୨୬/୧୧ ଆକ୍ରମଣର ଅଭିଯୁକ୍ତ ରାଣାକୁ ଝଟ୍‌କା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହଉର ରାଣାଙ୍କୁ ଭାରତ ଆଣିବା ପାଇଁ ପଥ ପରିଷ୍କାର ହୋଇଛି। ଆମେରିକାର ସୁପ୍ରିମକୋର୍ଟ ତହଉରଙ୍କ ଭାରତ ପ୍ରତ୍ୟର୍ପଣକୁ ରୋକିବା ପାଇଁ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଭାରତକୁ ପ୍ରତ୍ୟର୍ପଣ ନ କରିବା ପାଇଁ ତହଉର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେ ଆମେରିକାର ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ତାଙ୍କ ପ୍ରତ୍ୟର୍ପଣ ଉପରେ ଜରୁରୀକାଳୀନ ସ୍ଥଗିତାଦେଶ ଲଗାଇବାକୁ ଅନୁରୋଧ କରିଥିଲେ। ତହଉର କହିଥିଲେ ଯେ, ଯଦି ମୋତେ ଭାରତକୁ ପ୍ରତ୍ୟର୍ପଣ କରାଯାଏ, ତେବେ ମୋତେ ନିର୍ଯାତନା ଦିଆଯିବ ଏବଂ ମୁଁ ସେଠାରେ ଅଧିକ ଦିନ ବଞ୍ଚି ପାରିବି ନାହିଁ।

ଗତ ଜାନୁଆରି ମାସରେ ଆମେରିକାର ସୁପ୍ରିମକୋର୍ଟ ରାଣାର ରିଭ୍ୟୁ ପିଟିସନ ଖାରଜ କରି ତାଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ବାଟ ଖୋଲିଥିଲେ । ଆତଙ୍କବାଦୀ ରାଣା ତାଙ୍କ ଜରୁରୀକାଳୀନ ଆବେଦନରେ ଦାବି କରି କହିଛନ୍ତି,ଯଦି ତାଙ୍କୁ ଭାରତ ପଠାଯାଏ ତେବେ ସେ ପାକିସ୍ତାନୀ ବଂଶୋଦ୍ଭବ ମୁସଲମାନ ହୋଇଥିବାରୁ ସେଠାରେ ତାକୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇପାରେ ।

Tahawwur Rana

୨୦୧୧ରେ ଏନ୍ଆଇଏ ରାଣା ଓ ଅନ୍ୟ ୮ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଯୋଜନା ଓ କାର୍ଯ୍ୟକାରିତା ନେଇ ତାଙ୍କ ଉପରେ ଅଭିଯୋଗ ହୋଇଥିଲା । ପାକିସ୍ତାନୀ ବଂଶୋଦ୍ଭବ କାନାଡାର ନାଗରିକ ୬୩ ବର୍ଷୀୟ ତହବୁର ରାଣା ଏବେ ଲସ୍ ଆଞ୍ଜେଲସର ଏକ ଜେଲରେ ବନ୍ଦୀ ଅଛନ୍ତି । ରାଣା ଲସ୍କର-ଇ-ତୋଏବା ଆତଙ୍କବାଦୀ ଡେଭିଡ୍ ହେଡଲିର ସହଯୋଗୀ, ଯିଏ କି ୨୦୦୮ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା । ମୁମ୍ବାଇ ଆକ୍ରମଣରେ ୧୭୫ ଜଣ ପ୍ରାଣ ହରାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+