ଜନସଂଖ୍ୟା ହ୍ରାସ ନେଇ ଚିନ୍ତାରେ ଚୀନ, ଗୁଡ ନ୍ୟୁଜ ନେଇ ନବଦମ୍ପତିଙ୍କୁୁ ଆସୁଛି କଲ୍
ଚୀନରେ ନବ ବିବାହିତ ମହିଳାଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷ ତାଙ୍କୁ ପଚାରିଥିଲେ ଯେ ସେ ଗର୍ଭବତୀ ଅଛନ୍ତି କି?
ନୂଆଦିଲ୍ଲୀ : ପୃଥିବୀର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେଉଛି ଚୀନ । କିନ୍ତୁ ବର୍ତ୍ତମାନ ଜନସସଂଖ୍ୟା ହ୍ରାସ ଚୀନ ପାଇଁ ଏକ ବଡ ଚିନ୍ତା ପାଲଟିଲାଣି । ଜଣେ ନବବିବାହିତ ଦମ୍ପତି ନିଜର ସନ୍ତାନ କେବେ ଆସିବା ନେଇ ଫୋନ କଲ୍ ପାଇବା ପରେ ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ ସେୟାର କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ଏହି ଦମ୍ପତିଙ୍କୁ ଆଞ୍ଚଳିକ ପ୍ରଶାଶନ ପକ୍ଷରୁ ଏକ କଲ୍ ଆସିଥିବା ସେମା କହିଛନ୍ତି । ତାଙ୍କୁ ଆଞ୍ଚଳିକ ପ୍ରଶାସନ ପକ୍ଷରୁ ଏକ କଲ ଆସିଛି। ତେବେ ଜଣେ ଆଉ ମହିଳା ଏହି ପୋଷ୍ଟର କମେଣ୍ଟରେ ଲେଖିଛନ୍ତି, ସେ ଗତ ଅଗଷ୍ଟରେ ବିବାହ କରିଥିଲେ ବର୍ତ୍ତମାନ ସୁଦ୍ଧା ତାଙ୍କ ସନ୍ତାନ ହେଲାଣି କି ନାହିଁ 2ଟି କଲ ଆସି ସାରିଲାଣି ।


2019 ଅନୁଯାୟୀ, ଚୀନ 1.44 ବିଲିୟନ ଜନସଂଖ୍ୟା ସହିତ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ବିତୀୟ ମାନ୍ୟତା ଭାରତର ଜନସଂଖ୍ୟା 1.39 ବିଲିୟନ ରହିଛି । ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ ଭାରତ ଅପେକ୍ଷା ଚୀନର ଜନସଂଖ୍ୟା କମ ରହିବ । 2019ରୁ 2050 ଭିତରେ ଚୀନର ଜନସଂଖ୍ୟା 31.4 ନିୟୁତ କିମ୍ବା 2.2 ପ୍ରତିଶତ ହ୍ରାସ ପାଇବ ।












Click it and Unblock the Notifications