ଭିଏତନାମ ଘୂର୍ଣ୍ଣିଝଡ ୟାଗୀର ତାଣ୍ଡବ: ଭୁଶୁଡ଼ିଲା ବ୍ରିଜ୍, ନଦୀରେ ପଡ଼ିଗଲା ୧୦ରୁ ଅଧିକ ଗାଡ଼ି
ଭିଏତନାମ: ସୁପର ଟାଇଫୁନ ୟାଗି ଗତ ଶନିବାର ଭିଏତନାମରେ ସ୍ଥଳଭାଗ ଛୁଇଁବା ପରେ ଭୀଷଣ ବର୍ଷା ହୋଇଛି। ଯାହାର ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଛି। ଭିଏତନାମରେ ଘୂର୍ଣ୍ଣିଝଡ ୟାଗୀ ଯୋଗୁଁ ଏକ ବ୍ରିଜର ଗୋଟେ ଭାଗ ସଂପୂର୍ଣ୍ଣ ଭାଙ୍ଗିପଡିଛି । ଫଳରେ ୧୦ରୁ ଉର୍ଦ୍ଧ୍ୱ ଗାଡି ନଦୀକୁ ଖସିପଡିଛି ।
୧୩ ଜଣ ଲୋକ ନଦୀରେ ଖସିପଡିଛନ୍ତି । ଭାଇରଲ ଭିଡିଓରେ ଏକ ଟ୍ରକ ରାସ୍ତାରେ ଯାଉଥିବା ବେଳେ ପୋଲଟି ପାର କରିବାକୁ ଯାଉଥିବା ବେଳେ ପୋଲଟି ଭାଙ୍ଗିପଡୁଥିବାର ଦେଖିବାକୁ ମିଳିଛି । ପୋଲ ଉପରେ ଯାଉଥିବା ଅନ୍ୟ ଗାଡି ମଧ୍ୟ ଶିକାର ହୋଇଛନ୍ତି । ଏହି ଘଟଣା ଦେଖିବା ପରେ ଅନ୍ୟ ଗାଡି ଚାଳକ କାର୍ ଏବଂ ବାଇକ ରୋକି ରହିଯାଉଛନ୍ତି । କିଛି ଗାଡି ଡ୍ରାଇଭର ପୁଣି ସେଠାରୁ ଫେରିଆସୁଛନ୍ତି । ତେବେ ଏକ କାରର୍ ଡ୍ୟାଶ କ୍ୟାମରେ ଏମିତି ଜିନିଷ ଦେଖିବାକୁ ମିଳିଛି ।

ଏଥିରେ ପ୍ରାୟ ୧୩ ଜଣ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ମାତ୍ର ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ରେଡ୍ ରିଭର ଉପରେ ଥିବା ଫୋଙ୍ଗ ଚାଉ ବ୍ରିଜ୍ ଭୁଶୁଡ଼ିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍ ଠିକ୍ ବ୍ରିଜ୍ ଚଢ଼ିବାକୁ ଯାଉଥିବା ବେଳେ ତାହା ଭୁଶୁଡ଼ି ପଡ଼ିଛି।
WARNING - disturbing footage.
— Volcaholic 🌋 (@volcaholic1) September 9, 2024
In Vietnam, at least 13 people fell into the Hồng (Red) River after part of Phong Châu Bridge in Phú Thọ was swept away by floodwaters. About 10 vehicles and two motorbikes fell in. Rescue efforts are hindered by fast currents following Typhoon… pic.twitter.com/TUZSnL5EIe
ଟ୍ରକ୍ ଡ୍ରାଇଭରଙ୍କୁ ଗାଡ଼ି ଅଟକାଇବାକୁ ବି ସୁଯୋଗ ମିଳିନି। ଫଳରେ ଟ୍ରକ୍ଟି ନଦୀ ଭିତରେ ଖସିପଡ଼ିଛି। ତେବେ ଟ୍ରକ୍ ପଛରେ ଦ୍ରୁତ ଗତିରେ ଯାଉଥିବା ଏକ ବାଇକ୍ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବାଇକ୍ ଚାଳକ ହଠାତ୍ ବ୍ରେକ୍ ଦେଇ ଅଟକି ଯାଇଥିଲେ। ବ୍ରିଜ୍ର ଗୋଟିଏ ପାର୍ଶ୍ୱ ପୂରା ଭୁଶୁଡ଼ି ଯାଇଥିବା ବେଳେ ଅନ୍ୟ ପାର୍ଶ୍ୱରୁ ପ୍ରାୟ ୩୭୫ ମିଟର ସୁରକ୍ଷିତ ଅଛି। ସୂଚନାଯୋଗ୍ୟ, ସୁପର ଟାଇଫୁନ୍ ୟାଗରେ ଭିଏତନାମରେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଘରଦ୍ୱାର ଓ ଭିତ୍ତିଭୂମି ନଷ୍ଟ ହୋଇଛି।












Click it and Unblock the Notifications