Get Updates
Get notified of breaking news, exclusive insights, and must-see stories!

ଆମେରିକା ନିର୍ବାଚନ ଫଳାଫଳ ପ୍ରଭାବ କିପରି ପଡିବ ଭାରତ ଉପରେ, କେମିତି ରହିବ ଦୁଇ ଦେଶ ସମ୍ପର୍କ

US Presidential Election: ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ଡୋନାଲ୍ଡ ଟ୍ରମ୍ପଙ୍କୁ 230 ଇଲେକ୍ଟୋରାଲ କଲେଜ ଭୋଟ ଏବଂ କମଲା ହାରିସଙ୍କୁ 192 ଇଲେକ୍ଟୋରାଲ କଲେଜ ଭୋଟ ମିଳିଛି । ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ 24 ଟି ରାଜ୍ୟରେ ନିର୍ବାଚନ ଜିତିଛନ୍ତି। ଏହା ସହ ଟ୍ରମ୍ପ 6 ଟି ରାଜ୍ୟରେ ଆଗୁଆ ଅଛନ୍ତି। ସେହିପରି ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ ଏପର୍ଯ୍ୟନ୍ତ 13ଟି ରାଜ୍ୟ ନିର୍ବାଚନ ଜିତିଛନ୍ତି ଏବଂ ୫ଟି ରାଜ୍ୟରେ ଆଗୁଆ ଅଛନ୍ତି।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ହଲେ ଭାରତ ସହ କିପରି ସମ୍ପର୍କ ରହିବ ଏବଂ କମଲା ହାରିସ ଜିତିଲେ କିଭଳି ରହିବ ଉଭୟ ଦେଶର ସମ୍ପର୍କ । ଜୟଶଙ୍କର ମଙ୍ଗଳବାର କାନବେରାରେ ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଯାହା ହେଉନା କାହିଁକି ଭାରତ ଏବଂ ଆମେରିକା ମଧ୍ୟରେ ନିରନ୍ତର ଅଗ୍ରଗତି ହେବ।

US Presidential Election

ଜୟଶଙ୍କର ଆହୁରି କହିଛନ୍ତି, ଆମେରିକା ସହ ଭାରତର ସମ୍ପର୍କକୁ ଦୃଢ ଏବଂ ସ୍ଥିର ରହିବ । ପୂର୍ବରୁ ମଧ୍ୟ ଆମେରିକା ସହ ଭାରତର ସମ୍ପର୍କ ଠିକ୍ ରହିଥିଲା ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ସେ ଆହୁରି ମଧ୍ୟ କହିଛନ୍ତି, ଟ୍ରମ୍ପ ପ୍ରଶାସନ ସମୟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ପ୍ରଭାବ ଆଜି ମଧ୍ୟ ଦୁଇ ଦେଶର ସମ୍ପର୍କ ଉପରେ ସ୍ପଷ୍ଟ ଦେଖାଯାଉଛି। ନିର୍ବାଚନ ଫଳାଫଳ ଯାହା ହେଉନା କାହିଁକି ଭାରତ-ଆମେରିକା ସମ୍ପର୍କର ଭବିଷ୍ୟତ ଅତ୍ୟନ୍ତ ସକରାତ୍ମକ ବୋଲି ସେ ବିଶ୍ୱାସ କରନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+