ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ଶାହବାଜ ସରିଫ କିଏ ?
ବିରୋଧୀ ଦଳ ନେତା ତଥା ପାକିସ୍ତାନ ମୁସଲିମ ଲିଗ ନୱାଜର ସାଂସଦ ଶାହବାଜ ସରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ତେବେ ନଓ୍ବାଜ ସରିଫଙ୍କ ଭାଇ ଶାହବାଜ ସରିଫ ।
ଇସଲମାବାଦ୍: ଇମ୍ରାନ ଖାଁଙ୍କ ପରାଜୟ ପରେ ଏବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ କିଏ ହେବେ ତାହାକୁ ନେଇ ଚର୍ଚ୍ଚା । ଅନାସ୍ଥା ଭୋଟରେ ହାରିବା ପରେ ଇମ୍ରାନ ସରକାର କ୍ଷମତାରୁ ବିଦା ହୋଇଛି । ଆସନ୍ତାକାଲି ପାକିସ୍ତାନ ସଂସଦ ନୂଆ ପ୍ରଧାନମନ୍ତ୍ରୀ ବାଛିବ ବୋଲି ସୂଚନା ମିଳିଛି । ତେବେ ବିରୋଧୀ ଦଳ ନେତା ତଥା ପାକିସ୍ତାନ ମୁସଲିମ ଲିଗ ନୱାଜର ସାଂସଦ ଶାହବାଜ ସରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ତେବେ ନଓ୍ବାଜ ସରିଫଙ୍କ ଭାଇ ଶାହବାଜ ସରିଫ ।

ଦେଶର ଶକ୍ତିଶାଳୀ ସେନା ସହ ଉତ୍ତମ ସମ୍ପର୍କ ରଖି ଆସିଥିବା ଶେହବାଜ କୂଟନୈତିକ ସ୍ତରରେ ବେଶ୍ ପାରଦର୍ଶୀ । ଅତୀତରେ ପାକିସ୍ତାନ ପଞ୍ଜାବ ପ୍ରଜାତନ୍ତ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଶେହବାଜ ଚୀନର ଜଣେ ଭଲ ବନ୍ଧୁ ଭାବେ ଜଣାଶୁଣା । ଚୀନ ପାଣ୍ଠି ଜରିଆରେ ଚାଲିଥିବା ଅନେକ ପ୍ରକଳ୍ପର ସେ ଦେଖାଶୁଣା କରିଥିଲେ ।
ଶାହବାଜ ସରିଫ ବିଷୟରେ କିଛି ତଥ୍ୟ-
- ତିନି ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫଙ୍କ ଭାଇ ।
- ୧୩ ଅଗଷ୍ଟ ୨୦୧୮ରୁ ପାକିସ୍ତାନ ନେସନାଲ ଆସେମ୍ବ୍ଲିରେ ସଦସ୍ୟ ଅଛନ୍ତି ।
- ବିରୋଧୀ ଦଳ ନେତା ମଧ୍ୟ ଅଛନ୍ତି ପିଏମ୍ଏଲ୍-ଏନର ସାଂସଦ ଶାହବାଜ ।
- ୧୯୮୮ରେ ପ୍ରଥମ ଥର ପଞ୍ଜାବ ପ୍ରଦେଶରୁ ନିର୍ବାଚନ ଜିତିଥିଲେ ।
- ୧୯୯୭ରେ ପ୍ରଥମ ଥର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
- ୧୯୯୯ରେ ପାକିସ୍ତାନରେ ନେତୃତ୍ୱ ପରିବର୍ତନ ଯୋଗୁ ମୁଖ୍ୟମନ୍ତ୍ରୀ ପଦ ଯାଇଥିଲା ।
- ୨୦୦୮ରେ ଦ୍ୱିତୀୟ ଥର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
- ୨୦୧୩ ନିର୍ବାଚନରେ ତୃତୀୟ ଥର ହୋଇଥିଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ।
- ୨୦୧୮ ନିର୍ବାଚନରେ ପିଏମ୍ଏଲ୍-ଏନ୍ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା ।

ସୂଚନା ଅନୁସାରେ, ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମୁକାବିଲା କରିବାରେ ଇମ୍ରାନ ସରକାର ଫେଲ୍ ହେବାରୁ ବିରୋଧୀ ଦଳ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଗତ ଏପ୍ରିଲ ୩ ତାରିଖରେ ଏହି ପ୍ରସ୍ତାବ ଉପରେ ଭୋଟିଂ ଥିଲା । ମାତ୍ର ଏହାକୁ ବିଦେଶୀ ଷଡଯନ୍ତ୍ର କହି ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବ ଖାରଜ କରି ଦେଇଥିଲେ । କିନ୍ତୁ ଇମ୍ରାନଙ୍କୁ ଗାଦିଚ୍ୟୁତ କରିବା ଲାଗି କଳବଳ ଲଗାଇଥିବା ବିରୋଧୀ ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।












Click it and Unblock the Notifications