ଭୟାବହ ଅଗ୍ନିକାଣ୍ତ: 56 ଜଣ ଜୀବନ୍ତ ଦଗ୍ଧ
ଭିଏତନାମର ରାଜଧାନୀ ହାନୋଇରେ ଭୟାବହ ଅଗ୍ନିକାଣ୍ତ । ଏକ 9 ମହଲା ଆପାର୍ଟମେଣ୍ଟ ବ୍ଲକରେ ଅଗ୍ନିକାଣ୍ତ ଘଟି 56 ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ନେଇ ସୂଚନା ରହିଛି । ଏହି ଦୁଃଖଦ ଘଟଣାରେ ଅତି କମରେ 54 ଜଣ ଆହତ ହୋଇଥିବା କୁହାଯାଉଛି। ମୃତମାନଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ ରହିଛନ୍ତି । ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ଝରକା ବାହାରକୁ ମଧ୍ୟ ଡେଇଁ ଥିବାର ଦେଖିବା ପାଇଁ ମିଳିଥିଲା ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିଲଡିଂରୁ ଉଦ୍ଧାର ହୋଇଥିବା ଅନେକ ଲୋକ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ମୃତ୍ୟୁକ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ଏହି 9 ମହଲା କୋଠାରେ ପ୍ରାୟ 150 ଲୋକ ରହୁଥିବା ବେଳେ ଉଦ୍ଧାର କର୍ମଚାରୀମାନେ ପ୍ରାୟ 70 ଜଣଙ୍କୁ ଉଦ୍ଧାର କରିଛନ୍ତି। ନିଆଁ ଲିଭାଇ ଦିଆଯାଇଛି କିନ୍ତୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
ଭିଏତନାମ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ସ୍ଥାନୀୟ ସମୟ ରାତି ପ୍ରାୟ 11.30 ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବିଲ୍ଡିଂରେ ବାହାରକୁ ଯିବା ପାଇଁ ବ୍ୟାପକ ବ୍ୟବସ୍ଥା ନଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା ।












Click it and Unblock the Notifications