ନେତାନ୍ୟାହୁଙ୍କ ଗିରଫ ପାଇଁ ୱାରେଣ୍ଟ ଜାରି କଲେ ଅନ୍ତର୍ଜାତୀୟ କୋର୍ଟ ,ଜାଣନ୍ତୁ କାରଣ...
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଅପରାଧିକ ଅଦାଲତ (ଆଇସିସି) ର ବିଚାରପତି ମାନେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କ ସହ ହାମାସର ସାମରିକ କମାଣ୍ଡରଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରିଛନ୍ତି। ଯୁଦ୍ଧ ଅପରାଧ ଓ ମାନବୀୟ ଅପରାଧ ପାଇଁ କୋର୍ଟ ଏପରି ପଦକ୍ଷେପ ନେଇଛନ୍ତି।
ଆଇସିସି କହିଛନ୍ତି ଯେ ନେତାନ୍ୟାହୁ ଓ ଗାଲାଣ୍ଟ ମାନବିକତା ବିରୋଧରେ ଅପରାଧ କରିଛନ୍ତି। ସେମାନେ ହତ୍ୟା ଓ ଅମାନବୀୟ କାଣ୍ଡ ଘଟାଇଛନ୍ତି। ଏଥିସହ ନେତାନ୍ୟାହୁ ଯୁଦ୍ଧ ସମୟରେ ଲୋକଙ୍କୁ ଭୋକିଲା ରଖିଥିଲେ। ସେମାନେ ଏହାକୁ ଯୁଦ୍ଧର ଏକ ମାଧ୍ୟମ କରିଥିଲେ। ଏପରି କରି ସେମାନେ ଯୁଦ୍ଧ ଅପରାଧ କରିଛନ୍ତି।
ଏକ ବିବୃତ୍ତିରେ କୁହାଯାଇଛି କି, ଏକ ପ୍ରି-ଟ୍ରାଏଲ ଚାମ୍ବର କୋର୍ଟର ଅଧିକାରକୁ ନେଇ ଇସ୍ରାଏଲର ଆହ୍ବାନକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ୟୋଭ ଗାଲାଣ୍ଟଙ୍କ ପାଇଁ ୱାରେଣ୍ଟ ଜାରି କରିଛି । ଏଥି ସହ ମହମ୍ମଦ ଦେଫଙ୍କ ପାଇଁ ଏକ ୱାରେଣ୍ଟ ମଧ୍ୟ ଜାରି କରାଯାଇଥିଲା, ଯଦିଓ ଇସ୍ରାଏଲ ସୈନ୍ୟ କହିଛନ୍ତି ଯେ ଜୁଲାଇରେ ଗାଜାରେ ହୋଇଥିବା ଏୟାର ଷ୍ଟ୍ରାଇକରେ ସେ ନୀହତ ହୋଇଛନ୍ତି ।

ଅଦାଲତ ଷ୍ଟଷ୍ଟ କରିଛନ୍ତି ଯେ, ଏହି ତିନି ଜଣ ଲୋକ ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ସମୟରେ ଅପରାଧ ଏବଂ ମାନବିକତା ବିରୋଧରେ ଅପରାଧ ପାଇଁ "ଅପରାଧିକ ଦାୟିତ୍ୱ" ବହନ କରନ୍ତି । ତେବେ ଉଭୟ ଇସ୍ରାଏଲ ଏବଂ ହାମାସ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଗତବର୍ଷ ଅକ୍ଟୋବର ୭ରେ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଅପ୍ରତ୍ୟାଶିତ ହମଲା କରାଯାଇଥିଲା। ଏହାର ବଦଲା ନେବାକୁ ସେବେଠାରୁ ଇସ୍ରାଏଲ ସେନା ଗାଜା ଉପରେ ଆକ୍ରମଣ କରି ଚାଲିଛି। ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ହଜାର ହଜାର ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଲକ୍ଷାଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଗାଜାରେ ଥିବା ହସ୍ପିଟାଲ ଓ ସ୍କୁଲ ଭଳି ପ୍ରମୁଖ ଭିତ୍ତିଭୂମି ଗୁଡ଼ିକ ମଧ୍ୟ ମାଟିରେ ମିଶି ଯାଇଛି।
ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଉପସ୍ଥାପିତ ହୋଇଥିବା ସଂକଳ୍ପକୁ ଆମେରିକା ଭିଟୋ କରିଛି । ଏହି ପ୍ରସ୍ତାବ ଅନୁଯାୟୀ, ଗାଜାରେ ଯୁଦ୍ଧ ତୁରନ୍ତ, ବିନା ସର୍ତ୍ତରେ ଏବଂ ସ୍ଥାୟୀ ଭାବରେ ଶେଷ ହେବା ଉଚିତ୍ । ସମସ୍ତ ବନ୍ଧକଙ୍କୁ ତୁରନ୍ତ ଏବଂ ବିନା ସର୍ତ୍ତରେ ମୁକ୍ତ କରାଯିବା ଉଚିତ୍ । ସୁରକ୍ଷା ପରିଷଦର ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୪ ଜଣ ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ସପକ୍ଷରେ ମତ ଦେଇଛନ୍ତି।












Click it and Unblock the Notifications