Get Updates
Get notified of breaking news, exclusive insights, and must-see stories!

'ଆମେ ଦେଶକୁ ଯୁଦ୍ଧ ମୁହାଁ କରିବାକୁ ଚାହୁଁନୁ, ହେଲେ ଦେଶ ଭିତରେ ଅରାଜକତା ସୃଷ୍ଟି କରୁଥିବା ଲୋକଙ୍କୁ ଛଡାଯିବନି'

ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନି ଦେଶରେ ଲୋକଙ୍କ ବିରୋଧ ପ୍ରଦର୍ଶନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦାୟି କରିଛନ୍ତି। ମାନବାଧିକାର ସଙ୍ଗଠନଙ୍କ ଅନୁସାରେ ସୁରକ୍ଷା ବଳଙ୍କ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଲାଣି। ଖାମେନି ଅଭିଯୋଗ କରିଛନ୍ତି ଯେ ଇରାନକୁ ଆମେରିକା ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି ଓ ଏହା ସବୁ ଏକ ଆମେରିକୀୟ ଷଡ଼ଯନ୍ତ୍ର।

ଖାମେନି କହିଛନ୍ତି ଯେ ଅଧିକାରୀ ଦଙ୍ଗାକାରୀଙ୍କ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ କରନ୍ତୁ। ଏକ ଧାର୍ମିକ ଛୁଟି ଅବସରରେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରି ଖାମେନି କହିଛନ୍ତି ଯେ ଆମେ ଦେଶକୁ ଯୁଦ୍ଧ ମୁହାଁ କରିବାକୁ ଚାହୁଁନୁ, ହେଲେ ଦେଶ ଭିତରେ ଅରାଜକତା ସୃଷ୍ଟି କରୁଥିବା ଲୋକଙ୍କୁ ଛଡାଯିବନି। ସେ ଅନ୍ତର୍ଜାତୀୟ ଅପରାଧୀଙ୍କୁ ମଧ୍ୟ ଦଣ୍ଡିତ କରାଯିବ ବୋଲି କହିଛନ୍ତି। ଖାମେନି କହିଛନ୍ତି ଯେ ଇରାନକୁ ଦଙ୍ଗାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବା ଦରକାର, ଯେପରି ପୂର୍ବରୁ ବିଦ୍ରୋହ ବେଳେ କରାଯାଇଥିଲା।

iran

ଇରାନରେ ଡିସେମ୍ବର ୨୮ ତାରିଖ ଦିନ ଆର୍ଥିକ ସମସ୍ୟା କାରଣରୁ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା, ଯାହା ପରେ ଭୀଷଣ ରୂପ ଧାରଣ କରିଛି। ଏହି ବିକ୍ଷୋଭରେ ଲୋକେ ଇସ୍ଲାମୀ ଗଣ ରାଜ୍ୟରେ ମୌଲବୀ ଶାସନର ଅନ୍ତ ଦାବି କରୁଛନ୍ତି। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ହସ୍ତକ୍ଷେପର ଧମକ ଦେଉଛନ୍ତି। ଯଦି ଇରାନରେ ବିକ୍ଷୋଭକାରୀଙ୍କୁ ଫାଶୀ ଦିଆଯାଏ ଅଥବା ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଏ ତେବେ ଆମେ କଡ଼ା ପ୍ରତିକ୍ରିୟା ଦେବୁ ବୋଲି ଟ୍ରମ୍ପ କହିଛନ୍ତି। ହେଲେ ଏକ ସୋସିଆଲ ମିଡିଆ ପୋଷ୍ଟରେ ବିକ୍ଷୋଭକାରୀଙ୍କୁ ଫାଶୀ ଦିଆଯାଇ ନଥିବାରୁ ଟ୍ରମ୍ପ ତେହେରାନ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏଥିରେ ଇରାନ ବିକ୍ଷୋଭକାରୀଙ୍କୁ ଫାଶୀ ଦେବାର କୌଣସି ଉଦ୍ଦେଶ୍ୟ ନଥିବା କହିଛି। ହେଲେ ଆମେରିକାର ଏଚଆରଏଏ ନାମକ ମାନବାଧିକାର ସମୂହ ୩୯୦ ମୃତ୍ୟୁ ପୁଷ୍ଟି କରିଛି। ଏହି ସମୟରେ ୨୨ ହଜାରରୁ ଅଧିକ ଗିରଫଦାରୀ ହୋଇଥିବା ମଧ୍ୟ ସୂଚିତ କରିଛି। ଇରାନରେ ଇଣ୍ଟରନେଟ୍ ବନ୍ଦ ଥିବାରୁ ସୂଚନା ପ୍ରାପ୍ତ କରିବା ଏବେ କଷ୍ଟକର ହେଉଛି। ହେଲେ ଶନିବାର ଦେଶର କିଛି ଅଞ୍ଚଳରେ ଇଣ୍ଟରନେଟ୍ ସଚଳ କରାଯାଇଥିବା ଜଣାପଡିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+