Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନରେ କିଏ ଗଢ଼ିବ ସରକାର?

ଫେବୃଆରୀ ୮ ରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରେ ପାକିସ୍ତାନରେ ରାଜନୈତିକ ଦୃଷ୍ଟିକୋଣ ବଦଳୁଛି । କୌଣସି ଦଳ ସଂଖ୍ୟାଗରିଷ୍ଠତା ପାଇନାହାଁନ୍ତି । ଏହା ପରେ ମଧ୍ୟ ଦେଶର ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଏବଂ ଇମ୍ରାନ ସରକାର ଗଠନ ପାଇଁ ଦାବି କରୁଛନ୍ତି । ଆତଙ୍କବାଦ ରୋଧୀ କୋର୍ଟ (ଏଟିସି) ଶନିବାର ଖାନଙ୍କୁ ସାମରିକ ସ୍ଥାପନ ଉପରେ ହୋଇଥିବା ୧୨ ଟି ମାମଲାରେ ଜାମିନ ପ୍ରଦାନ କରିଥିବାବେଳେ ପିଟିଆଇ ସମର୍ଥିତ ସ୍ୱାଧୀନ ସଦସ୍ୟଙ୍କ ସହ ବିଲାୱାଲ ଭୁଟ୍ଟୋଙ୍କ ମିଳିତ ମଞ୍ଚକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି ।

ପାକିସ୍ତାନରେ ନିର୍ବାଚନ ସରିବାର ତିନି ଦିନ ବିତିଲାଣି କିନ୍ତୁ କିଏ ସରକାର ଗଢିବ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗିରହିଛି । ନିର୍ବାଚନ ଫଳାଫଳ ଆସିବା ପରଠୁ ରାଜନୈତିକ ସଙ୍କଟ ଦେଖା ଦେଇଛି । ପାକିସ୍ତାନରେ ମୋଟ ୨୬୫ ଆସନରୁ ୨୫୭ ଆସନର ଫଳାଫଳ ଆସିଛି । ଆହୁରୀ ୮ଟି ଆସନର ଫଳାଫଳ ଆସିବାର ଅଛି ।

ସୂଚନାଯୋଗ୍ୟ ଯେ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଦ୍ୱାରା ସମର୍ଥିତ ୧୦୨ ରୁ ଅଧିକ ସ୍ୱାଧୀନ ସଦସ୍ୟ ଏହି ନିର୍ବାଚନରେ ଜିତିଛନ୍ତି । ନୱାଜ ସରିଫଙ୍କ ପାର୍ଟି ପିଏମଏଲ-ଏନରୁ ମୋଟ ୭୩ ଜଣ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ବିଲାୱାଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ୫୨ ଟି ଆସନ ଜିତିଛି । ଅନ୍ୟ ଦଳ ଏପର୍ଯ୍ୟନ୍ତ ୧୫ ଟି ଆସନ ଜିତିଛନ୍ତି । ଏହି ନିର୍ବଚନରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନଥିବା ବେଳେ ସରକାର ଗଢିବାକୁ ହାତ ମିଳାଇଛନ୍ତି ପାକିସ୍ତାନ ମୁସଲିମ୍ ଲିଗ୍ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ।

pakistan election

ହେଲେ ଉଭୟଙ୍କ ଆସନ ସଂଖ୍ୟା ମ୍ୟାଜିକ ନମ୍ବରଠୁ ପଛରେ ରହିଯାଇଛି । ସରକାର ଗଢିବାକୁ ୧୩୪ ଆସନର ଆବଶ୍ୟକତା ଥିବା ବେଳେ ସେମାନଙ୍କୁ ଆଉ ୭ ଆସନର ଆବଶ୍ୟକତା ରହିଛି । ସେପଟେ ପିଟିଆଇକୁ ସରକାର ଗଢିବାକୁ ଆଉ ୩୧ ଆସନର ଆବଶ୍ୟକତା ରହିଛି । ଅନ୍ୟପଟେ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ୍ ଲିଗ୍‌-ନୱାଜ (ପିଏମ୍‌ଏଲ୍‌-ଏନ୍‌) ଏବଂ ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ୍ (ପିଟିଆଇ) ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ସଂଖ୍ୟାଗରିଷ୍ଠତାଠାରୁ ଦୂରରେ ଥିବାରୁ ପାକିସ୍ତାନ ବିଖଣ୍ଡିତ ଜନାଦେଶ ଆଡ଼କୁ ଅଗ୍ରସର ହେଉଛି ।

ସରିଫ କହିଛନ୍ତି ଯେ ତାଙ୍କ ଦଳ ଏକାକୀ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିବାରୁ ମେଣ୍ଟ ସରକାର ଗଠନ ହିଁ ଏକମାତ୍ର ବିକଳ୍ପ । ତେବେ ପିଟିଆଇ ଦଳ ସମର୍ôଥତ ସ୍ୱାଧୀନ ପ୍ରାର୍ଥୀମାନେ ୨୬୪ଟି ଆସନରୁ ୧୭୦ରୁ ଅଧିକ ଆସନରେ ବିଜୟୀ ହେବେ ଏବଂ ସଂଖ୍ୟାଗରିଷ୍ଠତା ହାସଲ କରିବେ ବୋଲି ଇମ୍ରାନ ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+