ଭାରତ ଛାଡୁନି ପାଣି ; ପାକିସ୍ତାନର ୨୪ ସହରରେ ହାହାକାର, ମହଙ୍ଗା ପଡିଲା ଭାରତ ସହ ବିବାଦ

ସିନ୍ଧୁ ପରେ ଚେନାବ ନଦୀର ଜଳ ଅଟକାଇଛି ଭାରତ । ଚେନାବ ନଦୀର ଜମ୍ମୁ-କାଶ୍ମୀର, ରିଆସି ସ୍ଥିତ ସଲାଲା ଡ୍ୟାମ୍‌ର ସମସ୍ତ ଗେଟ୍‌ ବନ୍ଦ କରାଯିବା ପରେ ପାକିସ୍ତାନରେ ହାହାକାର ସ୍ଥିତି । ପାକିସ୍ତାନ ପଞ୍ଜାବ ପ୍ରାନ୍ତରେ ଥିବା ୨୪ଟି ସହରରେ ଭୟଙ୍କର ଜଳ ସଂକଟ ଦେଖିବାକୁ ମିଳିଛି ।

pakistan

ଭାରତ ପାଣି ଅଟକାଇବା ପରେ ପାକିସ୍ତାନ ପଟେ ଚେନାବ ନଦୀ ଶୁଖିଯାଇଛି । ଫଳରେ ପାକିସ୍ତାନର ୨୪ଟି ସହରର ୩କୋଟି ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ପଞ୍ଜାବ ପ୍ରାନ୍ତର ୮୦ ପ୍ରତିଶତ ଲୋକ ଚେନାବ ନଦୀ ଜଳ ଉପରେ ନିର୍ଭର କରୁଛନ୍ତି । ଜଳ ସଙ୍କଟ ପାଇଁ ଏଥର ଖରିଫ ଚାଷ ପ୍ରଭାବିତ ହେବ ବୋଲି ପାକିସ୍ତାନ ସରକାର ଆଶଙ୍କା କରିଛନ୍ତି । ପହଲଗାମ ଆତଙ୍କୀ ଆକ୍ରମଣ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ପ୍ରଥମେ ସିନ୍ଧୁ ଜଳ ଅଟକାଇଥିଲେ ଭାରତ ସରକାର । ଏବେ ଚେନାବ ନଦୀ ଜଳ ମଧ୍ୟ ଅଟକାଯାଇଛି । ଆତଙ୍କବାଦ ନିପାତ୍ ନହେବା ପର୍ଯ୍ୟନ୍ତ ପାକ୍ ବିରୋଧରେ କଠୋର ଆଭିମୁଖ୍ୟ ନିଆଯିବ ବୋଲି ନିଶ୍ଚିତ କରିଛନ୍ତି ମୋଦୀ ସରକାର ।
---

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+