Get Updates
Get notified of breaking news, exclusive insights, and must-see stories!

ଭାରତୀୟ ସେନାର ଭୟରେ ଆମକୁ ବଙ୍କରରେ ଲୁଚି ରହିବାକୁ ପରାମର୍ଶ ଦିଆଯାଇଥିଲା, ପାକ୍ ରାଷ୍ଟ୍ରପତିଙ୍କ ବଡ଼ ଖୁଲାସା

ପାକିସ୍ତାନକୁ ଡରାଇଥିଲା ଅପରେସନ ସିନ୍ଦୂର। ଜୀବନ ବଞ୍ଚାଇବାକୁ ବଙ୍କର ଭିତରେ ଲୁଚିଥିଲା ପାକିସ୍ତାନୀ ସେନା। ସ୍ବୀକାର କଲେ ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲୀ ଜରଦାରୀ। ୨୨ଏପ୍ରିଲରେ ରକ୍ତରେ ହୋଲି ଖେଳିଥିଲେ ଆତଙ୍କୀ। ଭାରତ ଆସି ୨୬ ନୀରିହଙ୍କ ଜୀବନ ନେଇଥିଲେ ପାକ୍ ଆତଙ୍କବାଦୀ। ବିଶ୍ବ ଦେଖିଥିଲା ଛାତିଥରା ଘଟଣାର ଅନେକ ଦୃଶ୍ୟ। ଏହାର ଜବାବରେ ମେ' ୬-୭ତାରିଖ ରାତିରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତ। ପାକିସ୍ତାନ ଭିତରେ ପଶି ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲେ ଭାରତୀୟ ସେନା। ଏହି ଆକ୍ରମଣ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିଲା। ଏମିତି କି ପାକିସ୍ତାନ ସେନା ଜୀବନ ବଞ୍ଚାଇବାକୁ ବଙ୍କର ଭିତରେ ଲୁଚିବାକୁ ବାଧ୍ୟ ହୋଇଥିଲେ। ଏକଥା ନିଜେ ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲୀ ଜରଦାରୀ ସ୍ବୀକାର କରିଛନ୍ତି।

Indian army

ଭାରତର ଆକ୍ରମଣ ପାକିସ୍ତାନ ସେନାକୁ ଥରହର କରିଥିଲା
ଭାରତ ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ପାକିସ୍ତାନ ଅସ୍ବୀକାର କରିଆସୁଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି। ଭାରତର ଆକ୍ରମଣ ପାକିସ୍ତାନ ସେନାକୁ ଥରହର କରିଥିଲା ବୋଲି ସେ କହିଛନ୍ତି। ତାଙ୍କ କହିବା ମୁତାବକ, "ଭାରତ ଆକ୍ରମଣ କରିବା ପରେ ମୋତେ ବଙ୍କର ଭିତରକୁ ଯିବା କୁହାଗଲା। ଜୀବନ ବଞ୍ଚାଇବା ପାଇଁ ସେନା ମୋତେ ଏଭଳି କରିବାକୁ କହିଥିଲା। ହେଲେ ମୁଁ ଗଲି ନାହିଁ। ମୁଁ କହିଥିଲି, ଯଦି ସହିଦ୍ ହେବାର ଅଛି ଦେବେ ଏଇଠି ହେବି। ବଙ୍କରକୁ ଲୁଚିବାକୁ ଯିବି ନାହିଁ। ନେତାମ‌ାନେ ବଙ୍କର ଭିତରେ ନୁହେଁ, ଯୁଦ୍ଧକ୍ଷେତ୍ରରେ ସହିଦ୍ ହୁଅନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟିର ସବୁ କର୍ମୀ ଦେଶ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ। ଆମେ ପଛକୁ ହଟିବୁ ନାହିଁ।"

ଗୁଳି ମାରିବାର ସାହସ ତୁମର ନାହିଁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଧମକ ଉପରେ ମଧ୍ୟ ପ୍ରତିକ୍ରିୟା ‌ରଖିଛନ୍ତି ଜରଦାରୀ। ପାକିସ୍ତାନ ବାରମ୍ବାର ଆକ୍ରମଣ କରିବାର ଧମକ ଦେଉଥିବା ଦେଖି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, "ଶାନ୍ତିରେ ନିଜ ଖାଦ୍ୟ ଖାଅ। ନଚେତ୍ ମୋ ଗୁଳି ତୁମମାନଙ୍କ ପାଇଁ ପ୍ରସ୍ତୁତ ଅଛି।" ଏହାର ଜବାବ ଦେଇ ଜରଦାରୀ କହିଛନ୍ତି, "ତୁମେ କ'ଣ ଆମକୁ ଗୁଳି ମାରିବ। ଆମେ ତୁମକୁ ଗୁଳି ମାରିବୁ। ଆମ ଦେଶବାସୀ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି। ଦେଶକୁ ବଞ୍ଚାଇବା ପାଇଁ ବନ୍ଧୁକ ଧରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ଆମଠାରୁ ୧୦ଗୁଣ ଅଧିକ ଧନୀ ହୋଇଥାଇପାରେ। ହେ‌ଲେ ଗୁଳି ମାରିବାର ସାହସ କୋଉଠୁ ଆଣିବ। ଆମେ କୋଉ ଦେଶ ସହ ଲଢ଼ିବାକୁ ଚାହୁଁନାହୁଁ। ହେଲେ ଆମ ସହ ଲଢ଼ିଲେ ଆମେ କାହାକୁ ଛାଡ଼ିବୁ ନାହିଁ। ଆମ ସେନା ସେମାନଙ୍କୁ ଜବାବ ଦେବ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+