Get Updates
Get notified of breaking news, exclusive insights, and must-see stories!

ବ୍ରିଟେନ ରାଣୀଙ୍କୁ ହୀରା ହାର ଉପହାର ଦେଇଥିଲେ ହାଇଦ୍ରାବାଦ ନିଜାମ

ହୀରା ହାର ତାଙ୍କୁ ଉପହାର ଦେଇଥିଲେ ହାଇଦ୍ରାବାଦର ନିଜାମ । ଏହି ହାରରେ ଲାଗିଥିଲା 3 ଶହ ହୀରା ।

ନୂଆଦିଲ୍ଲୀ: ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ 96 ବର୍ଷରେ ପରଲୋକ ଘଟିଛି। ନିଜକୁ ସେ ନିଜର କର୍ମ ଦ୍ବାରା ଲୋକପ୍ରିୟ ଓ ଜୀବନଶୈଳୀ ଦ୍ହାରା ଫ୍ୟାଶନ ଆଇକନ ବନାଇଥିଲେ । କାରଣ ତାଙ୍କ ପାଖରେ ଥିଲା ବିଶ୍ବର ସବୁଠୁ ଦାମୀ ଅଳଙ୍କାର । ସେହି ହାର ମଧ୍ୟରୁ ଏକ ହୀରା ହାର ତାଙ୍କୁ ଉପହାର ଦେଇଥିଲେ ହାଇଦ୍ରାବାଦର ନିଜାମ ।

elizabeth ii
ଏହି ହାରରେ ଲାଗିଥିଲା 3 ଶହ ହୀରା । ଯାହାର ଦାମ ବର୍ତ୍ତମାନ ସମୟରେ 7 ଆରବ ଡଲାରରୁ ଅଧିକ ବୋଲି କୁହାଯାଏ । ରାଣୀ ଏଲିଜାବେଥ ଦ୍ବିତୀୟ ବିବାହ ପରେ ପ୍ରଥମ ଥର ଭାରତ ଗସ୍ତରେ ଆସିଥିଲେ । ସେହି ସମୟରେ ହାଇଦ୍ରାବାଦର ନିଜାମ ଉସମାନ୍ ଅଲ୍ଲୀ ଖାନ୍ ଓରଫ ଆସଫ ଜାହ ରାଣୀଙ୍କୁ ନିମନ୍ତ୍ରଣ କରିଥିଲେ । ଏଥିସହିତ ବିବାହ ପାଇଁ ରାଣୀଙ୍କୁ ଉପହାର ଦେବାକୁ ଇଚ୍ଛା କରିଥିଲେ । ତେଣୁ ନିଜ ଗହଣା କୋଠରୀକୁ ନେଇଯାଇଥିଲେ । ମନ ପସନ୍ଦର ଗହଣା ବାଛିବା ପାଇଁ କହିଥିଲେ ।

ଫଳରେ ରାଣୀ ଏକ ପ୍ଲାଟିନମର ଏକ ହାର ଧରିଥିଲେ । ଯେଉଁଥିରେ ଲାଗିଥିଲା ତିନି ଶହ ହୀରା । ଏହାପରେ ନିଜାମ ରାଣୀଙ୍କୁ ଉପହାର ଦେଇଥିଲେ ଏହି ହାର ।
ଏହି ହାରକୁ ଖୁବ ଆଦର କରୁଥିଲେ ରାଣୀ ଏଲିଜାବେଥ ଦ୍ବିତୀୟ । ପ୍ରାୟ ସବୁ କାର୍ଯ୍ୟକ୍ରମରେ ସେ ପିନ୍ଧୁଥିଲେ ଏହି ହାର । ସେ ଏହାକୁ ଏକଦା ଡଚ୍ ଅଫ୍ କେମ୍ବ୍ରିଜ୍ କ୍ୟାଟ୍ ମିଡଲଟନଙ୍କୁ ପ୍ରଦାନ କରିଥିଲେ । କ୍ୟାଟ୍ ମଧ୍ୟ ଏହାକୁ ଅନେକ ସମୟରେ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+