ଆମେରିକା ଆକ୍ରମଣରେ ନାଇଜେରିଆ ISIS ଆତଙ୍କବାଦୀଙ୍କ ସଂଗଠନ ଧ୍ବଂସ

ଆମେରିକା ଆକ୍ରମଣରେ ISIS ଆତଙ୍କବାଦୀଙ୍କ ନାଇଜେରିଆ ସଂଗଠନ ଧ୍ବଂସ । ନାଇଜେରିଆର ସୋକୋଟୋ ପ୍ରଦେଶରେ ଥିବା ISIS କ୍ୟାମ୍ପ ଧ୍ବସଂ ହୋଇ ଯାଇଛି। ସୂଚନା ଦେଇଛି ଆମେରିକା ସେନା । ବହୁ ସଂଖ୍ୟାରେ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ଏହାର ସଂଖ୍ୟା ସ୍ପଷ୍ଟ ହୋଇ ନାହିଁ। ଉଭୟ ଆମେରିକା ଓ ନାଇଜେରିଆ ଅଧିକାରୀ ଆତଙ୍କବାଦୀଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି । ଆକ୍ରମଣ ନେଇ ଗତକାଲି ସୂଚନା ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ନାଇଜେରିଆରେ ଏହି ଆତଙ୍କୀ ଗୋଷ୍ଠୀ ନୀରିହ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କୁ ହତ୍ୟା କରୁଥିଲେ। ବହୁ ଶତାବ୍ଦୀ ଧରି ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କ ଉପରେ ଏପରି ଅତ୍ୟାଚାର ହୋଇନଥିଲା । ଆକ୍ରମଣ ନକରିବାକୁ ଚେତାବନୀ ଦିଆଯାଇଥିଲା । ନସୁଧୁରିବାରୁ ଏୟାର ଷ୍ଟ୍ରାଇକ କରିଛି ଆମେରିକା । ଆକ୍ରମଣ ବନ୍ଦ ନହେଲେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ ।

trump

ନାଇଜେରିଆରେ ବୋକୋ ହାରାମ ଓ ଇସଲାମିକ ଷ୍ଟେଟ ଆତଙ୍କୀ ଗୋଷ୍ଠୀ ସକ୍ରିୟ ରହିଛି । ନାଇଜେରିଆ ସରକାରଙ୍କ ସହଯୋଗ ଏବଂ ଅନୁମତିରେ ଆକ୍ରମଣ ହୋଇଥିବା କହିଛି ଆମେରିକାର ଆଫ୍ରିକା ସେନା । ନାଇଜେରିଆର ଉତ୍ତର ପଶ୍ଚିମରେ ଥିବା ସୋକୋଟୋ ପ୍ରଦେଶରେ କିଛି ଅଞ୍ଚଳକୁ ଏହି ଗୋଷ୍ଠୀ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+