ଜାଣନ୍ତୁ ବାଂଲାଦେଶ ସେନା ଉପରେ ରହିଛି କାହାର କଣ୍ଟ୍ରୋଲ ?
Bangladesh News: ମଙ୍ଗଳବାର ବାଂଲାଦେଶ ସେନାର ସର୍ବୋଚ୍ଚ ପଦବୀରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ସଂସଦ ଭଙ୍ଗ ଘୋଷଣା କରିବା ପରେ ସେନା ଅଧିକାରୀଙ୍କ ଦାୟିତ୍ୱ ମଧ୍ୟ ପରିବର୍ତ୍ତନ କରାଯାଇଛି । ଢାକା ଟ୍ରିବ୍ୟୁନ୍ ଡଟ୍ କମ୍ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ବାଂଲାଦେଶ ସେନାର ଉଚ୍ଚ ପଦବୀରେ ଅନେକ ପରିବର୍ତ୍ତନ କରାଯାଇଛି। ଜଣେ ମେଜର ଜେନେରାଲଙ୍କୁ ବରଖାସ୍ତ କରାଯାଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଏବଂ ଦେଶ ଛାଡିବା ପରେ ସେନାର ଏହି ପଦକ୍ଷେପ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି ଚର୍ଚ୍ଚା ହେଉଛି ।

ଅତି କଠିନ ପରିସ୍ଥିତିରେ ଶେଖ ହସିନାଙ୍କୁ ବାଂଲାଦେଶ ଛାଡିବାକୁ ପଡିଥିଲା ଯାହା ପରେ ଦେଶରେ ଅନେକ ରାଜନୈତୀକ ପରିବର୍ତ୍ତନ ଦେଖିବା ପାଇଁ ମିଳୁଛି । ଏହି ପରିପ୍ରେକ୍ଷୀରେ ରାଜନୈତୀକ ଅସ୍ଥିରତା ମଧ୍ୟରେ ସେନାରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଥିଲା। ହସିନାଙ୍କ ଇସ୍ତଫା ପରେ ସବୁଠୁ ବଡ କଥା ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ନେତା ଶେଖ ହାସିନାଙ୍କ ପ୍ରତିଦ୍ୱନ୍ଦ୍ୱୀ ବେଗମ ଖାଲେଦା ଜିଆଙ୍କୁ ଜେଲରୁ ମୁକ୍ତ କରିବାର ନିଷ୍ପତ୍ତି ନିଆଯାଇଛି ।
ବିଶେଷ କଥା ହେଉଛି ଟେଲିଭିଜନରେ ବାଂଲାଦେଶ ସେନା ମୁଖ୍ୟ ୱାକର ଉଜ ଜମାନ ମଧ୍ୟ ଶେଖ ହସିନାଙ୍କ ଇସ୍ତଫା ଘୋଷଣା କରିଛନ୍ତି ଏବଂ ସେ ନିଜେ କହିଛନ୍ତି ଯେ ସେଠାରେ ଏକ ମଧ୍ୟବର୍ତ୍ତୀ ସରକାର ଗଠନ ହେବ। ବାଂଲାଦେଶର ସାମରିକ ଅଧିକାରୀମାନଙ୍କରେ ଘଟିଥିବା ପରିବର୍ତ୍ତନଗୁଡିକ ବିଷୟରେ ସୂଚନା ଇଣ୍ଟର-ସର୍ଭିସେସ୍ ଲୋକସମ୍ପର୍କ (ଆଇଏସପିଆର) ଦ୍ୱାରା ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି ।
ମେଜର ଜେନେରାଲ ଜିଆଉଲ ଅହସାନଙ୍କୁ ସେବାରୁ ମୁକ୍ତ କରିବା ପାଇଁ ସବୁଠାରୁ ବଡ ନିଷ୍ପତ୍ତି ନିଆଯାଇଛି। ନୂତନ ଦାୟିତ୍ୱରେ ରହିବେ ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ସାଇଫୁଲ ଆଲାମ - ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ମୋଜିବୁର ରହମାନ - ଜିଓସି ଆର୍ମି ଟ୍ରେନିଂ ଆଣ୍ଡ ଡକ୍ଟ୍ରିନ୍ କମାଣ୍ଡ ଲେଫ୍ଟନାଣ୍ଟ ଜେନେରାଲ୍ ଟାବ୍ରେଜ୍ ଶ୍ୟାମ ଚୌଧୁରୀ - ଆର୍ମି ଲେଫ୍ଟନାଣ୍ଟ ଜେନେରାଲ୍ ମିଜାନୁର ଶାମିମ୍- ଆର୍ମି ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଶାହିନୁଲ ହକ- କମାଣ୍ଡ ଏନଡିସି ମେଜର ଜେନେରାଲ ଏସଏମ ରିଜୱାନୁର ରହମାନ- ଜାତୀୟ ଟେଲି ଯୋଗାଯୋଗ ମନିଟରିଂ ସେଣ୍ଟରର ମହାନିର୍ଦ୍ଦେଶକ (NTMC)












Click it and Unblock the Notifications