ତୁଳସୀ ଗବାର୍ଡ କିଏ? ଯିଏ ଆମେରିକାର ଗୁଇନ୍ଦା ମୁଖ୍ୟ ନିଯୁକ୍ତ ହୋଇଛନ୍ତି

ପବ୍ଲିକାନ୍‌ ନେତ୍ରୀ ତୁଳସୀ ଗବାର୍ଡ ବୁଧବାର ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସପକ୍ଷରେ ୫୨ ଜଣ ସିନେଟର ଭୋଟ୍ ଦେଇଥିବା ବେଳେ ୪୮ ଜଣ ବିପକ୍ଷରେ ଭୋଟ୍ ଦେଇଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକ୍ରମେ ନିଯୁକ୍ତି ପାଇଥିବା ଗବାର୍ଡ ଏବେ ଆମେରିକାର ୧୮ଟି ଗୁଇନ୍ଦା ଏଜେନ୍ସିର ମୁଖ୍ୟ ଦାୟିତ୍ୱରେ ରହିବେ ଏବଂ ସେମାନଙ୍କ କାର୍ଯ୍ୟର ତଦାରଖ ଓ ସମନ୍ୱୟ କରିବେ।

ହାୱାଇରୁ କଂଗ୍ରେସ ସଦସ୍ୟା ଥିବା ୪୨ବର୍ଷୀୟା ତୁଳସୀ ଜଣେ ପୂର୍ବତନ ସେନା ଅଧିକାରୀ। ସେ ଇରାକ ସହ ଯୁଦ୍ଧରେ ମେଜର ପଦରେ ରହି ସକ୍ରୀୟ ଥିଲେ। ଆମେରିକା କଂଗ୍ରେସର ସେ ପ୍ରଥମ ହିନ୍ଦୁ ସଦସ୍ୟା ଏବଂ କଂଗ୍ରେସକୁ ସେ ନିମ୍ନ ସଦନକୁ ୪ଥର ନିର୍ବାଚିତ ହୋଇଛନ୍ତି। ଆମେରିକୀୟ କଂଗ୍ରେସରେ ତୁଳସୀ ପ୍ରଥମ ହିନ୍ଦୁ ଥିଲେ କିନ୍ତୁ ଭାରତ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଧର୍ମ କାରଣରୁ ତାଙ୍କୁ ଅନେକ ସମୟରେ ଭାରତୀୟ ବଂଶୋଦ୍ଭବ ବୋଲି ‌ମନେ କରି ଭୁଲ୍ କରାଯାଏ।

Who is Tulsi Gabbard

ତୁଳସୀ ଆମେରିକାର ସାମୋଆ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ଏବଂ ହାୱାଇ ଓ ଫିଲିପାଇନ୍ସରେ ଲାଳିତପାଳିତ ହୋଇଥିଲେ। ତାଙ୍କ ମା' କ୍ୟାରୋଲ ପୋର୍ଟର ଗବାର୍ଡ ଏକ ବହୁସାଂସ୍କୃତିକ ପରିବାରରେ ବଡ଼ ହୋଇଥିଲେ ଏବଂ ହିନ୍ଦୁ ଧର୍ମ ପ୍ରତି ଆଗ୍ରହୀ ଥିଲେ। ତାଙ୍କର ସମସ୍ତ ସନ୍ତାନଙ୍କର ହିନ୍ଦୁ ନାମ ଅଛି - ଭକ୍ତି, ଜୟ, ଆର୍ଯ୍ୟନ, ତୁଳସୀ ଓ ବୃନ୍ଦାବନ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+