ପୁଟିନଙ୍କ ବିରୋଧରେ ବିଦ୍ରୋହ କରିବା ପଡିଲା ମହଙ୍ଗା, ବିମାନ ଦୁର୍ଘଟଣାରେ ୱାଗନର ଗ୍ରୁପ ମୁଖ୍ୟଙ୍କ ମୃତ୍ୟୁ

Yevgeny Prigozhin: ପୁଟିନଙ୍କ ବିରୋଧରେ ବିଦ୍ରୋହ କରିବା ପଡିଲା ମହଙ୍ଗା । ୱାଗନର ଗ୍ରୁପ ମୁଖ୍ୟଙ୍କ ମୃତ୍ୟୁ । ବିମାନ ଦୁର୍ଘଟଣାରେ ୟେଭଗେନି ପ୍ରିଗୋଜିନଙଅକ ସମେତ ୧୦ ଜଣଙ୍କ ମୃତ୍ୟୁ । କିଛି ଦିନ ତଳେ ସେ ଋଷ ରାଷ୍ଟ୍ରପତି ଓ ସେନା ବିରୋଧରେ ବିଦ୍ରୋହ କରି ଚର୍ଚ୍ଚାରେ ରହିଥିଲେ ।

Wagner Boss

ସୂଚନା ଅନୁସାରେ, ଏକ ଘରୋଇ ବିମାନରେ ୟେଭଗେନି ପ୍ରିଗୋଜିନ୍ ସମେତ ଅନ୍ୟ ୧୦ ଜଣଙ୍କୁ ନେଇ ଯାଉଥିବା ବିମାନ କ୍ରାସ ହୋଇଯାଇଥିଲା । ଫଳରେ ବିମାନରେ ଥିବା ସମସ୍ତଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ୟେଭଗେନି ପ୍ରିଗୋଜିନଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା କୁହାଯାଇଛି ।

ଋଷ ରାଷ୍ଟ୍ରପତି ପୁଟିନଙ୍କୁ ବିରୋଧ କରିଆସୁଥିଲେ ୱାଗନର ଗ୍ରୁପ । ଜୁନ ମାସରେ ୟେଭଗେନି ପ୍ରିଗୋଜିନଙ୍କ ଗ୍ରୁପ ୟେଭଗେନି ପ୍ରିଗୋଜିନଙ୍କ ସମେତ ଗ୍ରୁପର ଅଧିକାଂଶ ଯବାନ ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ଏପରିକି ଏକ ସ୍ଥାନରେ ଋଷ ସେନାକୁ ଯୁଦ୍ଧରେ ହରାଇ ଆଗକୁ ବଢିଥିଲା ୟେଭଗେନି ପ୍ରିଗୋଜିନଙ୍କ ଗ୍ରୁପ ହେଲେ ପରବର୍ତ୍ତି ସମୟରେ ରଷ ସେନା ସେମାନଙ୍କୁ ଅଟକାଇବାରେ ସଫଳ ହୋଇଥିଲେ ଏବଂ ସେମାନଙ୍କୁ ବେଲାଋଷ ପଳାଇଯିବା ପାଇଁ କହିଥିଲା ସେନା ।

ଅନ୍ୟପକ୍ଷରେ ବର୍ତ୍ତମାନ ୟେଭଗେନି ପ୍ରିଗୋଜିନଙ୍କ ମୃତ୍ୟୁ ବିମାନ କ୍ରାସରେ ହୋଇଛି । ଏନେଇ ଋଷ ପକ୍ଷରୁ ସୂଚନା ଦିଆଯାଇଛି ।
ବିମାନ କ୍ରାସର ତଦନ୍ତ ପାଇଁ ସୂତନ୍ତ୍ର କମିଟି ଗଠନ କରିବା ପାଇଁ ଋଷ ପକ୍ଷରୁ କୁହାଯାଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ,
ଏକ ସମୟରେ ୟେଭଗେନି ପ୍ରିଗୋଜିନଙ୍କ ପୁଟିନଙ୍କର ଅତି ଘନିଷ୍ଠ ଥିଲେ । ୟେଭଗେନି ପ୍ରିଗୋଜିଙ୍କ ମୃତ୍ୟୁ ପରେ ବର୍ତ୍ତମାନ ତାଙ୍କ ସେନାର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଛି । ତାଙ୍କୁ ଋଷ ସେନାରେ ସାମିଲ କରାଯିବ କି ନାହିଁ ତାହା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+