ବିମାନ-ହେଲିକପ୍ଟର ଧକ୍କା-୬୪ ମୃତ !
Washington DC Plane Crash: ବୁଧବାର ଦିନ ଆମେରିକାରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ, ୱାଶିଂଟନ ନିକଟବର୍ତ୍ତୀ ରୋନାଲ୍ଡ ରିଗାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏକ ଯାତ୍ରୀବାହୀ ବିମାନ ଏକ ସେନା ହେଲିକପ୍ଟର ସହିତ ଧକ୍କା ହୋଇଥିଲା। 28ଟି ମୃତ ଦେହ ଉଦ୍ଧାର କରାଯାଇଛି । ହେଲେ ଏହି ଦୁର୍ଘଟଣାରେ କେହି ବି ଜୀବିତ ନଥିବା ସ୍ପଷ୍ଟ କରିଛନ୍ତି ଡିସି ଫାୟାର୍ ଚିଫ୍ ।

ୱାଶିଂଟନ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଗୁରୁବାର ସକାଳେ ସମୁଦ୍ରରୁ 28 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୱାଶିଂଟନ୍ ଡିସିର ଅଧିକାରୀ ଜନ୍ ଏ. ଡୋନେଲି ସିନିୟର କହିଛନ୍ତି ଯେ ବିମାନରୁ 27ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ଗୋଟିଏ ମୃତଦେହ ସେନାର ହେଲିକପ୍ଟରରୁ ଉଦ୍ଧାର କରାଯାଇଛି। "ଦୁର୍ଘଟଣାର ଖବର ପାଇବା ମାତ୍ରେ ବୁଧବାର ରାତିରେ 300 ରୁ ଅଧିକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଗୁରୁବାର ସକାଳେ ଅଧିକାରୀମାନେ କହିଥିଲେ ଯେ ନଦୀରୁ କୌଣସି ଜୀବିତ ଲୋକଙ୍କୁ ଉଦ୍ଧାର କରାଯାଇ ନାହିଁ।












Click it and Unblock the Notifications