ସହିତ ଅଧା ବିଶ୍ୱକୁ ଧ୍ୱଂସ କରିଦେବୁ', ଆମେରିକାରେ ପରମାଣୁ ଆକ୍ରମଣ ପାଇଁ ଭାରତକୁ ଧମକ ଦେଲେ ଅସୀମ ମୁନୀର

ଭାରତ ବିରୋଧରେ ପାକିସ୍ତାନର ପରମାଣୁ ଯୁଦ୍ଧ ଚେତାବନୀ । ଆମେରିକାରୁ ଭାରତକୁ ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିରଙ୍କ ପରମାଣୁ ଧମକ । ଯଦି ପାକିସ୍ତାନ ଉପରେ ଭାରତ ଆକ୍ରମଣ ଉଦ୍ୟମ କରେ, ତେବେ ପାକିସ୍ତାନ ଏହାର ଜବାବ ଆଣବିକ ଯୁଦ୍ଧରେ ଦେବ । ଭାରତ ସହ ଭବିଷ୍ୟତ ଯୁଦ୍ଧରେ ପାକିସ୍ତାନର ଅସ୍ତିତ୍ୱ ଉପରେ ବିପଦ ଆସିଲେ, ପରମାଣୁ ଯୁଦ୍ଧ ହେବ ବୋଲି ମୁନିର କହିଛନ୍ତି । ମୁନିର କହିଛନ୍ତି ପାକିସ୍ତାନ ଏକ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ।

Asim Muni

ଯଦି ଆମେ ଭାବୁଛୁ ଯେ ଆମେ ନଷ୍ଟ ହେବୁ, ତେବେ ଆମେ ଅଧା ବିଶ୍ୱକୁ ଆମ ସହ ନଷ୍ଟ କରିଦେବୁ । ଏହି ବୟାନ ଟାମ୍ପାରେ ଆୟୋଜିତ ଏକ ଔପଚାରିକ ଡିନରରେ ଦେଇଛନ୍ତି ମୁନିର । ଯେଉଁଠି କିଛି ପାକିସ୍ତାନୀ ଓ କିଛି ଆମେରିକୀୟ ଅଧିକାରୀ ଉପସ୍ଥିତ ଥିଲେ । ମୁନିର ମଧ୍ୟ ସିନ୍ଧୁ ନଦୀ ଚୁକ୍ତି ଉପରେ ମନ୍ତବ୍ୟ ଦେଇଛନ୍ତି । ଭାରତ ବନ୍ଧ ନିର୍ମାଣ କରୁ, ଆମେ ମାତ୍ର ୧୦ଟି ମିସାଇଲ ମାଡ଼ କରି ତାକୁ ଧ୍ବଂସ କରିଦେବୁ । ଆମ ପାଖରେ ମିସାଇଲର ଅଭାବ ନାହିଁ ବୋଲି ମୁନିର କହିଛନ୍ତି । ସିନ୍ଧୁ ନଦୀ ଭାରତୀୟମାନଙ୍କର ପୈତୃକ ସମ୍ପତ୍ତି ନୁହେଁ ବୋଲି କହିଛନ୍ତି ପାକ୍ ସେନା ମୁଖ୍ୟ । ମୁନିର ଫ୍ଲୋରିଡାରେ ଆମେରିକୀୟ ସେନ୍ଟ୍ରାଲ କମାଣ୍ଡ (CENTCOM) ର ଅବସରପ୍ରାପ୍ତ କମାଣ୍ଡର ଜେନେରାଲ ମାଇକେଲ କୁରିଲାଙ୍କ ଅବସର ଉତ୍ସବରେ ଯୋଗ ଦେବା ଅବସରରେ ଭାରତକୁ ଧମକ ବାଣୀ ଶୁଣାଇଛନ୍ତି । ଏହି ବୟାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିପାରେ। ଯାହା ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆହୁରି ଜଟିଳ ହୋଇ ପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+