ସୁଇସାଇଡ୍ ମେସିନ ନେଲା ମହିଳାଙ୍କ ଜୀବନ
ସ୍ଵିଜରଲାଣ୍ଡରେ ଜଣେ ୬୪ ବର୍ଷୀୟ ମହିଳା ସର୍କୋ ସୁଇସାଇଡ୍ ପଡ୍ ଜରିଆରେ ଆତ୍ମହତ୍ୟା କରିଛନ୍ତି। ଜର୍ମାନୀ ସୀମା ନିକଟରେ ଏକ ଜଙ୍ଗଲରେ ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ୪ ଟାରେ ସେ ନିଜ ଜୀବନ ହାରିଛନ୍ତି । ଏନେଇ ଖବର ପ୍ରସାରିତ ହେବା ପରେ ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣା ସଭିଙ୍କୁ ଆଚମ୍ବିତ କରିଛି। ସ୍ୱିସ୍ ଅଧିକାରୀମାନେ ଅନେକ ଲୋକଙ୍କୁ ଗିରଫ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଆତ୍ମହତ୍ୟା ପାଇଁ ବ୍ୟବହୃତ ଏହି ସର୍କୋ ପଡ୍ କ'ଣ।
ସରକୋ କ୍ୟାପସୁଲ ଭିତରେ ଅମ୍ଳଜାନର ମାତ୍ରା କମିବା ସହ ନାଇଟ୍ରୋଜେନ୍ର ମାତ୍ରା ବୃଦ୍ଧି ପାଇଥାଏ । କ୍ୟାପୁସୁଲ ଭିତରେ ଥିବା ବ୍ୟକ୍ତି ଏ ସମସ୍ତ ପ୍ରକ୍ରିୟା ନିଜ ହିସାବରେ ପରିଚାଳନା କରନ୍ତି । ଯଦି ଦରକାର ପଡ଼େ ସେ ବାହାରକୁ ମଧ୍ୟ ଆସିପାରିବେ । କ୍ୟାପୁସୁଲ ସକ୍ରିୟ ହୋଇଯିବା ପରେ ଭିତରେ ଥିବା ବ୍ୟକ୍ତି ସଂଜ୍ଞାହୀନ ହୋଇପଡ଼ନ୍ତି ଏବଂ ୧୦ ମିନିଟ୍ ମଧ୍ୟରେ ତାଙ୍କର ମୃତ୍ୟୁ ଘଟେ । ବିଶିଷ୍ଟ ବୈଜ୍ଞାନିକ ଫିଲିପ୍ ନିଶ୍ଚିକେ ଏହି ମେସିନର ଉଦ୍ଭାବନ କରିଛନ୍ତି ।

ରିପୋର୍ଟ ଅନୁସାରେ, ଜର୍ମାନ ବୈଜ୍ଞାନିକ ତଥା ଏକ୍ଜିଟ୍ ଇଣ୍ଟରନେସନାଲ ସହ ଜଡ଼ିତ ସଂଗଠନ ଲାଷ୍ଟ ରିସୋର୍ଟର ଅଗ୍ରଣୀ ସଦସ୍ୟ ଫ୍ଲୋରିଆନ୍ ୱିଲେଟ୍ ମହିଳାଙ୍କ ମୃତ୍ୟୁର ଏକମାତ୍ର ସାକ୍ଷୀ। ସେ ଏକ ସାକ୍ଷାତକାରରେ କହିଛନ୍ତି, ମହିଳାଙ୍କ ମୃତ୍ୟୁ ଶାନ୍ତିପୂର୍ଣ୍ଣ, ଶୀଘ୍ର ଏବଂ ସମ୍ମାନଜନକ ଥିଲା। ସେ କହିଛନ୍ତି ଯେ, ଗୁରୁତର ଅସୁସ୍ଥତା କାରଣରୁ ମହିଳା ଜଣକ ଦୀର୍ଘ ଦିନ ଧରି ଯନ୍ତ୍ରଣା ଭୋଗୁଥିଲେ। ଅଷ୍ଟ୍ରେଲୀୟ ନାଗରିକ ତଥା ସର୍କୋ ପଡ୍ ନିର୍ମାତା ଫିଲିପ୍ ନିଶ୍ଚକେ କହିଛନ୍ତି, ''ମହିଳା ଜଣକ ସ୍ୱିସ୍ ଜଙ୍ଗଲରେ ଶାନ୍ତିପୂର୍ଣ୍ଣ ମୃତ୍ୟୁ ବରଣ କରିଛନ୍ତି।












Click it and Unblock the Notifications