ଆସିଲା ହ୍ୱାଟ୍ସଆପର ନୂଆ ଫିଚର, ୟୁଜର୍ସଙ୍କୁ ମିଳିବ ଏହି ବଡ଼ ସୁବିଧା
WhatsApp New Feature: ଆସିଲା ହ୍ୱାଟ୍ସଆପର ନୂଆ ଫିଚର । ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଏଣିକି ଗୋଟିଏ ନମ୍ବରରୁ ଏକା ସଙ୍ଗେ ୪ଟି ମୋବାଇଲରେ ବ୍ୟବହାର କରି ପାରିବେ ହ୍ବାଟସ୍ଆପ୍ । ଏନେଇ ମେଟା ସିଇଓ ମାର୍କ ଜୁକରବର୍ଗ ବଡ଼ ଘୋଷଣା କରିଛନ୍ତି ।

ଅନେକ ସମୟ ଧରି ଏହି ଫିଚର ବାବଦରେ ଚର୍ଚ୍ଚା ହୋଇ ଆସୁଥିଲା । ତେବେ ମେଟା ଏହି ଫିଚର ଲଞ୍ଚ କରିଛି । ହ୍ୱାଟସଆପ ଆକାଉଣ୍ଟ ଜରିଆରେ ଡିଭାଇସକୁ ଅଲଗା ଅଲଗା ବ୍ୟବହାର କରିପାରିବେ ।

ମେଟା ମାଲିକାନାରେ ଥିବା ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସଆପରେ ନୂଆ ଅପଡେଟ୍ ବିଷୟରେ ସିଇଓ ମାର୍କ ଜୁକରବର୍ଗ ଫେସବୁକରେ ଲେଖିଛନ୍ତି ଯେ, ଆଜିଠାରୁ ଆପଣ ସମାନ ହ୍ବାଟସଆପ ଆକାଉଣ୍ଟକୁ ସର୍ବାଧିକ ଚାରିଟି ଫୋନରେ ଲଗ୍ ଇନ୍ କରିପାରିବେ ।












Click it and Unblock the Notifications