ଯୁଦ୍ଧ କଥା କହି ଭାବବିହ୍ୱଳ ହେଲେ WHO ମୁଖ୍ୟ
Israel-Hamas war: ଇସ୍ରାଏଲ-ହମାସ ଯୁଦ୍ଧକୁ ୪ ମାସ ବିତିଥିଲେ ମଧ୍ୟ , ଏହି ବିନାଶ କାରୀ ଯୁଦ୍ଧ ଥମିବାର ନାଁ ନେଉ ନାହିଁ । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅକ୍ଟୋବର ୭ରେ ଇସ୍ରାଏଲ ସହ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଧିକୃତ ପାଲେଷ୍ଟାଇନ ଅଞ୍ଚଳରେ ଅତି କମ୍ରେ ୨୪ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି ।
ଆଉ ଏହି ଯୁଦ୍ଧରେ ୫୮ ହଜାର ୯୨୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଉ ଲକ୍ଷାଧିକ ଲୋକ ବାସଗୃହ ଛାଡ଼ି ଏଣେ ତେଣେ ବୁଲୁଛନ୍ତି । ଏହି ଦୁଇ ଦେଶରେ ଚାଲିଥିବା ବିନାଶ କାରୀ ଯୁଦ୍ଧ କଥା କହୁ କହୁ ଭାବବିହ୍ୱଳ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନୋମ । ଯୁଦ୍ଧ କାରଣରୁ ଗାଜାର ଖରାପ ସ୍ଥିତିରେ ରହିଛି ଓ ଆଖି ଆଗରେ ଶହ ଶହ ନିରୀହ ଲୋକଙ୍କ ଜୀବନ ଚାଲିଯାଉଛି ।

ଏହି ଘଟଣା ବେଶ ସମ୍ବେଦନଶୀଳ ଓ ହୃଦୟବିଦାରକ କହି ଭାବବିହ୍ୱଳ ହୋଇଛନ୍ତି ହୁ ମୁଖ୍ୟ । ଏଥିସହ କହିଛନ୍ତି କୌଣସି ସମସ୍ୟାର ସମାଧାନ ଯୁଦ୍ଧ ନୁହେଁ । ଆଲୋଚନା ଜରିଆରେ ସମାଧାନ କରିବା ସମ୍ଭବ ବୋଲି କିଛନ୍ତି ହୁ ମୁଖ୍ୟ ।












Click it and Unblock the Notifications