ପାମ୍‌ ବଣ୍ଡି ଆମେରିକାର ନୂଆ ଆଟର୍ଣ୍ଣି ଜେନେରାଲ

ୱାଶିଂଟନ୍‌ : ଆମେରିକାର ନୂଆ ଆଟର୍ଣ୍ଣି ଜେନେରାଲ ହେଲେ ପାମ୍‌ ବଣ୍ଡି । ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କୁ ଆଟର୍ଣ୍ଣି ଜେନେରାଲ ଭାବେ ମନୋନିତ କରିଛନ୍ତି । ସୋସିଆଲ ମିଡିଆରେ ଏ ବାବଦରେ ଘୋଷଣା କରି ଟ୍ରମ୍ପ୍‌ କହିଛନ୍ତି, ପାମ୍‌ଙ୍କ ପାଖରେ ଓକିଲାତିର ପ୍ରାୟ ୨୦ ବର୍ଷର ଅଭିଜ୍ଞତା ରହିଛି । ସେ ହିଂସକ ଅପରାଧୀଙ୍କ ପ୍ରତି ବହୁତ କଠୋର । ଟ୍ରମ୍ପ୍‌ ଏହା ପୂର୍ବରୁ ମ୍ୟାଟ୍‌ ଗେଟ୍‌ଜଙ୍କୁ ଆଟର୍ଣ୍ଣି ଜେନେରାଲ ବନାଇବା ପାଇଁ ଘୋଷଣା କରିଥିଲେ ।

ଏହାକୁ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ସମାଲୋଚନା କରାଯାଇଥିଲା । ଘୋଷଣାର ୮ ଦିନ ପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ପାଇଁ ଗେଟ୍‌ଜ ଟ୍ରମ୍ପ୍‌ କ୍ୟାବିନେଟ୍‌ରୁ ନିଜ ନାଁ ପ୍ରତ୍ୟାହାର କରି ନେଇଥିଲେ । ତାଙ୍କ ନାଁରେ ଆସିଥିବା ଏହି ଅଭିଯୋଗ ଯୋଗୁ ଟ୍ରମ୍ପ୍‌ଙ୍କ କାର୍ଯ୍ୟ ପ୍ରଭାବିତ ହୋଇପାରେ ବୋଲି ଗେଟ୍‌ଜ କହିଥିଲେ ।

Pam Bondi

ପାମ୍‌ ବଣ୍ଡି ଏକ ଆମେରିକୀୟ ଥିଙ୍କ୍‌ ଟ୍ୟାଙ୍କ୍‌ ଏଜେନ୍ସିର ଆଇନ ପରାମର୍ଶଦାତା ଅଛନ୍ତି । ସେ ଫ୍ଲୋରିଡାର ପ୍ରଥମ ମହିଳା ଆଟର୍ଣ୍ଣି ଜେନେରାଲ (୨୦୧୧- ୧୯) ଥିଲେ । ତାଙ୍କ କାର୍ଯ୍ୟକାଳରେ ଦୁଇଟି ବଡ଼ ମାସ୍‌ ଶୁଟିଂ ବା ବନ୍ଧୁକ ଦ୍ୱାରା ଗଣହତ୍ୟା ଦୋଷୀଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା । ୨୦୧୯ରେ ରାଷ୍ଟ୍ରପତି ଭାବେ ଟ୍ରମ୍ପ୍‌ଙ୍କ ପ୍ରଥମ କାର୍ଯ୍ୟକାଳ ବେଳେ ଆସିଥିବା ମହାଭିଯୋଗ ସମୟରେ ସେ ଟ୍ରମ୍ପ୍‌ଙ୍କୁ ଆଇନଗତ ସହାୟତା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+