ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ
ଇସ୍ରାଏଲକୁ ଗୋଳା-ବାରୁଦ ଓ ଯୁଦ୍ଧ ସାମଗ୍ରୀ ବିକିବା ପାଇଁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକୀୟ ବିଦେଶ ବିଭାଗ ଇସ୍ରାଏଲ ସରକାରଙ୍କୁ ପ୍ରାୟ ୧୬ କୋଟି ଡଲାରର ଯୁଦ୍ଧ ସାମଗ୍ରୀ କ୍ରୟ ନେଇ ମଞ୍ଜୁରୀ ଦେଇଛି। ଇସ୍ରାଏଲ ସରକାର ନିଜ ସୁରକ୍ଷା ଆବଶ୍ୟକତାକୁ ପୂରା କରିବା ପାଇଁ ଆମେରିକାଠୁ ଭାରି ମାତ୍ରାରେ ଅସ୍ତ୍ରଶସ୍ତ୍ର ମାଗିଥିଲେ। ଏହି ଚୁକ୍ତି ଅନୁସାରେ ଇସ୍ରାଏଲ ୧୨ ହଜାର ବିଏଲୟୁ-୧୧୦ଏ/ବି ସାମଗ୍ରୀ, ୧୦୦୦ ପାଉଣ୍ଡର ବୋମା କ୍ରୟ କରିବ। ବୋମା ବ୍ୟତୀତ ଏହି ଚୁକ୍ତି ଅନୁସାରେ ଆମେରିକୀୟ ସରକାର ଓ ଇଞ୍ଜିନିୟରିଂ, ଲଜିଷ୍ଟିକ୍ସ ଓ ପ୍ରଯୁକ୍ତିବିଦ୍ୟା ସେବା ମଧ୍ୟ ସାମିଲ ହେବ। ଇସ୍ରାଏଲ-ଆମେରିକା ମଧ୍ୟରେ ହୋଇଥିବା ଏହି ଚୁକ୍ତିକୁ ଜରୁରୀକାଳୀନ ଭିତ୍ତିରେ ମଞ୍ଜୁରୀ ଦିଆଯାଇଛି। ସଂଯୁକ୍ତ ରାଜ୍ୟ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ହିତ ଦିଗରେ ଏହି ପଦକ୍ଷେପ ନିଆଯାଇଥିବା ଦର୍ଶାଯାଇଛି। ଏଥି ଯୋଗୁଁ 'ଆର୍ମ୍ସ ଏକ୍ସପୋର୍ଟ କଣ୍ଟ୍ରୋଲ ଆକ୍ଟ' ଅନୁସାରେ ହେଉଥିବା କଂଗ୍ରେସର ସମୀକ୍ଷାକୁ ବାଦ୍ ଦିଆଯାଇଛି। ପରିସ୍ଥିତିକୁ ନଜରରେ ରଖି ସଂସଦର ଅନେକ ପ୍ରକ୍ରିୟା ବିନା ମଞ୍ଜୁରୀ ମିଳିଛି।













Click it and Unblock the Notifications