Get Updates
Get notified of breaking news, exclusive insights, and must-see stories!

ପୁଣି ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଟାରିଫ ନାଁରେ ସାରା ବିଶ୍ବକୁ ନାଲି ଆଖି ଦେଖାଉଥିବା ବେଳେ ନିଜ ଦେଶରେ ପଡ଼ିଛନ୍ତି ହରଡଘଣାରେ । ଟ୍ରମ୍ପଙ୍କ ବିରୋଧରେ ଆମେରିକାରେ ପୁଣି ହୋଇଛି ଏକ ବଡ଼ ଧରଣର ଆନ୍ଦୋଳନ। ସମସ୍ତ ପ୍ରମୁଖ ସହରରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ । ଟ୍ରମ୍ପଙ୍କ ବିଭିନ୍ନ ନୀତିକୁ ଜୋରଦାର ବିରୋଧ କରି ଆମେରିକାବାସୀ ବଡ଼ ଧରଣର ବିକ୍ଷୋଭ କରିଛନ୍ତି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତ୍ୟର୍ପଣ, ଛଟେଇ, ଗାଜା ଓ ୟୁକ୍ରେନ୍‌ ଯୁଦ୍ଧ ନୀତି ବିରୋଧରେ ଶନିବାର ଓ୍ବାଶିଂଟନ୍‌, ନ୍ୟୁୟର୍କ ଓ ଶିକାଗୋ ସମେତ ଦେଶର ବିଭିନ୍ନ ସହରରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହ୍ବାଇଟ୍‌ ହାଉସ୍‌ ବାହାରେ ବିକ୍ଷୋଭକାରୀ ଟ୍ରମ୍ପ୍‌ ପ୍ରଶାସନ ବିରୋଧୀ ଓ ଆପ୍ରବାସୀ ସପକ୍ଷବାଦୀ ସ୍ଲୋଗାନ୍‌ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀରେ ଟ୍ରମ୍ପ୍‌ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରଠୁ ଅଦ୍ୟାବଧି ୨ ଲକ୍ଷ ଲୋକଙ୍କୁ ସରକାରୀ ଚାକିରିରୁ ଛଟେଇ କରିସାରିଲେଣି।

trump

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀରେ ଟ୍ରମ୍ପ୍‌ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରଠୁ ଅଦ୍ୟାବଧି ୨ ଲକ୍ଷ ଲୋକଙ୍କୁ ସରକାରୀ ଚାକିରିରୁ ଛଟେଇ କରିସାରିଲେଣି। ତାଙ୍କ କଠୋର ନୀତି ବିରୋଧରେ ଲୋକେ ଦ୍ୱିତୀୟ ବଡ଼ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରିକି ନ୍ୟୁୟର୍କରେ ପ୍ରଦର୍ଶନକରୀମାନେ ସହରର ମୁଖ୍ୟ ପାଠାଗାର ବାହରେ ଏକତ୍ରିତ ହୋଇଥିଲେ ଏବଂ ସେମାନଙ୍କ ହାତରେ ସ୍ଲୋଗାନ ଲେଖାଥିବା ପୋଷ୍ଟର ଥିଲା । 'ଟ୍ରମ୍ପ ଆମେରିକାର ରାଜା ନୁହନ୍ତି' , 'ଏକଛତ୍ରବାଦ ଚଳିବ ନାହିଁ' ଏହିପରି ଲେଖାଥିବା ପୋଷ୍ଟର ଧରି ବିକ୍ଷୋଭକାରୀ ମାନେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+