ବାଂଲାଦେଶ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି, ମନ୍ଦିର ଯିବାରୁ ବସଉଠ ହେଲେ ଯୁବକ
ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ଜାରି ରହିଛି। ହିଂସାକାରୀ ମାନେ ଜଣେ ହିନ୍ଦୁ ବାଳକକୁ କାନ ଧରି ତାଙ୍କୁ ଉଠ ବସ କରି ମନ୍ଦିରକୁ ଯିବାକୁ ବାରଣ କରିଛନ୍ତି । ଦାବି ହେଉଛି ଯେ ଏହି ହିନ୍ଦୁ ବାଳକ ମନ୍ଦିରକୁ ନଯିବା ପାଇଁ ବାରଣ କରାଯାଉଥିଲା । ଭଏସ୍ ଅଫ୍ ବାଂଲାଦେଶ ହିନ୍ଦୁଙ୍କ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରାଯାଇଛି ଯେଉଁଥିରେ ଯୁବକ ଜଣକ ମନ୍ଦିରକୁ ଯିବାବେଳେ ତାଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି, ସମ୍ପୃକ୍ତ ଯୁବକଙ୍କୁ କାନ ଧରି ଉଠବସ୍ ହେବାକୁ ବାଧ୍ୟ କରାଯାଉଥିବା ବେଳେ ସମସ୍ତଙ୍କୁ ଭୁଲ୍ ମାଗିବାକୁ ବି କୁହାଯାଇଛି। କେବଳ ସେତିକି ନୁହେଁ, ଅଧିକ ଥର ଉଠବସ୍ ହେବାକୁ ବି ଧମକ ଦେବାକୁ ପଛାଉ ନ ଥିବା ଭିଡିଓରେ ଦେଖିବାକୁ ମିଳିଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ବ୍ୟାପକ ରାଜନୈତିକ ହିଂସା ଲାଗି ରହିଥିବାବେଳେ ସଂଖ୍ୟାଲଘୁ ଅଧିକାରକୁ ନେଇ ଅସନ୍ତୋଷ ତେଜିଛି। ସଂଖ୍ୟାଲଘୁଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାରୁ ଲୁଟ କରାଯାଇଛି। ସେମାନଙ୍କ ପ୍ରତିଷ୍ଠାନରେ ପୋଡ଼ାଜଳ କରାଯାଇଥିବା ରିପୋର୍ଟ ମିଳିଛି। ମନ୍ଦିର ଓ ଭଗବାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ଭଙ୍ଗାଯିବା ସହ ବିକୃତ କରାଯାଇଛି। ଏପରିକି ସେମାନେ ଘରୁ ବାହାରିଲେ, ମନ୍ଦିର ଗଲେ ତାହାକୁ ବିରୋଧ କରାଯାଉଛି।
ଏହି ଭିଡିଓ ଶେଆର କରି କୁହାଯାଇଛି, ବାଂଲାଦେଶ ଏବେ ହିନ୍ଦୁଙ୍କ ପାଇଁ ନର୍କ ପାଲଟିଗଲାଣି। ଏଠାରେ ସେମାନେ ଘରେ ରହିବାକୁ ବି ସୁରକ୍ଷିତ ମଣୁ ନାହାନ୍ତି । ସାମେନ ହାତରେ ଲାଲସୁତା କି ମଥାରେ ବିନ୍ଦି ଲଗାଇ ପାରିବେନି। ପୂଜା କରିବା ନିମନ୍ତେ ମନ୍ଦିରକୁ ଗଲେ ସେମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ୁଛି। ହିନ୍ଦୁଙ୍କ ପ୍ରତି ଏଠାରେ ଖୁବ୍ ବର୍ବରତା ପ୍ରଦର୍ଶନ କରାଯାଉଥିବା ବେଳେ ଅନ୍ତରାଷ୍ଟ୍ରୀୟ ସମୁଦାୟ କିନ୍ତୁ ମୁକସାକ୍ଷୀ ପାଲଟିଛି।












Click it and Unblock the Notifications