ପ୍ରତିଟି ମୃତ୍ୟୁର ପ୍ରତିଶୋଧ ନେବୁ, ଆଦୌ ପଛକୁ ହଟିବୁନୁ; ପ୍ରତିଶୋଧ ନେବାକୁ ଆହ୍ବାନ ଦେଲେ ମୋଜତାବା
ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନି ତାଙ୍କର ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ସେ "ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବେ।" ସେ ପିଲାମାନଙ୍କ ମୃତ୍ୟୁର ପ୍ରତିଶୋଧ ନେବା ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ କିଛି ମଧ୍ଯ ଭୁଲି ନାହାନ୍ତି।
ସେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ହରମୁଜ୍ ପ୍ରଣାଳୀ ବନ୍ଦ ରହିବ। ଏହା ସ୍ପଷ୍ଟ ଭାବରେ ସୂଚିତ କରେ ଯେ ବିଶ୍ୱ ତୈଳ ସଙ୍କଟ ଜାରି ରହିବ।

ଗତ 15 ଦିନ ଧରି, ଏହି ମଧ୍ୟପ୍ରାଚ୍ୟ ଯୁଦ୍ଧ ସାରା ବିଶ୍ୱରେ ତୈଳ ଏବଂ ଗ୍ୟାସ ମୂଲ୍ୟକୁ ଆକାଶଛୁଆଁ କରିଛି। ତୈଳ ଏବଂ ଗ୍ୟାସ ସଙ୍କଟ ବ୍ୟାପକ ଆତଙ୍କ ସୃଷ୍ଟି କରିଛି। ଏପରି ପରିସ୍ଥିତିରେ ମୋଜତାବାଙ୍କ ଘୋଷଣା ବିଶ୍ୱକୁ ଆହୁରି ଚିନ୍ତିତ କରିଛି।
ଏହାସହ ସେ କହିଛନ୍ତି କି ବାପାଙ୍କ ମୃତ୍ଯୁର ବଦଲା ନନେଲା ଯାଏଁ, ଏଯୁଦ୍ଧ ଜାରି ରହିବ। ମୁଜତାବା କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଥିବା ସମସ୍ତ ଆମେରିକୀୟ ସାମରିକ ଘାଟି ଖାଲି କରିବାକୁ ପଡିବ।
ସେ କହିଛନ୍ତି, "ଏହା ନହେବା ପର୍ଯ୍ୟନ୍ତ ଆମେ ଆକ୍ରମଣ ଜାରି ରଖିବୁ।" ମୁଜତାବା ହେଉଛନ୍ତି ଇରାନର ପୂର୍ବତନ ସର୍ବୋଚ୍ଚ ନେତା ସୟଦ ଆୟାତୋଲ୍ଲା ଅଲି ଖାମେନିଙ୍କ ପୁଅ, ଯାହାକୁ ନୂତନ ସର୍ବୋଚ୍ଚ ନେତା ନିଯୁକ୍ତ କରାଯାଇଛି।
ମାତ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହୁଁ ନଥିଲେ ଯେ ଖାମେନିଙ୍କୁ ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା ଭାବରେ ନିଯୁକ୍ତ କରାଯାଉ। ଇରାନର ନୂତନ ସର୍ବୋଚ୍ଚ ନେତା ହେବା ପରେ ଏହା ମୁଜତାବାଙ୍କ ପ୍ରଥମ ବାର୍ତ୍ତା, ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଯେ ଯୁଦ୍ଧ ଶୀଘ୍ର ଶେଷ ହେବ ନାହିଁ। ଯାହାକି ସାରା ବିଶ୍ବରେ ଯୁଦ୍ଧ ସଙ୍କଟକୁ ଆହୁରୀ ବଢାଇ ଦେଇଛି।












Click it and Unblock the Notifications