Get Updates
Get notified of breaking news, exclusive insights, and must-see stories!

ନ୍ୟୁୟର୍କ କୋର୍ଟରେ ହାଜର ହେଲେ ଭେନେଜୁଏଲାର ବହିଷ୍କୃତ ରାଷ୍ଟ୍ରପତି ନିକୋଲାସ ମାଦୁରୋ, କହିଲେ ମୁଁ ନିର୍ଦ୍ଦୋଷ

ନ୍ୟୁୟର୍କ କୋର୍ଟରେ ହାଜର ହେଲେ ଭେନେଜୁଏଲାର ବହିଷ୍କୃତ ରାଷ୍ଟ୍ରପତି ନିକୋଲାସ ମାଦୁରୋ। କୋର୍ଟରେ ପ୍ରଥମ ହାଜିରା ବେଳେ ନିଜକୁ ନିର୍ଦ୍ଦୋଷ କହିଛନ୍ତି। ନ୍ୟୁୟର୍କ କୋର୍ଟ ବିଚାରପତିଙ୍କୁ ମାଦୁରୋ କହିଥିଲେ, ମୁଁ ଦୋଷୀ ନୁହେଁ। ଏବେ ବି ମୁଁ ଭେନେଜୁଏଲାର ରାଷ୍ଟ୍ରପତି। ମୁଁ ଜଣେ ଭଦ୍ର ଲୋକ। ମୋତେ ଅପହରଣ କରାଯାଇଛି। ଜୋରଜବରଦସ୍ତି ଗିରଫ କରାଯାଇଛି। ଭେନେଜୁଏଲା ଉପରେ ନାର୍କୋ ଟେରୋରିଜମର ଅଭିଯୋଗ ଲଗାଇଛି ଆମେରିକା। ଯାହାକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି ମାଦୁରୋ।

Venezuela s

ଗତ ଶନିବାର ଦିନ ଭେନେଜୁଏଲାରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ରାଷ୍ଟ୍ରପତି ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲା ଆମେରିକା। ସେମାନଙ୍କୁ ଆଣି ବ୍ରୁକଲିନ୍ ଜେଲରେ ରଖାଯାଇଥିଲା। ଗତକାଲି ପ୍ରଥମ ଥର ମାନହଟ୍ଟନସ୍ଥିତ ଫେଡେରାଲ୍ କୋର୍ଟରେ ହାତକଡ଼ି ସହ କଡ଼ା ସୁରକ୍ଷାରେ ହାଜର କରାଯାଇଥିଲା।

ପାଖାପାଖି ଅଧଘଣ୍ଟା ଚାଲିଥିଲା ଶୁଣାଣି। ମାର୍ଚ୍ଚ ୧୭ରେ ପରବର୍ତ୍ତୀ ଶୁଣାଣି ରହିଛି। ମାଦୁରୋ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଅଭିଯୋଗ ରହିଛି। ଆମେରିକା କହିଛି ସେମାନେ ଭେନେଜୁଏଲାର ସାମରିକ ବାହିନୀ, ଗୁଇନ୍ଦା ସଂସ୍ଥାର ସହାୟତାରେ ଗୁପ୍ତ ବିମାନଘାଟିକୁ ବ୍ୟବହାର କରି ଆମେରିକାକୁ କୋକେନ୍ ଚାଲାଣ କରିଥିଲେ।

ସେପଟେ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକରେ ଆମେରିକାର ଆକ୍ରମଣକୁ ବିପଜ୍ଜନକ ଉଦାହରଣ ବୋଲି କହିଛନ୍ତି ଜାତିସଂଘ ମହାସଚିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+