ସମୁଦ୍ରରେ ସାମରିକ ସଂଘର୍ଷ , ୧୫ ଦିନରେ ୧୭ଟି ଜାହାଜ ଉପରେ ଆକ୍ରମଣ
ସମୁଦ୍ରରେ ଯୁଦ୍ଧ । ୧୫ ଦିନରେ ୧୭ଟି ଜାହାଜ ଉପରେ ଆକ୍ରମଣ । ଜଳୁଛି ମାଲବାହୀ ଜାହାଜ। ମଧ୍ୟ-ପ୍ରାଚ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଏବେ ସମୁଦ୍ର ପଥକୁ ଅଶାନ୍ତ କରିଦେଇଛି । ବ୍ରିଟେନର ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ ଅନୁଯାୟୀ ଗତ ଦୁଇ ସପ୍ତାହ ମଧ୍ୟରେ ଅତି କମରେ ୧୭ଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହୋଇଛି । ମୁଖ୍ୟତଃ ପର୍ସିଆନ ଗଲ୍ଫ , ହର୍ମୁଜ ପ୍ରଣାଳୀ ଏବଂ ଓମାନ ଗଲ୍ଫରେ ଏହି ଆକ୍ରମଣ ଜାରି ରହିଛି । ଏହାକୁ ଅତ୍ୟନ୍ତ "ସଂକଟଜନକ" ସ୍ଥିତି ଭାବେ ଘୋଷଣା କରାଯାଇଛି । ମାର୍ଚ୍ଚ ୧ ତାରିଖରେ 'MKD VYOM' ନାମକ ଏକ ତେଲ ବାହୀ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି । ଡ୍ରୋନ୍, ମିସାଇଲ୍ ଏବଂ ସମୁଦ୍ର ମଧ୍ୟରେ ବିସ୍ଫୋରଣ ମାଧ୍ୟମରେ ଜାହାଜଗୁଡ଼ିକୁ ଟାର୍ଗେଟ୍ କରାଯାଉଛି।

ଏପରିକି ସମୁଦ୍ର ମଧ୍ୟରେ ଥିବା ତେଲ ଖନନ କେନ୍ଦ୍ରକୁ ମଧ୍ୟ ଛଡ଼ାଯାଉ ନାହିଁ । ହର୍ମୁଜ ପ୍ରଣାଳୀ ଦେଇ ବିଶ୍ୱର ପ୍ରାୟ ୨୦% ତେଲ କାରବାର ହୋଇଥାଏ । ସାଧାରଣତଃ ଏହି ପଥ ଦେଇ ଦୈନିକ ୧୩୮ଟି ଜାହାଜ ଯାତାୟାତ କରୁଥିବା ବେଳେ ଏବେ ଭୟରେ ମାତ୍ର ୨ଟିକୁ ଖସି ଆସିଛି । ଫଳରେ ଜାହାଜ ଚଳାଚଳ ଖର୍ଚ୍ଚ ଏବଂ ବୀମା ଟଙ୍କା ବହୁତ ବଢ଼ିଯାଇଛି । ଏହାସହ ବିଶ୍ୱ ବଜାରରେ ତେଲ ଏବଂ ସାର ଦର ବଢ଼ିବା ଆଶଙ୍କା ଦେଖାଦେଇଛି । ସମୁଦ୍ର ପଥରେ GPS ଜାମିଂ କରାଯାଉଛି । ଯାହାଫଳରେ ଜାହାଜଗୁଡ଼ିକ ଦିଗ ହରାଇବା ସହ ଭୁଲ୍ ସ୍ଥାନ ଦେଖାଉଛି । ନାବିକମାନଙ୍କୁ ସାଧାରଣ ରାସ୍ତା ବଦଳାଇବାକୁ ଏବଂ ସନ୍ଦେହଜନକ ବସ୍ତୁଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।
-
ହର୍ମୁଜ୍ ପ୍ରଣାଳୀ କେବଳ ଆମେରିକା ଏବଂ ଇସ୍ରାଏଲ ପାଇଁ ବନ୍ଦ,' ଇରାନର ବୈଦେଶିକ ମନ୍ତ୍ରୀ -
୩ ଏୟାରପୋର୍ଟକୁ ବନ୍ଦ ଘୋଷଣା କଲା ଆମେରିକା -
ଇରାନକୁ ସାହାର୍ଯ୍ୟ କରୁଛି ଋଷ, ଯୁଦ୍ଧ ଭିତରେ ବଡ ଦାବି କଲେ ଟ୍ରମ୍ପ -
ଇରାନର ସବୁ ସାମରିକ ସ୍ଥଳ ସମ୍ପୂର୍ଣ୍ଣ ଧ୍ୱଂସ ଦାବି କଲେ ରାଷ୍ଟ୍ରପତି ଟ୍ରମ୍ପ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା -
୩ ଏୟାରପୋର୍ଟକୁ ବନ୍ଦ ଘୋଷଣା କଲା ଆମେରିକା -
ପିଆଜ ଖାଇବା ଦ୍ୱାରା ମିଳିଥାଏ ଚମତ୍କାର ଫାଇଦା, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ..










Click it and Unblock the Notifications