ବାଂଲାଦେଶରେ ହିଂସା, ଜାଳିଦେଲେ ନେତାଙ୍କ ଘର: ଝିଅ ଜୀବନ୍ତ ଦଗ୍ଧ
ଛାତ୍ରନେତାଙ୍କୁ ହତ୍ୟା ପରେ ବାଂଲାଦେଶରେ ହିଂସା ଆହୁରି ତୀବ୍ର ହେବାରେ ଲାଗିଛି । ଏପରିକି ଜଣେ ବିଏନପି ନେତାଙ୍କ ଘରକୁ ତାଲା ପକାଇ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଜଣେ ନେତାଙ୍କ ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଏହି ଅଗ୍ନିକାଣ୍ଡରେ ବିଏନପି ନେତାଙ୍କ ସାତ ବର୍ଷର ଝିଅର ମୃତ୍ୟୁ ହୋଇଛି। ବିଏନପି ନେତା ଏବଂ ତାଙ୍କର ଦୁଇ ନାବାଳିକା ଝିଅ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସ୍ଥାନୀୟ ସୂତ୍ର ଅନୁଯାୟୀ, ରାତିରେ ବେଲାଲ ଏବଂ ତାଙ୍କ ପରିବାର ଶୋଇଥିଲେ। ପ୍ରାୟ ୨ଟା ବେଳେ କିଛି ଲୋକ ମୁଖ୍ୟ ଦ୍ୱାର ବନ୍ଦ କରି ବେଲାଲଙ୍କ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।ବିଏନପି ନେତାଙ୍କ ପରିବାର ପ୍ରତିକ୍ରିୟା ଦେବା ପୂର୍ବରୁ, ନିଆଁ ଦ୍ରୁତ ଗତିରେ ବ୍ୟାପିଗଲା। ଦ୍ୱାର ବନ୍ଦ ଥିବାରୁ କେହି ଖସି ଯାଇପାରିନଥିଲେ। ବେଲାଲଙ୍କ ୭ ବର୍ଷର ଝିଅ ଆୟେଶା ଅଖତର ନିଆଁରେ ଜଳି ତୁରନ୍ତ ମୃତ୍ୟୁବରଣ କରିଛନ୍ତି। ନେତା ଏବଂ ତାଙ୍କର ଅନ୍ୟ ଦୁଇ ଝିଅ, ଗୁରୁତର ଆହତ ହୋଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଅଗ୍ନିକାଣ୍ଡରେ ବିଏନପି ନେତାଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖାଲେଦାଙ୍କ ଦଳ ଏହି ଘଟଣାକୁ ନିନ୍ଦା କରିଛି।












Click it and Unblock the Notifications