର ଜାରି ରହିଛି । ମେଦଭେଦେବ ପ୍ରଥମେ ଲେଖିଥିଲେ, 'ଟ୍ରମ୍ପ ରୁଷ ସହିତ ଅଲ୍ଟିମେଟମ୍ ଖେଳ ଖେଳୁଛନ୍ତି । ତାଙ୍କୁ ଦୁଇଟି କଥା ମନେ ରଖିବା ଉଚିତ । ପ୍ରଥମତଃ, ରୁଷ ଇସ୍ରାଏଲ କିମ୍ବା ଇରାନ ନୁହେଁ । ଦ୍ୱିତୀୟରେ, ପ୍ରତ୍ୟେକ ନୂତନ ଅଲ୍ଟିମେଟମ୍ ଏକ ଧମକ ଏବଂ ଯୁଦ୍ଧ ଆଡ଼କୁ ଏକ ପଦକ୍ଷେପ । ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ନୁହେଁ, ବରଂ ତାଙ୍କ ନିଜ ଦେଶ (ଆମେରିକା) ସହିତ।'

ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ୍ ରୁଷ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ନେଇ ମନ୍ତବ୍ୟ ଦେଇଥିଲେ । ସେ ହ୍ୱାଇଟ୍ ହାଉସରୁ ବାହାରିବା ସମୟରେ ତାଙ୍କୁ ପଚରାଯାଇଥିଲା ଯେ, ବୁଡ଼ାଜାହାଜର ସ୍ଥାନ କେଉଁଠାରେ ପରିବର୍ତ୍ତନ କରାଯାଇଛି, କିନ୍ତୁ ସେ କୌଣସି ସୂଚନା ଦେଇ ନଥିଲେ । ଟ୍ରମ୍ପ୍ କହିଥିଲେ, 'ଆମକୁ ଏହା କରିବାକୁ ପଡିଲା। ଆମକୁ କେବଳ ସତର୍କ ରହିବାକୁ ପଡିବ। ଏକ ବିପଦ ଥିଲା। ଆମେ ଅନୁଭବ କଲୁ ଯେ, ଏହା ଉପଯୁକ୍ତ ନୁହେଁ, ତେଣୁ ମୋତେ ବହୁତ ସତର୍କ ରହିବାକୁ ପଡିବ।' ଟ୍ରମ୍ପ୍ ଏହା ମଧ୍ୟ କହିଥିଲେ, 'ମୁଁ ମୋ ଲୋକଙ୍କ ସୁରକ୍ଷା ପାଇଁ ଏହା କରୁଛି । ଯେତେବେଳେ ଆପଣ ପରମାଣୁ ଶକ୍ତି ବିଷୟରେ କଥା ହୁଅନ୍ତି, ଆମକୁ ପ୍ରସ୍ତୁତ ରହିବାକୁ ପଡିବ। ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ।'

ସପଟେ ଦିମିତ୍ରୀ ମେଦଭେଦେବ ହେଉଛନ୍ତି ରୁଷିଆର ପୂର୍ବତନ ରାଷ୍ଟ୍ରପତି । ୨୦୦୮ ମସିହାରେ ଯେତେବେଳେ ଭ୍ଲାଦିମିର ପୁଟିନଙ୍କୁ ଲଗାତାର ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିବନ୍ଧକ ଲଗାଯାଇଥିଲା, ସେତେବେଳେ ସେ ରୁଷିଆର ରାଷ୍ଟ୍ରପତି ହୋଇଥିଲେ । ଏହା ପରେ, ମେଦଭେଦେବ ୨୦୦୮ ରୁ ୨୦୧୨ ପର୍ଯ୍ୟନ୍ତ ରୁଷିଆର ରାଷ୍ଟ୍ରପତି ଥିଲେ। ପୁଟିନଙ୍କୁ ପୁଣି ଥରେ ନିର୍ବାଚନ ଲଢ଼ିବାକୁ ଅନୁମତି ମିଳିବା ପରେ ମେଦଭେଦେବ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ପୁଟିନ ୨୦୧୨ ରୁ ଲଗାତାର ରୁଷିଆର ରାଷ୍ଟ୍ରପତି ଅଛନ୍ତି। ଆଉ ରୁଷର ସୁରକ୍ଷା ପରିଷଦ ଉପସଭାପତି ଦାୟିତ୍ବରେ ଅଛନ୍ତି ମେଦଭେଦେବ । ଏବେ ଟ୍ରମ୍ପ ଏବଂ ମେଦଭେଦେବଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଜୋରଦାର ଚାଲିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+