Get Updates
Get notified of breaking news, exclusive insights, and must-see stories!

ତୁର୍କୀର ହଜିଯିବ ନିଦ, ଗ୍ରୀସକୁ ଭାରତ ଦେବ ଏହି ଘାତକ ମିସାଇଲ!

ଭାରତର ଅପରେସନ୍ ସିନ୍ଦୂର ବେଳେ ପାକିସ୍ତାନର ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲା ତୁର୍କୀ। ଏହି ସମୟରେ ପାକିସ୍ତାନକୁ ତୁର୍କୀ ସାମରିକ ସହାୟତା ପ୍ରଦାନ କରିଥିଲା। ଏବେ ତୁର୍କୀକୁ ଝଟକା ଦେବା ଭଳି ଏକ ଖବର ସାମନାକୁ ଆସିଛି। ତାହା ହେଲା ତା'ର ଶତ୍ରୁ ରାଷ୍ଟ୍ର ଗ୍ରୀସ୍ ଭାରତକୁ ଏକ ଖାସ୍ ମିସାଇଲ ଦେବାକୁ ନିବେଦନ କରିଛି। ଏହି ମିସାଇଲ ଏତେ ଘାତକ ଯେ, ଶତ୍ରୁ ରାଷ୍ଟ୍ରର ଯେ କୌଣସି ଆଡ୍ଡାକୁ କ୍ଷଣିକରେ ଧ୍ବଂସ କରିଦେବ।

'ଦ ଓ୍ବିକ୍'ର ଏକ ରିପୋର୍ଟ ଅନୁସାରେ, ଗ୍ରୀସ୍‌ ଅତ୍ୟାଧୁନିକ ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ ମିସାଇଲ (LR-LACM) ଚାହୁଁଛି। ଯଦି ଗ୍ରୀସ୍‌କୁ ଭାରତ LR-LACM ଦେଇଦିଏ ତେବେ ଏହା ବଡ଼ ରଣନୈତିକ ପଦକ୍ଷେପ ହୋଇପାରେ। LR-LACMକୁ ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) ବିକଶିତ କରିଛି। ଏହା ଏକ ସବସୋନିକ୍ କ୍ରୁଜ ମିସାଇଲ, ଯାହାକି ଖାସ୍ ଭାବରେ ହାଇ-ଭ୍ୟାଲୁ ଟାର୍ଗେଟକୁ ଧ୍ୟାନରେ ରଖି ତିଆରି କରାଯାଇଛି। ଏହି ମିସାଇଲ୍ ବିମାନ ବନ୍ଦର, ରାଡାର ଷ୍ଟେସନ୍ ଓ କମାଣ୍ଡ ସେଣ୍ଟର ସହିତ ଶତ୍ରୁର ସମସ୍ତ ଆଡ୍ଡାକୁ ଧ୍ବଂସ କରିବାରେ ସକ୍ଷମ।

turkey

LR-LACM ଭୂପୃଷ୍ଠ ଓ ସମୁଦ୍ରରୁ ଲଞ୍ଚ କରିହେବ, କିନ୍ତୁ ସମୁଦ୍ରରେ ନୌସେନାର ଜାହାଜରୁ ଲଞ୍ଚ କରାଯିବ। ଯଦି ଏହାକୁ ଭୂପପୃଷ୍ଠରୁ ଲଞ୍ଚ କରାଯିଏ ତେବେ ରେଞ୍ଜ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ରହିବ। ସେଭଳି ନୌସେନା ଜାହାଜରୁ ଲଞ୍ଚ ହେବାପରେ ୧୦୦୦ର ରେଞ୍ଜ ରହିବ। LR-LACM ତୁର୍କୀର ଅଧିକାଂଶ ଅଂଶକୁ କଭର କରିପାରେ। ଏହି କାରଣରୁ ସେଠାରେ ବିବାଦ ବଢିବାର ଅଛି। ଯଦି ସ୍ପିଡ୍ କଥା ହେବା ତେବେ ଏହା ୮୬୪ କିଲୋମିଟର ପ୍ରତି ଘଣ୍ଟାରୁ ୧୧୧୧ ପ୍ରତିଘଣ୍ଟା ବେଗରେ ଟାର୍ଗେଟ ପର୍ଯ୍ୟନ୍ତ ପହଁଞ୍ଚିପାରେ। ଏହି ମିସାଇଲ ଭୂପୃଷ୍ଠରୁ ଖୁବ୍ ନିକଟ ଦେଇ ଗତି କରିଥାଏ। ଏହି କାରଣରୁ ରାଡାର ଦରି ସହଜ ହୁଏନି। ଆମେରିକାର ଷ୍ଟକହୋମ୍ ମିସାଇଲ ମଧ୍ୟ ଏଭଳି ରହିଛି। ସେଭଳି ରୁଷ ନିକଟରେ କାଲିବର ମିସାଇଲ ମଧ୍ୟ ଏଭଳି ରହିଛି, ଯାହାକି ରାଡାରରୁ ରକ୍ଷା ପାଇବାରେ ସକ୍ଷମ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+