ଆସନ୍ତାକାଲି ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ପଡିବ ଭୋଟ
ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଆସନ୍ତାକାଲି ମତଦାନ ହେବ । ଏଥିରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ନେତା କମଳା ହାରିସ୍ଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି । ହ୍ୱାଇଟ୍ ହାଉସ୍ ପାଇଁ ଗତ ଦଶନ୍ଧିରେ ହୋଇଥିବା ସମସ୍ତ ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ଆସନ୍ତାକାଲିର ନିର୍ବାଚନକୁ କଡ଼ା ମୁକାବିଲା ସଂପନ୍ନ ବୋଲି ବିଚାର କରାଯାଉଛି । ଉଭୟ ପ୍ରାର୍ଥୀ ଆମେରିକାର ପ୍ରମୁଖ ରାଜ୍ୟ ଗୁଡ଼ିକର ମତଦାତାମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ସମସ୍ତ ଉଦ୍ୟମ କରୁଛନ୍ତି ।
ନିର୍ବାଚନରେ ବିଜୟଲାଭ ପାଇଁ ଜଣେ ପ୍ରାର୍ଥୀଙ୍କୁ ୨୭୦ଟି ଇଲେକ୍ଟୋରାଲ୍ କଲେଜ ଭୋଟ୍ର ଆବଶ୍ୟକତା ହେବ । ଜନମତ ସର୍ବେକ୍ଷଣ ଅନୁଯାୟୀ ଏହି ନିର୍ବାଚନର ଫଳାଫଳ ଆରିଜୋନା, ନେବାଡା, ୱିସ୍କନ୍ସିନ୍, ମିସିଗାନ୍, ପେନ୍ସିଲ୍ ଭାନିଆ, ଉତ୍ତର କାରୋଲିନା ଏବଂ ଜଳିଆର ନିର୍ବାଚନ ପରିଣାମ ଉପରେ ନିର୍ଭର କରିବ ବୋଲି ଜଣାପଡ଼ିଛି ।

ରିପବ୍ଲିକାନ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର ଜାରୋଲିନାର କିଙ୍ଗଷ୍ଟନ୍ରେ ର୍ୟାଲି କରିଥିବା ବେଳେ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍ ମିସିରାନ୍ ରେ ର୍ୟାଲି କରିଛନ୍ତି । ଉଭୟ ନେତା ବିଭିନ୍ନ ବିଶ୍ୱସ୍ତରୀୟ ପ୍ରସଙ୍ଗ ନେଇ ଲୋଟେରମାନଙ୍କୁ ନିଜ ସପକ୍ଷରେ ଭୋଟ୍ ଦେବା ଲାଗି ପ୍ରବର୍ତ୍ତାଉଥିବା ଜଣାପଡ଼ିଛି ।












Click it and Unblock the Notifications