ଏହି ଦେଶରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ, ୧୪ ଜଣ ମୃତ, ୨୦୦ରୁ ଅଧିକ ଆହତ

Vanuatu Earthquake Disaster: ମଙ୍ଗଳବାର 'Vanuatu' ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା 7.3 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । ସୂଚନା ଅନୁସାରେ ଏହି ଭୂମିକମ୍ପରେ 14 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 200 ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଭୂକମ୍ପରେ ବଡ଼ ବ୍ଡ଼ ବିଲ୍ଡିଂ ଭୁଶୁଡି ପଡିଛି ଏହଂ ରାସ୍ତା ଭୁଶୁଡି ପଡିବାରୁ ଯୋଗାଯୋଗ ସୁବିଧା ବାଧାପ୍ରାପ୍ତ ହୋଇଛି । ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

Vanuatu Earthquake Disaster

ଭୂକମ୍ପର କେନ୍ଦ୍ରସ୍ଥଳ ଭାନୁଅତୁର ବୃହତ୍ତମ ସହର ପୋର୍ଟ ଭିଲା ଠାରୁ 30 କିଲୋମିଟର ପଶ୍ଚିମରେ ଏବଂ 57 କିଲୋମିଟର ଗଭୀରରେ ଥିଲା। ଭୂକମ୍ପ ପରେ ସୁନାମି ନେଇ ଚେତାବନୀ ଦିଆଯାଇଥିଲା । ସମୁଦ୍ର କୂଳଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି। ଅଷ୍ଟ୍ରେଲିଆ ପକ୍ଷରୁ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯାଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଏବଂ ଜରୁରୀକାଳୀନ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+