Get Updates
Get notified of breaking news, exclusive insights, and must-see stories!

ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ

ଆମେରିକା ଏବଂ ଇରାନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଇରାନ ଉପରେ ଇସ୍ରାଏଲ ମଧ୍ୟ ଆକ୍ରମଣ କରୁଛି । ଚୁପ୍ ବସିନି ତେହେରାନ । ସବୁ ଆକ୍ରମଣର ଜବାବ ଦେଉଛି । ଏହାରି ମଧ୍ୟରେ ଆମେରିକୀୟ ସେନାର ଅନେକ ଜଣ ଯବାନ ନିହତ ହୋଇଥିବା ଖବର ଆସିଛି । ଏହି ଯବାନମାନେ ଇରାନ ଆକ୍ରମଣରେ ପ୍ରଥମେ ପ୍ରାଣ ହରାଇଥିଲେ । ଯେଉଁମାନଙ୍କ ଫଟୋ ୟୁଏସ ସେନା ଜାରି କରିଛି ।

US soldier

ରିପୋର୍ଟ ଅନୁସାରେ, କୁଏତରେ ୟୁଏସ ସେନାର ଏବେସୁଦ୍ଧା ୬ ଜଣ ଯବାନ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ୟୁଏସ ଆର୍ମୀ ରିଜର୍ଭର ଲୋଓ୍ୱା ୟୁନିଟ୍ ସଦସ୍ୟ । ଶନିବାର ସେମାନଙ୍କର ମୃତ୍ୟୁ ହୋଇଥିଲା । କୁଏତର ୟୁଏସ ବେସରେ ଇରାନ ଆକ୍ରମଣରେ ସେମାନେ ପ୍ରାଣ ହରାଇଛନ୍ତି ।

ପେଣ୍ଟାଗନରେ କହିବାନୁସାରେ, ପ୍ରାଣ ହରାଇଥିବା ଯବାନଙ୍କ ବୟସ ୨୦ରୁ ୪୨ ମଧ୍ୟରେ ହେବ । ସେମାନେ ହେଲେ କ୍ୟାପ୍ଟେନ୍ କୋଡି, ସରଜେଣ୍ଟ୍ ଏଲ୍ ଟେଟଜିନ୍ସ, ଏମ୍ ଆମୋର୍ ଏବଂ ଡେକଲାନ୍ ଜେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଦେଶର ଅନ୍ୟ ବରିଷ୍ଠ ସେନା ଅଧିକାରୀ ଏହି ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ୟୁଏସ୍ ମିଲିଟାରୀ ସେଣ୍ଟ୍ରାଲ୍ କମାଣ୍ଡ କହିଛି ଯେ, ଇରାନ ବୁଧବାର ସୁଧା ୨୦୦୦ ଡ୍ରୋନ୍ ଏବଂ ୫୦୦ଟି ବାଲିଷ୍ଟିକ୍ ମିସାଇଲ୍ ମାଡ କରିଛି । ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ୟୁଏସ ବେସ୍ ଉପରେ ଆକ୍ରମଣ କରାଯାଇଛି । ଯାହା ଅନେକ କ୍ଷୟକ୍ଷତି ଘଟାଇଛି । ଆମେରିକା ଯବାନ ନିହତ ହୋଇଛନ୍ତି ।

କୁଏତରେ ଥିବା ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୟୁଏସ ଫୋର୍ସଙ୍କ ବେସରେ ମୋଟା କଂକ୍ରିଟ ଆସ୍ତରଣ ଥିଲା । ଯାହା ବୋମା କବଳଟୁ ରକ୍ଷା କରିପାରିବ । କିନ୍ତୁ ଏହାର ଛାତ ସେତେ ଶକ୍ତିଶାଳୀ ନଥିଲା । ତେଣୁ ଇରାନର ଆକ୍ରମଣରେ ଯବାନମାନେ ପ୍ରାଣ ହରାଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+