ଅନ୍ତିମ ଯାତ୍ରାରେ ବ୍ରିଟେନ ରାଣୀ, ଶେଷ ଦର୍ଶନ ପାଇଁ ଜମୁଛି ଭିଡ
ଆଜି ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ । ସାମିଲ ହେଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ରାଣୀଙ୍କୁ ଶେଷ ଦର୍ଶନ ପାଇଁ ହଜାର ହଜାର ଜନତାଙ୍କ ଭିଡ ।
ବ୍ରିଟେନ: ଆରମ୍ଭ ହେଲା ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷ କୃତ୍ୟ। ବର୍ତ୍ତମାନ ସୁଦ୍ଧା ହଜାର ହଜାର ଜନତାଙ୍କ ଭିଡ ଜମିବା ସହିତ ସାମିଲ ହୋଇଛନ୍ତି ବଡ ବଡ ହସ୍ତି । ବିଶ୍ବର ରାଷ୍ଟ୍ରନେତା, ରାଜତନ୍ତ୍ର ମୁଖ୍ୟ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମହାରାଣୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଲଣ୍ଡନ ସ୍ଥିତ ୱେଷ୍ଟମିନିଷ୍ଟର ଆବେରେ ସ୍ବାମୀଙ୍କ କବର ନିକଟରେ ମହାରାଣୀଙ୍କୁ କବର ଦିଆଯିବ ।

London | Queen Elizabeth II's coffin carried to Westminster Abbey for her state funeral
(Source: Reuters) pic.twitter.com/GyU4gNckOg
— ANI (@ANI) September 19, 2022
ବକିଙ୍ଗହାମ ପ୍ୟାଲେସରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ବହୁ ରାଷ୍ଟ୍ରମୁଖ୍ୟ ଯୋଗ ଦେଇ ମହାରାଣୀଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଶ୍ବର ବିଭିନ୍ନ ଦିଗରୁ 500ରୁ ଅଧିନ ନେତୃବୃନ୍ଦ ଲଣ୍ଡନରେ ପହଞ୍ଚିଥିଲେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, କାନାଡା, ଇଟାଲୀ, ଅଷ୍ଟ୍ରେଲିଆ, ଜର୍ମାନୀ, ନେଦରଲ୍ୟାଣ୍ଡ, ଭାରତ ସମେତ ପ୍ରାୟ ସମସ୍ତ ରାଷ୍ଟ୍ରମୁଖ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
#WATCH | The State funeral service for Queen Elizabeth II begins at Westminster Abbey in London with the Royal family members and world leaders in attendance
(Source: Reuters) pic.twitter.com/agsllmfdHa
— ANI (@ANI) September 19, 2022












Click it and Unblock the Notifications